ଧର୍ମଗଡ କୃଷ୍ଣା ଦେବୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ପି ଏମ ଶ୍ରୀ ବାର୍ଷିକ କ୍ରୀଡ଼ା ଉତ୍ସବ

ଧର୍ମଗଡ, (ଜନ୍ମେଜୟ ନାଏକ ରିପୋର୍ଟ): କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଧର୍ମଗଡ କୃଷ୍ଣାଦେଵୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପିଏମଶ୍ରୀ ବାର୍ଷିକ କ୍ରୀଡ଼ା ଉତ୍ସବ ୨୬ ରିଖ ଠାରୁ ୨୯ରିଖ ପର୍ଯ୍ୟନ୍ତ ପାଳିତ ହୋଇଯାଇଅଛି l ଏହି କ୍ରୀଡ଼ା ଉତ୍ସବରେ ମୁଖ୍ୟ ଅତିଥି ଭାବେ ଏନ ଏ ସି ଉପାଧ୍ୟକ୍ଷା ମନିଷା ମିଶ୍ର ଯୋଗଦେଇ ଥିବାବେଳେ ସମ୍ମାନୀତ ଅତିଥି ଭାବରେ ସଞ୍ଜୀବ ମୁଣ୍ଡ  ଅଧ୍ୟାପକ, ମହିଳା ମହାବିଦ୍ୟାଳୟ, ଅଭୟ କୁମାର ବାଗ  ପି.ଇ. ଟି. ପଞ୍ଚାୟତ କଲେଜ ଧର୍ମଗଡ, ପ୍ରସନ୍ନ କୁମାର ମୁଣ୍ଡ  ପ୍ରଧାନଶିକ୍ଷକ କେ. ଡି ମଧ୍ୟ ଇଂରାଜୀ ସ୍କୁଲ୍ ଧର୍ମଗଡ, ସ୍କୁଲ ସଭାପତି ଜଳନ୍ଧର ବାଗ ମଞ୍ଚାଷିନ ଥିଲେ। ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ସ୍କୁଲର ସମସ୍ତ ଶିକ୍ଷୟିତ୍ରୀ ଉପସ୍ଥିତ ରହି ସହଯୋଗ କରିଥିଲେ। ଛାତ୍ର ଛାତ୍ରୀମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ପ୍ରଦାନ କରାଯାଇଥିଲା। ଅଭୟ କୁମାର ବାଗ ଅତି ସୁନ୍ଦର ଭାବେ ମଞ୍ଚ ପରିଚାଳନା କରିଥିଲେ l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page