ଭୁବନେଶ୍ୱର: ମହାନ୍ ସ୍ବାଧୀନତା ସଂଗ୍ରାମୀ ଶହୀଦ ଲକ୍ଷ୍ମଣ ନାୟକଙ୍କ ଫାଶୀ ଦିବସ ଉପଲକ୍ଷେ ଓଡ଼ିଶା ର ରାଜ୍ୟପାଳ ଡଃ ହରିବାବୁ କମ୍ଭମପତିଙ୍କୁ ୪ଟି ବାମପନ୍ଥୀ ଦଳର ରାଜ୍ୟ ନେତୃବୃନ୍ଦ ରାଜଭବନରେ ସାକ୍ଷାତ କରି ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ସମ୍ମାନନୀୟା ଭାରତର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୂର୍ମୁଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରିବା ସହିତ ମାନନୀୟ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରି ସମସ୍ତ ବିଷୟ ଅବଗତ କରିଛନ୍ତି। ରଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ରେ ସୁଧାର ଆଣିବା ଦାବି ସହିତ ସଂସଦୀୟ ସଦୀୟ ଗଣତନ୍ତ୍ର ର ସୁରକ୍ଷା ପାଇଁ ମିଳିତ ସଂଗ୍ରାମ ନିମନ୍ତେ ବାମ୍ପପନ୍ଥୀ ଦଳ ମାନେ ଆହ୍ଵାନ ଦେଇଛନ୍ତି । ମହିଳା ସୁରକ୍ଷା ସଂଗ୍ରାମ ପ୍ରତି ବାମପନ୍ଥୀ ଦଳମାନେ ପୂର୍ଣ୍ଣ ସଂହତି ଜ୍ଞାପନ ଏବଂ ସମର୍ଥନ ଘୋଷଣା କରିଛନ୍ତି। ୧୪ ଜଣ କଂଗ୍ରେସ ବିଧାୟକ ମାନଙ୍କ ଉପରୁ ନିଲମ୍ବନ ଆଦେଶ କୁ ଅବିଳମ୍ବେ ପ୍ରତ୍ୟାହାର କରି ବିଧାନସଭା ରେ ସୁସ୍ଥ ଗଣତାନ୍ତ୍ରିକ ବାତାବରଣ ପ୍ରତିଷ୍ଠା ପାଇଁ ଦାବି କରାଯାଇଛି। ଜନ ପ୍ରତିବାଦ ଉପରେ ପୁଲିସ୍ ଦମନକୁ ବାମପନ୍ଥୀ ଦଳ ମାନେ ତୀବ୍ର ନିନ୍ଦା ଏବଂ ପ୍ରତିବାଦ କରିଛନ୍ତି। କଂଗ୍ରେସ ତରଫରୁ ମହିଳା ନିର୍ଯାତନା ବିରୋଧ ରେ ମାର୍ଚ୍ଚ ୨୭ ତାରିଖ ରେ ବିଧାନସଭା ସମ୍ମୁଖ ରେ ସଙ୍ଗଠିତ ହୋଇଥିବା ଶାନ୍ତିପୂର୍ଣ୍ଣ, ଗଣତାନ୍ତ୍ରିକ ଆନ୍ଦୋଳନ ଉପରେ ପୋଲିସ ଦମନ, ଶାରିରୀକ ଆକ୍ରମଣ,ପାଣି ମାଡ଼, ଲୁହାବୁହା ଗ୍ୟାସ ପ୍ରୟୋଗ କରିବା ଏବଂ ନିର୍ମମ ଲାଠି ଚାଳନା ଅତ୍ୟନ୍ତ ଉଦବେଗଜନକ ଏବଂ ନିନ୍ଦନୀୟ ଘଟଣା। ପୋଲିସ୍ ମହାନିର୍ଦ୍ଦେଶକ ଗଣ ମାଧ୍ୟମ ରେ ଦେଇଥିବା ମନ୍ତବ୍ୟ ପ୍ରତିହିଂସା ପରାୟଣ, ଅଗଣତାନ୍ତ୍ରିକ ଏବଂ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ। ପୁଲିସ୍ ନିଜର ଅପାରଗତା ଏବଂ ବିଫଳତା କୁ ଘୋଡାଇବା ପାଇଁ ଏହିଭଳି ଆକ୍ରୋଶ ମୂଳକ ମନ୍ତବ୍ୟ ଦେଇଛନ୍ତି । ଏହାକୁ ରାଜ୍ୟବାସୀ ବରଦାସ୍ତ କରିବେ ନାହିଁ। ରାଜ୍ୟ ତମାମ ମିଳିତ ପ୍ରତିବାଦ ପାଇଁ ଆହ୍ଵାନ ଦିଆଯାଇଛି । ରାଜ୍ୟ ସରକାରଙ୍କ ସ୍ଵରାଷ୍ଟ୍ର ବିଭାଗ ପକ୍ଷରୁ ବିଧାନସଭାରେ ଉପସ୍ଥାପିତ ଶ୍ୱେତପତ୍ର ର ରିପୋର୍ଟ କହୁଛି ଯେ ଓଡ଼ିଶାରେ ମହିଳା ଓ ଶିଶୁ ନିର୍ଯ୍ୟାତନା ଉଦବେଗଜନକ ଭାବେ ବୃଦ୍ଧି ପାଇଛି। ବଳାତ୍କାର,ଦୁଷ୍କର୍ମ/ଗଣ ଦୁଷ୍କର୍ମ, ଆଦିବାସୀ ହଷ୍ଟେଲ ରେ ଛାତ୍ରୀମାନେ ଅବାଞ୍ଛିତ ଗର୍ଭବତୀ ହେବା, ବେଆଇନ ମହିଳା ଚାଲାଣ ( illegal Women Trafficking), ଅପହରଣ, ହତ୍ୟା ଏବଂ ହିଂସା ଭୟଙ୍କର ଭାବେ ବୃଦ୍ଧି ପାଇଛି। ମହିଳା ପ୍ରସଙ୍ଗ ଏକ ସମ୍ବେଦନ ଶୀଳ/ ସ୍ପର୍ଶ କାତର ଏବଂ ଆତ୍ମ ମର୍ଯ୍ୟାଦା ଜନିତ ପ୍ରସଙ୍ଗ ଅଟେ। ରଜ୍ୟରେ ଶିଶୁ, ମହିଳା ଓ ବରିଷ୍ଠ ନାଗରିକ ମାନେ ସୁରକ୍ଷିତ ନୁହଁନ୍ତି। ଚୋରି, ସିନ୍ଧି ଚୋରି, ଡକାୟତି ଏବଂ ସଂଗଠିତ ହତ୍ୟା ଇତ୍ୟାଦି ଜଘନ୍ୟ ଅପରାଧ ନିୟନ୍ତ୍ରଣ ବାହାରକୁ ଯାଇଛି। ପୋଲିସ୍ ବ୍ୟବସ୍ଥା ଏହି ସବୁ ସଙ୍ଗୀନ ଅପରାଧକୁ ରୋକିବା, ନିୟନ୍ତ୍ରଣ କରିବା/ ଅଭିଯୁକ୍ତ ଅପରାଧୀ ମାନଙ୍କ ବିରୋଧ ରେ ପ୍ରମାଣ ଯୋଗ୍ୟ ଅଭିଯୋଗ ଫର୍ଦ୍ଦ ଦାଖଲ କରିବା ଇତ୍ୟାଦି କ୍ଷେତ୍ର ରେ ବିଫଳ ହୋଇଛି । ଅପରାଧ ଏବଂ ଅପରାଧୀଙ୍କ ସଙ୍ଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି । ଡବଲ ଇଞ୍ଜିନ ବିଜେପି ସରକାର ଏହାର ପ୍ରତିକାର ନକରି ପ୍ରତିହିଂସା ପରାୟଣ/ ପ୍ରତିଶୋଧ ପରାୟଣ ହୋଇ ଆନ୍ଦୋଳନକୁ ଦମନ କରିବା ଆର୍ ଏସ ଏସ-ବିଜେପିର ଅଗଣତାନ୍ତ୍ରିକ/ଏକଛତ୍ରବାଦୀ ଚରିତ୍ର କେବଳ ପଦାରେ ପଡିନାହିଁ,ବରଂ ଅଧିକ ସୁଦୃଢ଼ ହୋଇଛି। ସରକାର ଅଧିକ ଏକଛତ୍ରବାଦୀ/ ସୌରାଚାରୀ ହୋଇଛନ୍ତି ବୋଲି ବାମପନ୍ଥୀ ଦଳ ମାନେ କହିଛନ୍ତି । ରଜ୍ୟର ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ରେ କଂଗ୍ରେସ ଦଳର ବିଧାୟକ ମାନେ ବିଧାନସଭା ରେ ପ୍ରତିବାଦ ଆନ୍ଦୋଳନ କରିବା ଯୋଗୁଁ ସେମାନଙ୍କୁ ନିଲମ୍ବନ କରାଯାଇଛି I ଏହା ଅନ୍ୟାୟ, ଅଗଣତାନ୍ତ୍ରିକ ଏବଂ ଅସାମ୍ବିଧାନିକ ଅଟେ । ଏହି ନିଲମ୍ବନ ଆଦେଶ ଆଇନ ବିରୋଧୀ, ଅଗଣତାନ୍ତ୍ରିକ ଏବଂ ସଂସଦୀୟ ଗଣତନ୍ତ୍ର ପ୍ରତି କୃର ଉପହାସ ଅଟେ । ମହିଳା ନିର୍ଯାତନା ଏବଂ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ପ୍ରସଙ୍ଗ ରେ ତୁରନ୍ତ ଗୃହ କମିଟି ଗଠନ ହେବା ଜରୁରୀ ବୋଲି ଦାବି କରାଯାଇଛି । ନିଲମ୍ୱିତ ବିଧାୟକ ମାନଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କର, ଗଣତାନ୍ତ୍ରିକ ଆନ୍ଦୋଳନ ଉପରେ ପୋଲିସ ଦମନ ବନ୍ଦ କର, ଓଡ଼ିଶାରେ ସଂସଦୀୟ ଗଣତନ୍ତ୍ର ର ସୁରକ୍ଷା ଏବଂ ଲୋକଙ୍କ ଧନ-ଜୀବନ ସୁରକ୍ଷିତ କରିବା ପାଇଁ କୁହାଯାଇଛି। ବାମପନ୍ଥୀ ଦଳର ରାଜ୍ୟ ନେତୃବୃନ୍ଦ ଆହୁରି କହିଛନ୍ତି ଯେ ଗଣତନ୍ତ୍ର ରେ ପ୍ରତିବାଦ ଆନ୍ଦୋଳନ ହେବ ନାହିଁ ତ ଆଉ କ’ଣ କରାଯିବ ? ଜନ ପ୍ରତିବାଦ ପ୍ରତି ସରକାର ସହନଶୀଳ ହେବା ଉଚିତ। ସଂସଦୀୟ ଗଣତନ୍ତ୍ର ରେ ବିରୋଧୀ ଦଳ ହେଉଛନ୍ତି ଗଣତନ୍ତ୍ର ଏବଂ ଜନଗଣଙ୍କ ଜାଗ୍ରତ ପ୍ରହରୀ । ଦଙ୍ଗା, ହାଙ୍ଗାମା, ଦମନ, ପୀଡନ, ଘୃଣା ଭାବନା ଇତ୍ୟାଦି ସଚେତନ ଭାବେ ସଂଗଠିତ କରି ଗଣତନ୍ତ୍ରର କଣ୍ଠରୋଧ ଏବଂ ଜନ ପ୍ରତିବାଦ କୁ ଦମନ ଏବଂ ଭୟଭୀତ କରାଇ ଶାସନ ଚାଲିବ ନାହିଁ। ଓଡ଼ିଶାବାସୀ ଏହି ସମସ୍ତ ଅନ୍ୟାୟ ଓ ଅତ୍ୟାଚାର ବିରୋଧରେ ପ୍ରତିବାଦ ଆନ୍ଦୋଳନ ସଂଗଠିତ କରିବା ପାଇଁ ଆହ୍ଵାନ ଦିଆଯାଇଛି। ଆଜିକାର ଏହି ପ୍ରତିନିଧି ଦଳ ରେ ସି ପି ଆଇ ରାଜ୍ୟ ସମ୍ପାଦକ ଆଶିଷ କାନୁନଗୋ, ସି ପି ଆଇ(ଏମ୍) ରାଜ୍ୟ ସମ୍ପାଦକ ସୁରେଶ ଚନ୍ଦ୍ର ପାଣିଗ୍ରାହୀ, ସି ପି ଆଇ( ଏମ୍ ଏଲ୍) ଲିବେରେସନ ରାଜ୍ୟ ନେତା ମହେନ୍ଦ୍ର ପରିଡ଼ା, ଫରୱାର୍ଡ ବ୍ଲକ୍ ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ମହାପାତ୍ରଙ୍କ ସମେତ ଜୟନ୍ତ ଦାସ, ବଦ୍ରି ନାରାୟଣ ଦାଶ, ଲକ୍ଷ୍ମୀ ଦୋରା, ଦିଶା ଆଜାଦ୍, ଅନ୍ତର୍ଯ୍ୟାମୀ ସାହୁ ପ୍ରମୁଖ ବାମପନ୍ଥୀ ଦଳର ରାଜ୍ୟ ନେତୃବୃନ୍ଦ ରାଜ୍ୟପାଳଙ୍କୁ ସାକ୍ଷାତ କରି ସ୍ମାରକ ପତ୍ର ପ୍ରଦାନ କରିଛନ୍ତି।ବଲାଙ୍ଗିର ଜିଲ୍ଲା ରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ୍ l
୧୪ ଜଣ କଂଗ୍ରେସ ବିଧାୟକ ମାନଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର ଦାବି ରେ ୪ ଟି ବାମପନ୍ଥୀ ଦଳ ରାଜ୍ୟପାଳଙ୍କୁ ଭେଟିଲେ

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp
Social Share On:
Related News
ଚାନ୍ଦବାଲି ବ୍ଲକରେ ଯୋଗଶିକ୍ଷକଙ୍କର ଗୁରୁତ୍ୟପୂର୍ଣ୍ଣ ବୈଠକ ଅନୁଷ୍ଠିତ
ଚାନ୍ଦବାଲି: ପ୍ରଥମଥର ପାଇଁ ଚାନ୍ଦବାଲି ବ୍ଲକରେ ଯୋଗପ୍ରଶିକ୍ଷଣ ମାନଙ୍କର ଏକ ବୈଠକ ଅନୁଷ୍ଟିତ ହୋଇଥିଲା | ବୈଠକରେ ଜିଲ୍ଲାସଭାପତି ସୁରେଶ ନାୟକ, ଉପଦ୍ରେଷ୍ଟା ରମାକାନ୍ତ ପାଣୀଗ୍ରାହୀ, ସମ୍ପାଦକ ସୂର୍ଯ୍ଯକାନ୍ତ ନାୟକ ଏବଂ ମହାନ ଯୋଗୀ ତଥା ଆଦରଣୀୟ ବଡଭଉଣୀ ଗୀତାରାଣୀ ସାଙ୍କ
ଝରଣେଶ୍ୱର ମହାଦେବଙ୍କ ମନ୍ଦିର ସଫେଇ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ
ଭୁବନ: ସାମାଜିକ ସଂଗଠନ ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ ର ସମସ୍ତ ସ୍ୱେଚ୍ଛାସେବୀଙ୍କ ଦ୍ୱାରା ବାବା ଝରଣେଶ୍ୱର ମନ୍ଦିର ପ୍ରାଙ୍ଗଣ ସଫେଇ ଓ ଚତୁଃପାଶ୍ୱର୍ରେ ବୃକ୍ଷରୋପଣ କରିଥିବା ଦେଖିବାକୁ ମିଳିଛି । ଏଥିରେ ବରିଷ୍ଠ ସ୍ୱେଚ୍ଛାସେବୀ ସତ୍ୟବାଦୀ ରଣା, ବିକ୍ରମ ରଣା,
ସ୍ୱର୍ଗତଃ ପ୍ରାଣନାଥ ପଟନାୟକଙ୍କ ୫୫ ତମ ଶ୍ରାଦ୍ଧବାର୍ଷିକୀ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ
ଭୁବନେଶ୍ୱର: ମହାନ ସ୍ୱାଧୀନତା ସଂଗ୍ରାମୀ, ବିପ୍ଳବୀ, ପ୍ରାକ୍ତନ ବିଧାୟକ, କୃଷି ଓ କୃଷକ ଆନେ୍ଦାଳନର ସମର୍ପିତ କାଣ୍ଡାରୀ, ଶିକ୍ଷାବିତ, ସଂଗଠକ ସ୍ୱର୍ଗତଃ ପ୍ରାଣନାଥ ପଟନାୟକଙ୍କ ୫୫ ତମ ଶ୍ରାଦ୍ଧବାର୍ଷିକରେ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ସ୍ଥାନୀୟ ଖାରବେଳନଗର ଠାରେ ଥିବା ତାଙ୍କ ପ୍ରତିମୂର୍ତ୍ତି ସ୍ଥଳରେ
ଗାନ୍ଧିଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ
ଭୁବନେଶ୍ୱର ଜାତିର ପିତା ମହାତ୍ମାଗାନ୍ଧୀଙ୍କ 157 ତମ ଜୟନ୍ତୀ ବିଧାନସଭା ପରିସରରେ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣସହ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମ ଓଡିଶାର ମହାମହିମ ମାନ୍ୟବର ରାଜ୍ୟପାଳ ଡ଼ ହରିବାବୁ କମ୍ଭମପତି, ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ
ଇଣ୍ଡିଆବୁକ ଅଫ ରେକର୍ଡସ ତରଫରୁ ଦିବ୍ୟାଂଶୁ ଶେଖର ସାହୁ ସମ୍ବର୍ଦ୍ଧିତ
ଭୁବନେଶ୍ୱର ଶିଶୁ ପ୍ରତିଭା ଦିବ୍ୟାଂଶୁ ଶେଖର ସାହୁ ମାତ୍ର 5 ବର୍ଷ 11 ମାସର ବିଦ୍ୟାର୍ଥୀ ଇଣ୍ଡିଆ ବୁକଅଫ ରେକର୍ଡସ ଅନଲାଇନ ପ୍ରତିଯୋଗିତାରେ ନିଜର ଜ୍ଞାନ, ବୁଦ୍ଧିମତ୍ତା ପାଇଁ ସର୍ବଭାରତୀୟ ସ୍ତରରେ କୃତିତ୍ୱ ଅର୍ଜନସହ ସମ୍ବର୍ଦ୍ଧିତ ହୋଇଛନ୍ତି l ଚଳିତ ମାସରେ
ଆଧୁନିକ ବାଳକାଟୀ ନିର୍ମାଣରେ ସତ୍ୟପ୍ରିୟ ମହାନ୍ତିଙ୍କ ଅବଦାନ
ଆଧୁନିକ ବାଳକାଟୀ ନିର୍ମାଣରେ ସତ୍ୟପ୍ରିୟ ମହାନ୍ତିଙ୍କ ଅବଦାନ ପ୍ରତାପଶାସନ ବାଳକାଟୀ ଗୋଟିଏ ଐତିହାସିକ ଗ୍ରାମ । ଭୁବନେଶ୍ୱର ଠାରୁ ଅଳ୍ପ ଦୂରତାରେ ପୁଣ୍ୟତୋୟା ଭାର୍ଗବୀ ନଦୀକୂଳରେ ଗଢିଉଠିଥିବା ଏକ ଐତିହାସିକ ଗ୍ରାମ ହେଉଛି ଏହି ବାଳକାଟୀ। ଶ୍ରୀକ୍ଷେତ୍ର ଏବଂ ଖୋର୍ଦ୍ଧାଗଡକୁ ଯାଇଥିବା
ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର ଟ୍ରାଏଲ ଇରିଗେସନ ଆରମ୍ଭ
ବଲାଙ୍ଗୀର: ବଲାଙ୍ଗୀର ଲୋୟର ସକତେଲ ଡ୍ୟାମ୍ର ଦ୍ୱିତୀୟ ବନ୍ୟାଜଳ ରବିବାର ଅପରାହ୍ଣ ୪ଟାରେ ଛଡାଯାଇଛି। ଡ୍ୟାମ ଭିତର ଜଳସ୍ତର ୧୯୯ ମିଟର ପହଞ୍ଚିବା ପରେ ଡ୍ୟାମ୍ର ସ୍ଥିତି ଆକଳନ କରାଯାଇ ବନ୍ୟା ଜଳ ଛଡାଯାଇଥିବା ସୂଚନା ମିଳିଛି। ଡ୍ୟାମର ଦ୍ୱିତୀୟ ବନ୍ୟା
ଓଡିଶା ଉଦ୍ୟୋଗୀ ପରିବାର ପକ୍ଷରୁ “ଆସ ଉଦ୍ୟୋଗୀ ହେବା “ଶୀର୍ଷକ ଆଲୋଚନା
ଭୁବନେଶ୍ୱର: ସ୍ଥାନୀୟ ୟୁନିଟ 9 ଠାରେ ଥିବା ବୁଦ୍ଧମନ୍ଦିର ପରିସରରେ ଓଡିଶା ଉଦ୍ୟୋଗୀ ପରିବାର ପକ୍ଷରୁ ମାସିକ ସମୀକ୍ଷା ବୈଠକ ଓ "ଆସ ଉଦ୍ୟୋଗୀ ହେବା "ଶୀର୍ଷକ ଆଲୋଚନାଚକ୍ର ସଂଯୋଜକ ଶ୍ରୀକାନ୍ତ ସାହୁ ଓ ସଭାପତି, ବିଶିଷ୍ଟ ଉଦ୍ୟୋଗୀ ଶିବ ନାରାୟଣ
ବରନାଳୀ ବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ
ଭୁବନ: ସରକାରୀ ଉଚ୍ଚ ବିଦ୍ୟାଳୟ ବରନାଳୀଠାରେ ଶିକ୍ଷକ ରଂଜନ କୁମାର ଷଣ୍ଢ, ଶିକ୍ଷୟିତ୍ରୀ ଉର୍ମିଳା ରଣାଙ୍କ ଉପସ୍ଥିତିରେ ବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଉକ୍ତ ବିଦ୍ୟାଳୟ ପରିସରରେ ସାମାଜିକ ଅନୁଷ୍ଠାନ ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ୍ ର
ଆର୍ଯ୍ୟସମାଜ ଓଡ଼ିଶା ପକ୍ଷରୁ ନବମାତୃକା ପୂଜା
ପୂଜ୍ୟପୂଜା ଉତ୍କଳର ପାତାଳଭେଦି ସଂସ୍କୃତି: ବାଗ୍ନୀ ପ୍ରଦ୍ୟୁମ୍ନ ଶତପଥୀଭୁବନେଶ୍ୱର : ମହର୍ଷି ଦୟାନନ୍ଦଙ୍କ ପ୍ରତିଷ୍ଠିତ ସଂସ୍କାରବାଦୀ ସଂଗଠନ ଆର୍ଯ୍ୟ ସମାଜ ପକ୍ଷରୁ ସୋମବାର ନବରାତ୍ରର ପ୍ରଥମ ଦିବସ ଆଶ୍ୱିନ ଶୁକ୍ଳ ପତିପଦାର ପବିତ୍ର ତିଥିରେ ଚନ୍ଦ୍ରଶେଖରପୁର ଶ୍ରୀଅରବିନ୍ଦ ନଗରସ୍ଥିତ ସ୍ୱାମୀ ବ୍ରହ୍ମାନନ୍ଦ
ସ୍ୱାସ୍ଥ୍ୟବୀମା ରାଶି ବୃଦ୍ଧି ଓ ପେନସନ୍ ଦାବି ନେଇ ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ
ଭୁବନେଶ୍ୱର: ରାଜ୍ୟର ସର୍ବପୁରାତନ ତଥା ସର୍ବବୃହତ ସାମ୍ବାଦିକ ସଂଘ ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଭୁବନେଶ୍ୱର ସ୍ଥିତ ସଂଘ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସଭାପତି ବିଭୂତି ଭୂଷଣ କରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ, ରାଜ୍ୟରେ ପ୍ରଚଳିତ ସ୍ୱାସ୍ଥ୍ୟବୀମା
ଶିକ୍ଷାବିତ ଚିତ୍ତରଞ୍ଜନଙ୍କୁ ସମ୍ବର୍ଦ୍ଧନା
ବଡମ୍ବା/ନରସିଂପୁର: ପ୍ରଜାଗର ପ୍ରଜାଶକ୍ତି ପ୍ରତିଭାସ ମଞ୍ଚ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ବଡମ୍ବା ଅନ୍ତର୍ଗତ ତେଲେଣିଆ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ, ସମାଜସେବୀ, ସାରସ୍ୱତ ଶିକ୍ଷାବିତ ଚିତ୍ତରଞ୍ଜନ ପ୍ରହରାଜଙ୍କୁ ଉଲ୍ଲେଖନୀୟ ଶିକ୍ଷାପ୍ରଦାନ, ସମାଜସେବା ପାଇଁ ଅରାଟ -ବୃହଦମ୍ବା ଶିକ୍ଷକ ଗୌରବ ସମ୍ମାନ 2025 ପ୍ରଦାନ
ରେଙ୍ଗାଳିଡ୍ୟାମ ଛକରେ ବାଇକ ଧକ୍କାରେ ୨ ଗୁରୁତର
ଭୁବନ: ଭୁବନ ବ୍ଲକ୍ ଅନ୍ତର୍ଗତ ବଡ଼କାଠିଆସ୍ଥିତ ରେଙ୍ଗାଳିହୁଡ଼ା ଛକଠାରେ ସଡ଼କ ଦୁର୍ଘଟଣାରେ ଦୁଇଜଣ ଯୁବକ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସୂଚନା ଅନୁଯାୟୀ, ବୁଧବାର ଦିବା ୧୧ ରୁ ୧୨ ଘଟିକା ସମୟରେ ବଡ଼କାଠିଆ-ଓଡ଼ିଶ ଗ୍ରାମ ଦେଇ ଯାଇଥିବା
ମହିମାସେବା ଫାଉଣ୍ଡେସନର ଷଷ୍ଠ ସ୍ୱନକ୍ଷତ୍ର ଅନୁଷ୍ଠିତ
ଭୁବନେଶ୍ୱର: ସାମାଜିକ ଅନୁଷ୍ଠାନ "ମହିମା ସେବା ଫାଉଣ୍ଡେସନ "ପକ୍ଷରୁ ଷଷ୍ଠ ସ୍ୱନକ୍ଷତ୍ର ଦିବସ ଅନ୍ଧାରୁଆ ସ୍ଥିତ ପ୍ରବୁଦ୍ଧପାହାଡ଼ ଠାରେ ଥିବା ସତ୍ୟ ମହିମା ଆଶ୍ରମ ଠାରେ ଅନୁଷ୍ଠିତ ହୋଇଯାଇଛି I ପ୍ରାତଃ ସମୟରେ ଶୂନ୍ୟ ମହିମା ପ୍ରଭୁ ଙ୍କୁ ପ୍ରଦ୍ବୀପ ପ୍ରଜ୍ବଳନ
୨୬ରୁ “ପ୍ରୟାସ”ର ନବରାତ୍ର ଦାଣ୍ଡିଆ ମେହାତ୍ସବ
ଭୁବେନଶ୍ୱର: ଜଗତ୍ ଜନନୀ ମା ଦୁର୍ଗାଙ୍କ ଶାରଦୀୟ ପୂଜା ଅବସରରେ ମା’ଙ୍କୁ ସମର୍ପିତ ଦ୍ୱାଦଶ ପ୍ରୟାସ ନବରାତ୍ର ଦାଣ୍ଡିଆ ମହୋତ୍ସବ ସେପ୍ଟେମ୍ବର ମାସ ୨୬ ରୁ ଅକ୍ଟୋବର ୨ ତାରିଖ (ସନ୍ଧ୍ୟା ୬ଟା ରୁ ୧୦ଟା) ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ରାଜଧାନୀ
ଦୁର୍ଘଟଣାରେ ଔଷଧ ଦୋକାନୀ ମୃତ
ଯାଜପୁର: କଟକ ଘରୋଇ ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ଗତକାଲି ଔଷଧ ଦୋକାନୀ ମାଲିକ ମନୋଜ କୁମାର ରାଉତଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ ଯାଜପୁର ଜିଲ୍ଲା କାଳିଆପାଣି ଅଂଚଳର କଲରଙ୍ଗିଅତା ତାରିଣୀ ମାର୍କେଟ ସ୍ଥିତ ବୈକୁଣ୍ଠ ମାର୍କେଟ କମ୍ପେ୍ଲକ୍ସ ରେ
ଶିଶୁ ପ୍ରତିଭା ଅଭିଷ୍କା ଷଣ୍ଢଙ୍କୁ ସମ୍ବର୍ଦ୍ଧନା
ଭୁବନ: ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ନିଜର ସ୍ଥାନ ପାଇଥିବାରୁ କୁନି ଝିଅ ଅଭିଷ୍କାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି। କୋମଳ ବୟସରେ ବହୁ ଜ୍ଞାନ ଆହରଣ କରିପାରିଥିବାରୁ ତାଙ୍କୁ ଏହି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ମିଳିପାରିଛି। ତେଣୁ ଅଭିଷ୍କାଙ୍କୁ ନିଜ
ସ୍ୱାସ୍ଥ୍ୟ ବୀମା ପ୍ରିମିୟମ ଉପରୁ ଜିଏସଟି ଉଚ୍ଛେଦକୁ ଗ୍ରାହକ ଓ ଶିଳ୍ପ ପାଇଁ ଲାଭଦାୟକ ଭାବେ ପ୍ରଶଂସା
ଭୁବେନଶ୍ୱର: କେନ୍ଦ୍ର ଅଥର୍ମନ୍ତ୍ରୀ ନିର୍ମଳା ସୀତାରାମଣଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଜିଏସଟି ପରିଷଦ ଏକ ଗୁରୁତ୍ୱପୂର୍ଣ୍ଣ ସଂସ୍କାର ଘୋଷଣା କରିଛନ୍ତି ଯାହା ଫଳରେ ସ୍ୱାସ୍ଥ୍ୟ ବୀମା ପ୍ରିମିୟମ ଉପରୁ ସାମଗ୍ରୀ ଏବଂ ସେବା କର (ଜିଏସଟି) ଉଚ୍ଛେଦ କରାଯାଇଥିବା ବେଳେ ବୀମା କମ୍ପାନିମାନଙ୍କୁ
କ୍ୟାମ୍ପସ ଆକ୍ଟିଭଓୟାର ପକ୍ଷରୁ ମହିଳା ବର୍ଗ ପାଇଁ କ୍ରୀତି ସାନନଙ୍କୁ ବ୍ରାଣ୍ଡ ଆମ୍ବାସଡ଼ର ଘୋଷଣା
ଭୁବେନଶ୍ୱର/କଟକ: ଦେଶର ଅଗ୍ରଣୀ ସ୍ପୋଟର୍ସ ଓ ଆଥିଲିଜର ଫୁଟଓୟାର ବ୍ରାଣ୍ଡ କ୍ୟାମ୍ପସ ଆକ୍ଟିଭ ଓୟାର ପକ୍ଷରୁ ଜାତୀୟ ପୁରସ୍କାର ବିଜୟିନୀ ବଲିଉଡ ଅଭିନେତ୍ରୀ କ୍ରୀତି ସାନନଙ୍କୁ କମ୍ପାନିର ମହିଳା ବର୍ଗର ଉତ୍ପାଦ ପାଇଁ ବ୍ରାଣ୍ଡ ଆମ୍ବାସଡ଼ର ଭାବେ ଘୋଷଣା କରାଯାଇଛି। ଏହି
ଓଡ଼ିଶ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ପୋଷାକ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ
ଭୁବନ: ଓଡ଼ିଶ ଗ୍ରାମ ପଂଚାୟତର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ସ୍କୁଲ୍ ପୋଷାକ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କୁ ପୋଷାକ ବିତରଣ କରାଯାଇଥିବା ଦେଖିବାକୁ ମିଳିଛି । ପୋଷାକ ବିତରଣ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ

Politics

ମନ୍ଦାକିନୀ ବାଣୁଆଁ ବଲାଙ୍ଗୀରର ଯୁବ କଂଗ୍ରେସ ପ୍ରଭାରୀ

ବଲାଙ୍ଗିରର ବିକାଶ ସାରା ରାଜ୍ୟ ଓ ଦେଶର ବିକାଶ: ଧର୍ମେନ୍ଦ୍ର ପ୍ରଧାନ
Entertainment

ଚାନ୍ଦବାଲି ବ୍ଲକରେ ଯୋଗଶିକ୍ଷକଙ୍କର ଗୁରୁତ୍ୟପୂର୍ଣ୍ଣ ବୈଠକ ଅନୁଷ୍ଠିତ

ଝରଣେଶ୍ୱର ମହାଦେବଙ୍କ ମନ୍ଦିର ସଫେଇ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର ଟ୍ରାଏଲ ଇରିଗେସନ ଆରମ୍ଭ
