ସାଂସଦଙ୍କ ଦରମା, ପୂର୍ବତନ ସାଂସଦଙ୍କ ପେନ୍‌ସନ୍ ବଢ଼ିଲା

ନୂଆଦିଲ୍ଲୀ: ସାଂସଦମାନଙ୍କ ୨୪ ପ୍ରତିଶତ ମାସିକ ଦରମା ବୃଦ୍ଧି କରାଯାଇଛି । ସାଂସଦମାନଙ୍କ ମାସିକ ଦରମା, ଦୈନିକ ଭତ୍ତା, ପୂର୍ବତନ ସାଂସଦଙ୍କ ପେନ୍‌ସନ୍ ଏବଂ ଅତିରିକ୍ତ ପେନ୍‌ସନ ରାଶିରେ ବୃଦ୍ଧି କରାଯାଇଛି। ଏ ନେଇ ଜାରି ହୋଇଛି ସଂସଦୀୟ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି । ୨୦୨୩ ଏପ୍ରିଲ ପହିଲାରୁ ସାଂସଦ ଓ ପୂର୍ବତନ ସାଂସଦମାନେ ବର୍ଦ୍ଧିତ ହାରରେ ଦରମା, ଭତ୍ତା ଓ ପେନ୍‌ସନ୍ ପାଇବେ। ୨୦୧୮ ଏପ୍ରିଲ ପହିଲାରୁ ସାଂସଦମାନେ ପୂର୍ବରୁ ୧ ଲକ୍ଷ ଟଙ୍କା ଦରମା ପାଉଥିବାବେଳେ ଏବେ ସେମାନେ ୧ ଲକ୍ଷ ୨୪ ହଜାର ଟଙ୍କା ପାଇବେ। ଏଥିସହିତ ସେମାନଙ୍କ ଦୈନିକ ଭତ୍ତା ୨ ହଜାର ଟଙ୍କାରୁ ୨୫୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ପୂର୍ବତନ ସାଂସଦଙ୍କ ମାସିକ ପେନ୍‌ସନ ୨୫ ହଜାର ଟଙ୍କା ପରିବର୍ତ୍ତେ ୩୧ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ପେନ୍‌ସନ୍ ରାଶି ବାର୍ଷିକ ୨୦୦୦ ଟଙ୍କା ବଢ଼ୁଥିବାବେଳେ ଏବେ ତାହାକୁ ୨୫୦୦ ଟଙ୍କାକୁ ବୃଦ୍ଧି କରାଯାଇଛି।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page