ବାଣପୁରରେ ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ଦିବସରେ ଆଲୋଚନା ଚକ୍ର

ଚିଲିକା: ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ଦିବସ ଆଜି ବିଧାରପୁର ସ୍ଥିତ ଶୁଭ କଲ୍ୟାଣ ମଣ୍ଡପ ମଞ୍ଚରେ “ସାହିତ୍ୟ ସିନ୍ଦୁରା” ଓ ପରିଡ଼ା ପାଠାଗାର ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଯାଇଛି।‌ସାହିତ୍ୟ ସିନ୍ଦୁରାର ସମ୍ପାଦକ ଗୋଲକ ବିହାରୀ ପରିଡ଼ାଙ୍କ ଆୟୋଜିତ ଏହି ସାରସ୍ବତ ସମାବେଶରେ ବିଶିଷ୍ଟ ଗବେଷକ ତଥା ଐତିହାସିକ ମଦନମୋହନ ମହାପାତ୍ର
ଅଧ୍ୟକ୍ଷତା କରିଥିଲେ। ଗୋଦାବରୀଶ ମହାବିଦ୍ୟାଳୟ ର ପ୍ରାକ୍ତନ ଅଧ୍ୟକ୍ଷ ଡଃ ନୃସିହ ଚରଣ ପ୍ରଧାନ,ପୂର୍ଣାନନ୍ଦ ସାରସ୍ବତ ପାଠାଗାରର ସମ୍ପାଦକ ଗୋଲକ ବିହାରୀ ସେଠୀ, ସାହିତ୍ୟିକ ତଥା ପ୍ରାଧ୍ୟାପକ ସଂଗ୍ରାମ କେଶରୀ ସାହୁ, ଚିଲିକା ସାହିତ୍ୟ ସମାଜର ସଭାପତି ବାଳମୁକୁନ୍ଦ ଦାସ, ଭାଷା ସୁରକ୍ଷା ଆନ୍ଦୋଳନ, ଚିଲିକା ଶାଖା ର ସମ୍ପାଦକ ଶେଷଦେବ ମହାରଣା ପ୍ରମୁଖ ବିଶେଷ ନିମନ୍ତ୍ରିତ ଅତିଥି ଭାବେ ମଞ୍ଚାସୀନ ହୋଇ ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ଦିବସର ତାତ୍ପର୍ଯ୍ୟ ଏବଂ ଓଡ଼ିଆ ଭାଷା ଅସ୍ମିତା, ବର୍ଣ୍ଣ ସରଞ୍ଚନା ଶୀର୍ଷକ ଆଲୋଚନାଚକ୍ରରେ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ବିଭିନ୍ନ ସାହିତ୍ୟିକ ଓ ଗବେଷକ ସେମାନଙ୍କର ଏହି ମର୍ମରେ ଭିତ୍ତି ପ୍ରବନ୍ଧ ପାଠ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ଗାଳ୍ପିକ ପୁରୁଷୋତ୍ତମ ମିଶ୍ର, ନାଟ୍ୟକାର ଭିକାରୀ ଚରଣ ପ୍ରଧାନ,ରବୀନ୍ଦ୍ରନାଥ ପ୍ରଧାନ, ଭାଗିରଥି ସ୍ଵାଇଁ, ଵର୍ଷିୟାନ କବି ତ୍ରିଲୋଚନ ଭୋଳ, ଆଇନଜୀବୀ ଶରତ କୁମାର ପଟ୍ଟନାୟକ, ରବୀନ୍ଦ୍ରନାଥପ୍ରଧାନ, ପ୍ରାକ୍ତନ ଏବିଇଓ ସନ୍ଧ୍ୟା ରାଣୀ ହରିଚନ୍ଦନ, ଡ଼ଃ ଚିନ୍ତାମଣି ମିଶ୍ର, ଓଡ଼ିଶୀ ନୃତ୍ୟଗୁରୁ ମାଧବ ଚନ୍ଦ୍ର ପଲେଇ, ବିଚିତ୍ରାନନ୍ଦ ବେହେରା, ଗୋପୀନାଥ ଦାଶ,ଅଶୋକ କୁମାର ପାଇକରାୟ,କଵି ଦିଗମ୍ବର ବିଶ୍ବାଳ ପ୍ରମୁଖ ଯୋଗଦେଇ ଥିଲେ। ପରିଶେଷରେ ସାହିତ୍ୟ ସିନ୍ଦୁରାର ସମ୍ପାଦକ ଗୋଲକ ବିହାରୀ ପରିଡ଼ା ଧନ୍ୟବାଦ ପ୍ରଦାନ କରିଥିଲେ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page