ଦେକୋଟ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ ରେ  ୨୦୨୫ ବାର୍ଷିକ ଉତ୍ସବ ପାଲିତ

ଧର୍ମଗଡ: (ଜନ୍ମେଜୟ ନାଏକ ଙ୍କ ରିପୋର୍ଟ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଦେକୋଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ ହୋଇ ଯାଇ ଅଛି। ଏହି ପରିପ୍ରେକ୍ଷିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତୁଲାରାମ ଟୋଲଟିଆଙ୍କ ନେତୃତ୍ୱରେ କାର୍ଯକ୍ରମ ଅନୁଷ୍ଟିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ଦଶପୁର ଗ୍ରାମପଞ୍ଚାୟତ ସରପଞ୍ଚ ରଞ୍ଜନ କୁମାର ସାହୁ ସମ୍ମାନୀତ ଭାବେ CRCC ଖିରାବ୍ଧି ତନୟ ମଶ୍ରା, ବିଦ୍ୟାଳୟ ସଭାନେତ୍ରୀ ଗୀତାଞ୍ଜଳି ମହାନନ୍ଦ, କୁଲେରଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଶିବ ସୁନାନୀ, କବି ଓ ସାମ୍ବାଦିକ ଜନ୍ମେଜୟ ନାଏକ, ସୁବାଷ ଚନ୍ଦ୍ର ଅଗସ୍ତି, ସମାଜସେବୀ ବିଭୂତି କର, ୱାର୍ଡ ମେମ୍ବର ପର୍ସୁରାମ ବନ୍ଦିଛୋଡ଼, ଗଣମାଧ୍ୟମ ପ୍ରତିନିଧି ସରୋଜ କୁମାର ମୁଣ୍ଡ, ପିତାମ୍ବର ବେହେରା, ପିଣ୍ଟୁ ଅଗ୍ରୱାଲ, କୁମୁଦ ସେଠୀ ମଞ୍ଚାସୀନ ଥିଲେ। ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ଦ୍ଵାରା ରଙ୍ଗାରଙ୍ଗ କାର୍ଯକ୍ରମ ଅତି ସୁନ୍ଦର ଭାବେ ପରିବେଷଣ ହୋଇଥଲା । ଅତିଥିମାନଙ୍କ ଦ୍ବାରା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ସରସ୍ଵତୀ ପାଣିଗ୍ରାହି, ସହ ଶିକ୍ଷକ ଜଗନ୍ନାଥ ମଙ୍ଗରାଜ, ଜଗତରାମ ପଟେଲ  ବାର୍ଷିକ ଉତ୍ସବର କାର୍ଯ୍ୟକ୍ରମକୁ ସଂପୂର୍ଣ୍ଣ ଭାବରେ ସହଯୋଗ କରିଥିଲେ। ସ୍ୱାଗତ ଭାଷଣ ଜଗନ୍ନାଥ ମଙ୍ଗରାଜ ପ୍ରଦାନ କରିଥିବା ଵେଲେ ଧୁରନ୍ଧର ଛତ୍ରପାଳ କୁଲେରଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବରିଷ୍ଠ ଶିକ୍ଷକ ମଞ୍ଚ ପରିଚାଳନା କରିଥିଲେ। ଶେଷରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ବାର୍ଷିକ ଉତ୍ସବରେ ବହୁ ସଂଖ୍ୟକ ଭାବେ  ଛାତ୍ର ଛାତ୍ରୀ ମାନଙ୍କ ଅଭିଭାବକ ମହିଳା ଓ ପୁରୁଷ ମାନେ ଉପସ୍ଥିତ ରହି ଧନ୍ୟବାଦ ଜ୍ଞାପନ ଜଣାଇଥିଲେ ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page