ଗଞ୍ଜେଇ ଯୋଗାଣରେ ସମ୍ପୃକ୍ତିଙ୍କୁ ଉଠାଇ ନେଲା ହରିୟାଣା ପୋଲିସ

ଦାରିଙ୍ଗବାଡି : ୧୦ କିଲୋର ଗଞ୍ଜେଇ ପାଇଁ ଦାରିଙ୍ଗବାଡ଼ିରେ ହରିୟାଣା ପୋଲିସ । ଗଞ୍ଜେଇର ମୂଳ ସ୍ରୋତ ଖୋଜି ଖୋଜି ହରିୟାଣା ପୋଲିସ ପହଞ୍ଚିଛି ଦାରିଙ୍ଗବାଡ଼ିରେ । ଦୁଇ ଦିନ ଧରି ଦାରିଙ୍ଗବାଡ଼ିରେ ଡେରା ପକାଇବା ସହ ଗଞ୍ଜେଇ ଯୋଗାଣରେ ସମ୍ପୃକ୍ତ ବେକ୍ତିଙ୍କୁ ଗିରଫ କରି ଏବେ ଉଠାଇ ନେଲା ହରିୟାଣା ଫରିଦାବାଦ ପୋଲିସ। ତେବେ ମିଳିଥିବା ସୂଚନା ମୁତାବକ ହରିୟାଣାରେ ଗଞ୍ଜେଇ ବ୍ୟବସାୟ କରୁଥିବା ବେଳେ ପ୍ରଦୀପ ବିଶୋଇ ନାମକ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅଞ୍ଚଳର ବ୍ୟକ୍ତିଙ୍କୁ ହରିୟାଣା ପୋଲିସ ଗିରଫ କରିଥିଲା । ଆଉ ତାଙ୍କ ଠାରୁ ପ୍ରାୟ ୧୦ କିଲୋ ୪୦୦ ଗ୍ରାମର ଗଞ୍ଜେଇ ଜବତ ହୋଇଥିଲା। ଏ ନେଇଁ ହରିୟାଣା ଫରିଦାବାଦ ଜିଲ୍ଲାର ପଲ୍ଲା ଥାନାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ନାମରେ ମଧ୍ୟ ମାମଲା ରୁଜୁ ହୋଇଛି। ତେବେ ଗଞ୍ଜେଇର ମୁଖ୍ୟ ସ୍ରୋତ କେଉଁଠି ? କେଉଁ ଠାରୁ, ଆଉ କିଏ ଏସବୁ ଯୋଗାଉଛି ! ତାହା ଖୋଜି ଖୋଜି ଆସି ଦାରିଙ୍ଗବାଡ଼ିରେ ପହଞ୍ଚିଥିଲା ହରିୟାଣା ଫରିଦାବାଦ ପୋଲିସ । ଦାରିଙ୍ଗବାଡ଼ି ଥାନା ସୋନପୁର ପଞ୍ଚାୟତ ଅଞ୍ଚଳର ବେଲାଳସେନ ରୂପାମାଝୀ (୪୦)ଙ୍କୁ ଏବେ ହରିୟାଣା ପୋଲିସ ଗିରଫ କରି ଉଠାଇ ନେଇଛି। ଯାହାକୁ ନେଇ ସୋନପୁର ପଞ୍ଚାୟତ ଅଞ୍ଚଳର ଅନେକ ଲୋକ ଦାରିଙ୍ଗବାଡ଼ି ଥାନାରେ ପହଞ୍ଚିଥିଲେ। ଆଉ ପ୍ରକୃତ ଘଟଣା କଣ, କାହିଁକି ବେଲାଳସେନଙ୍କୁ ହରିୟାଣା ପୋଲିସ ଉଠାଇଆଣିଛି ତାହା ଥାନା ଅଧିକାରୀଙ୍କୁ ପଚାରି ବୁଝିଛନ୍ତି। ତେବେ ସେ ଯାହାହେଉ ପଛ କେ; ହେଲେ ମାତ୍ର ୧୦ କିଲୋ ୪୦୦ ଗ୍ରାମର ଗଞ୍ଜେଇ ପାଇଁ ୧୫୦୦ କଲୋମିଟରରୁ ଅଧିକ ଅତିକ୍ରମ କରି ହରିୟାଣା ପୋଲିସ ଦାରିଙ୍ଗବାଡ଼ିରେ ପହଞ୍ଚିବା। ଆଉ ଏଥିରେ ସମ୍ପୃକ୍ତଙ୍କୁ ଗିରଫ କରି ଉଠାଇ ନେବା କିନ୍ତୁ ସଭିଙ୍କୁ ଚକିତ କରିଛି। ଯାହାକି ଓଡିଶା ପୋଲିସ ପକ୍ଷେ ଏହା ସମ୍ଭବ ହେଉନଥିବା ବେଳେ ହରିୟାଣା ପୋଲିସ କିନ୍ତୁ ଆଇନର ହାତ କେତେ ଯେ ଲମ୍ବା ତାହା ସଭିଙ୍କୁ ଜଣାଇଦେଇଛି।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page