ଭବାନୀପାଟଣା ,ଉତ୍କଳ ବୁଲେଟିନ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ଅନ୍ତର୍ଗତ କୁଟୃଖମାର ଠାରେ ଜଗଦିଶ ଯାଦବଙ୍କ ନେତୃତ୍ୱରେ ସମାଜ ବାଦି ପାର୍ଟିର ଜିଲ୍ଲାସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସମ୍ମିଳନୀରେ ମୂଖ୍ୟ ଅତିଥି ଭାବେ ସମାଜ ବାଦି ପାର୍ଟି ରାଜ୍ୟ ସଭାପତି ଶିବ ହାତୀ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବରିଷ୍ଟ ସାମାଜିକ କାର୍ଯ୍ୟକର୍ତ୍ତା ସୋଭା ବନ ଭାଟି, ସମାଜ ବାଦି ପାର୍ଟି କାର୍ଯ୍ୟକର୍ତ୍ତା ଦୁର୍ଯ୍ୟଧନ ଠାକୁର, ସନ୍ତୋଷ କୁମାର ଭୋଇ, ଧବଳେଶ୍ଵର ମାଝୀ ମଞ୍ଚାସିନ ହୋଇଥିବା ବେଳେ ତୁଳମଣି ନାଗ ମଞ୍ଚ ପରିଚଳନ କରିଥିଲେ। କିଭୋଲି ଭାବରେ ସମାଜ ବାଦି ପାର୍ଟି ଲକ୍ଷାଧିକ ସଭ୍ୟ ସଂଗ୍ରହ କରି ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ରାଜ ନିର୍ବାଚନ ରେ ଉଲ୍ଲାଇବ ବଳି ରାଜ୍ୟ ସଭାପତି ଶିବ ହାତୀ ପ୍ରକାଶ କରିଛନ୍ତି। ଏହି ସମ୍ମିଳନୀରେ ଶତାଧିକ ସମାଜ ବାଦି ପାର୍ଟିର କର୍ମୀମାନେ ଉପସ୍ଥିତି ଥିଲେ।

ଜଗନ୍ନାଥ ନାଏକ, ଉତ୍କଳ ବୁଲେଟିନ