ସିମାନ୍ତରେ ଥିବା ଏହି ବିଦ୍ୟାଳୟ ପ୍ରତି ପ୍ରଶାସନର ନିଘା ନାହିଁ
ବାଲିଗୁଡ଼ା: ଅବ୍ୟବସ୍ଥାରେ ସରକାରୀ ଆଶ୍ରମ ବିଦ୍ୟାଳୟ । ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଛାତ୍ରୀଙ୍କ ପାଇଁ ବିଦ୍ୟାଳୟରେ ନା ଅଛି ଆବଶ୍ୟକ ଅନୁଯାୟୀ ଶୌଚାଳୟ ନ ଅଛି ପାଣିର ସୁ ବ୍ୟବସ୍ଥା । ସେପଟେ ନାହଁ ସୁରକ୍ଷିତ ଶ୍ରେଣୀ ଗୃହ, ପୁଣି ବିପଦ ସଂକୁଳ ଛାତ୍ରୀ ନିବାସରେ ରହୁଛନ୍ତି ଛାତ୍ରୀ ।
ଏ ହେଉଛି କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ୍ ଅନ୍ତର୍ଗତ ରାୟଗଡ଼ା ଜିଲ୍ଲା ସିମାନ୍ତ ଦୁର୍ଗାପଙ୍ଗା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଦୃଶ୍ୟ । ଏହି ବିଦ୍ୟାଳୟଟି ଜିଲ୍ଲା ମୁଖ୍ୟାଳୟ ରୁ ପ୍ରାୟ ୧୬୦ କିଲୋମିଟର ଦୂର ଏବଂ ବାଲିଗୁଡ଼ା ଉପଖଣ୍ଡରୁ ପ୍ରାୟ ୮୦ କିଲୋମିଟର ଦୂରରେ ଅବସ୍ଥିତ । ଏହି ବିଦ୍ୟାଳୟରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ପ୍ରାୟ ଚାରିଶହ ଛାତ୍ରୀ ଛାତ୍ରୀ ନିବାସରେ ରହି ପାଠ ପଢୁଥିବା ବେଳେ ୧୨ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଏଠି ଶିକ୍ଷାଦାନ କରୁଛନ୍ତି । ତେବେ ବିଦ୍ୟାଳୟ ପରିସରରେ ଥିବା ଛାତ୍ରୀ ନିବାସରେ ଛାତ୍ରୀଙ୍କ ଆବଶ୍ୟକ ଅନୁଯାୟୀ ଶୌଚାଳୟ ନଥିବା ଯୋଗୁଁ ଶୌଚ ପାଇଁ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ଛାତ୍ରୀ । ଅନ୍ୟପଟେ ବିଦ୍ୟାଳୟରେ ଚାରୋଟି ବୋର୍ ଓ୍ବେଲ୍ ଅଛି କିନ୍ତୁ ସେଥିମଧ୍ୟରୁ କୌଣସି ଗୋଟିଏ ମଧ୍ୟ ସଚଳ ଅବସ୍ଥାରେ ନଥିବା ଜଣାପଡ଼ିଛି । ଫଳରେ ବିଦ୍ୟାଳୟ ପରିସରରେ ଥିବା ନଳକୂପରୁ ଛାତ୍ରୀମାନେ ବାଲଟିରେ ପାଣି ବୋହି ନେଉଥିବା ଦେଖିବାକୁ ମିଳିଛି । ଏବେ ଖରାଦିନ ଆସିଲାଣି ଆଉ ଅଳ୍ପ ଦିନରେ ନଳ କୂପରୁ ପାଣି ମଧ୍ୟ ଶୁଖିଯିବ । ଯାହାଫଳରେ ଆହୁରି ସମସ୍ୟା ବଢ଼ିବ ବୋଲି କହିଛନ୍ତି ଛାତ୍ରୀନିବାସ କର୍ମଚାରୀ । ସେପଟେ ଏତେ ସବୁ ସମସ୍ୟା ଭିତରେ ଛାତ୍ରୀ ନିବାସର ଛାତରୁ ସିମେଣ୍ଟ ପ୍ଲାଷ୍ଟର ଝଡ଼ି ପଡ଼ୁଛି । ଅନେକ କୋଠରୀରେ ଖବାଟ ମଧ୍ୟ ନାହଁ । କେତେବେଳେ ଯେ କିଛି ଅଘଟଣ ନଘଟିବ କିଛି କହିହେବ ନାହଁ । ଆମେ ବହୁତ ଭୟରେ ବିପଦ ସଂକୁଳ ଅବସ୍ଥାରେ ଏଠି ରହୁଛୁ । ସରକାର ଓ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଯଥାଶୀଘ୍ର ସମସ୍ୟାର ସମାଧାନ କଲେ ଆମେ ଉପକୃତ ହେବାସହ ଭଲରେ ପାଠ ପଢ଼ିପାରିବୁ ବୋଲି କହିଛନ୍ତି ଅନ୍ତେବାସୀ । ସରକାରୀ ନିୟମ ଅନୁଯାୟୀ ୫୦ ଜଣ ଛାତ୍ରୀଙ୍କୁ ଜଣେ ଲେଖାଏଁ ସିସିଏ(କୁକ୍ କମ୍ ଆଟେଣ୍ଡାଣ୍ଟ୍) ରହିବା କଥା। କିନ୍ତୁ ଦୁର୍ଗାପାଙ୍ଗା ସରକାରୀ ଆଶ୍ରମ ବିଦ୍ୟାଳୟରରେ ପ୍ରାୟ ଚାରିଶହ ଛାତ୍ରୀ ରହୁଥିବା ବେଳେ ଅଛନ୍ତି ମାତ୍ର ଚାରିଜଣ ସିସିଏ । ସେଥିମଧ୍ୟରୁ ଜଣେ ମୁଖ୍ୟ ଫାଟକରେ ଏବଂ ଆଉ ଜଣେ କାର୍ଯ୍ୟାଳୟରେ କାର୍ଯ୍ୟରତ । ଅନ୍ୟ ଦୁଇଜଣ ଚାରିଶହ ପିଲାଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରିବାରେ କଷ୍ଟସାଧ୍ୟ ହୋଇ ପଡ଼ୁଛି ଏଣୁ ଆବଶ୍ୟକ ଅନୁଯାୟୀ ସିସିଏ ନିଯୁକ୍ତି କଲେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ ହୋଇପିରିବେ ବୋଲି କହିଛନ୍ତି କାର୍ଯ୍ୟରତ ସିସିଏ । ସେପଟେ ବିଦ୍ୟାଳୟ ଏଭଳି ସମସ୍ୟା ଦେଇ ଗତି କରୁଥିବାବେଳେ ପିଲାଙ୍କ ପାଇଁ ଆବଶ୍ୟକ ଶ୍ରେଣୀଗୃହ ମଧ୍ୟ ବିଦ୍ୟାଳୟରେ ନାହଁ । ଫଳରେ ଛାତ୍ରୀଙ୍କୁ ଶିକ୍ଷାଦାନରେ ମଧ୍ୟ ଅସୁବିଧା ହେଉଛି । ଏନେଇ ପ୍ରଶାସନ ଏବଂ ବିଭାଗୀୟ ଅଧିକାରୀଙ୍କୁ ବହୁବାର ଅବଗତ କରାଇଥିଲେ ମଧ୍ୟ ଏଯାବତ୍ କୌଣସି ସୁଫଳ ମିଳିନଥିବା କହିଛନ୍ତି ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ । ତେବେ ସିମାନ୍ତ ବର୍ତ୍ତୀ ଏହି ଆଶ୍ରମ ବିଦ୍ୟାଳୟ ପ୍ରତି ସରକାର, ପ୍ରଶାସନ ଓ ବିଭାଗୀୟ ଅଧିକାରୀଙ୍କ କେବେ ଦୃଷ୍ଟି ପଡ଼ୁଛି ଏବଂ ଅନ୍ତେବାସୀଙ୍କ ସମସ୍ୟା କେବେ ଦୂର ହେଉଛି ତାହା ଦେଖିବାକୁ ବାକି ରହିଲା ।
Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp
Social Share On:
Related News
ବିଶ୍ୱକବି ରବିନ୍ଦ୍ରନାଥ ଟାଗୋର ସମ୍ମାନ ପାଇବେ ଡ. ଇତି ସାମନ୍ତ
ଭୁବନେଶ୍ୱର: ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ "ଗୀତାଞ୍ଜଳୀ' ପକ୍ଷରୁ ଚଳିତ ମାସ ୧୯ ତାରିଖ ସନ୍ଧ୍ୟାରେ ଜୟଦେବ ଭବନ ଠାରେ ବେଙ୍ଗଲୀ ଓ ହିନ୍ଦୀର ସଙ୍ଗୀତ ସନ୍ଧ୍ୟା ସହିତ ଓଡ଼ିଶାର କଳା, ସଂସ୍କୃତି କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ
ଜାମୁତୋଟା ବିବେକାନନ୍ଦ ପବ୍ଲିକ ସ୍କୁଲର ୧୬ ତମ ବାର୍ଷିକ ଉତ୍ସବ
ବାଲିଅନ୍ତା: ବିଦ୍ୟା ରୂପକ ଜ୍ଞାନର ଭଣ୍ଡାର ମଧ୍ୟରେ ତୁମେମାନେ ଜଣେ ଜଣେ କ୍ଷୁଦ୍ର କଣିକା ସଦୃଶ୍ୟ l ତେଣୁ ସର୍ବଦା ନିଜେ ନମ୍ର ରହିବା ସହ ସଂସ୍କାରି ହେବାପାଇଁ ଚେଷ୍ଟାକଲେ ଭବିଷ୍ୟତ ଉଜ୍ବଳମୟ ହେବ ବୋଲି ଆଜି ବାଳକାଟି ଜାମୁତୋଟା ସ୍ଥିତ
ବଙ୍ଗଳା ଚଳଚ୍ଚିତ୍ର “ଆଗୁନ୍” ରେ ଓଡ଼ିଆ ପୁଅ ଗୁଲଜାର୍
ବାଲିପାଟଣା: ଇତିମଧ୍ୟରେ ଏକାଧିକ କ୍ଷୁଦ୍ର ଓ ପ୍ରାମାଣିକ ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ସହ ଅଭିନୟ କରି ଜାତୀୟ ତଥା ଆନ୍ତର୍ଜାତୀୟ ପୁରସ୍କାର ସହ ଅନେକ ପୁରସ୍କାର ଲାଭ କରିପାରିଛନ୍ତି ନୁଆ ମଠ, ସାହେବ ନଗର, ବାଲିପାଟଣା ନିବାସୀ ପିତା ଶେଖ୍ ସିଦ୍ଦିକି ଓ
ମହାଶିବରାତ୍ରୀ ତଥା ଜାଗର ଉପଲକ୍ଷେ ମନ୍ଦିର ସଫେଇ କାର୍ଯ୍ୟକ୍ରମ
ଭୁବନ: ସାମାଜିକ ଅନୁଷ୍ଠାନ ପକ୍ଷରୁ ଗ୍ରାମ ସଫେଇ ଅଭିଯାନ ଚାଲୁରହିଥିବାବେଳେ ଓଡ଼ିଶ ଗ୍ରାମରେ ଅନୁରୂପ ଭାବେ ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ଅନୁଷ୍ଠିତ ହୋଇଥିଲା ମନ୍ଦିର ସଫେଇ କାର୍ଯ୍ୟକ୍ରମ। ଏହି ସଫେଇ ଅଭିଯାନ ଅବସରରେ ଓଡ଼ିଶ ଗ୍ରାମର ଆରାଧଧ୍ୟା ଦେବୀ
ସଶକ୍ତ ଓଡିଶା ପକ୍ଷରୁ ମହିଳା ସଶକ୍ତିକରଣ ଶୀର୍ଷକ ଆଲୋଚନା
ଭୁବନେଶ୍ୱର: ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୯୨ ତମ ଶ୍ରାଦ୍ଧବାର୍ଷିକ ଅବସରରେ ସାମାଜିକ ଅନୁଷ୍ଠାନ "ସଶକ୍ତ ଓଡିଶା "ପକ୍ଷରୁ ସ୍ଥାନୀୟ ସିଆରପି କାର୍ୟ୍ୟାଳୟ ଠାରେ ମହିଳା ସଶକ୍ତିକରଣ ଯୋଜନା, ଆତ୍ମନିଯୁକ୍ତି, ନିଯୁକ୍ତି, ଉତ୍ପାଦନ ବୃଦ୍ଧି ସହିତ କିପରି ମହିଳା ମାନେ ରାଜ୍ୟ
‘ପର୍ଯ୍ୟବେକ୍ଷକ’ର 28 ତମ ସ୍ୱନକ୍ଷତ୍ର ଅବସରରେ ରକ୍ତଦାନ ଶିବିର
ଭୁବନେଶ୍ୱର: ଓଡ଼ିଆ ଦୈନିକ ମୁଦ୍ରିତ ଗଣମାଧ୍ୟମ "ପର୍ଯ୍ୟବେକ୍ଷକ'ର ଅଠେଇସ ତମ ସ୍ୱନକ୍ଷତ୍ର ଅବସରରେ ସ୍ଥାନୀୟ ରେଡକ୍ରସ ଭବନ ଠାରେ ଏକ ରକ୍ତଦାନ ଶିବିର ସାରସ୍ୱତ ପ୍ରାଣ ସମ୍ପାଦକ ଡ. ପବିତ୍ର ମୋହନ ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ
ମା’ ଟଙ୍କପାଣି ମନ୍ଦିରର ପାରିପାର୍ଶ୍ଵିକ ଉନ୍ନତୀ ପାଇଁ ଶିଳାନ୍ୟାସ
ବାଲିଅନ୍ତା: ଉମାଦେଇବ୍ରହ୍ମପୁର ପଞ୍ଚାୟତର ଅଧିଷ୍ଠାତ୍ରୀ ମା'ଟଙ୍କପାଣି ମନ୍ଦିରର ପାରିପାର୍ଶ୍ଵିକ ଉନ୍ନତିକରଣ ନିମନ୍ତେ ଶିଳାନ୍ୟାସ ହୋଇଯାଇଛି l ସ୍ଥାନୀୟ ବିଧାୟକ ନବ କିଶୋର ମଲ୍ଲିକ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାର ଶିଳାନ୍ୟାସ କରିଥିଲେ l ଖୁବଶୀଘ୍ର ଉକ୍ତ ମନ୍ଦିରର ବାକି ରହିଥିବା ଆନୁସଙ୍ଗିକ
ଉତ୍କଳୀୟ ସ୍ୱାଭିମାନ ତରଫରୁ ଅଭିମନ୍ୟୁ ସାମନ୍ତସିଂହାରଙ୍କ ୨୬୬ତମ ଜନ୍ମ ଜୟନ୍ତୀ ପାଳନ
ଭୁବନେଶ୍ୱର: ସାଂସ୍କୃତିକ ଅନୁଷ୍ଠାନ 'ଉତ୍କଳୀୟ ସ୍ୱାଭିମାନ ଅନୁଷ୍ଠାନ' ତରଫରୁ ତଥା ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ,ଓଡ଼ିଶା ସରକାର ଏବଂ କଳିଙ୍ଗ ଇନ୍ଷ୍ଟିଟ୍ୟୁଟେ ଇଣ୍ଡଷ୍ଟ୍ରିଆଲ ଟେକ୍ନଲୋଜି ଅନୁକୁଲ୍ୟରେ ବିଦଗ୍ଧକବି ଅଭିମନ୍ୟୁ ସାମନ୍ତସିଂହାରଙ୍କ ୨୬୬ତମ ଜନ୍ମ ଜୟନ୍ତୀ ମଙ୍ଗଳବାର ସ୍ଥାନୀୟ ଜୟଦେବ
ଜନ ଅସନ୍ତୋଷରେ ପୈ।ର ଚିକିତ୍ସାଳୟ
୪୦ ମାସ ଧାରଣା ରେ ସେବା ପ୍ରତିନିଧିଭୁବନେଶ୍ୱର: ପୁରୁଣା ଭୁବନେଶ୍ୱରର ଅଧିବାସୀ ସ୍ଵାଧୀନତା ପୂର୍ବରୁ ସ୍ଵାସ୍ଥ୍ୟ କଥା ଚିନ୍ତାକରି ୧୯୪୬ ମସିହାରେ ମହାପ୍ରଭୁ ଲିଙ୍ଗରାଜଙ୍କ ନିକଟରେ ଏକ ଚିକିତ୍ସାଳୟ ନିର୍ମାଣ କରିଥିଲେ। ପରେ ପୈ।ର ମହାନଗର ନିଗମ ସେହି ଚିକିତ୍ସାଳୟକୁ ନିଜ
ଉତ୍ତମ ମାନର ସେବା ଦେବା ପାଇଁ ଦୂରସଂଚାର ବିଭାଗ ପ୍ରତିଶୃତିବଦ୍ଧ
ଭୁବନେଶ୍ୱର: ଭାରତୀୟ ଦୂରସଂଚାର ବିଭାଗ ଭୁବନେଶ୍ୱର ଟେଲିକମ ପକ୍ଷରୁ ମହାନିର୍ଦ୍ଧେଶକ ରମେଶ କୁମାର ଗୋୟଲ ଏକ ସମୀକ୍ଷା ବୈଠକ ସହିତ ଟେଲିଫୋନର ବିଭିନ୍ନ ଉପଯୋଗୀତା, ନାଗରିକ ମାନଙ୍କ ପ୍ରମୁଖ ସମସ୍ୟା ସହିତ ବିଏସଏନଏଲ କୁ ଆହୁରି ଲୋକାଭିମୁଖୀ କରାଇବା, ସଂଚାର ଆପ
ଓଡ଼ିଶ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୭୭ତମ ସାଧରଣତନ୍ତ୍ର ଦିବସ ପାଳିତ
ଭୁବନ: ଭୁବନ ବ୍ଲକ୍ ଅନ୍ତର୍ଗତ ଓଡ଼ିଶ ଗ୍ରାମ ପଂଚାୟତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୭୭ତମ ସାଧରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏଥିରେ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ସହିତ ଛାତ୍ରଛାତ୍ରୀ ବିଦ୍ୟାଳୟ ପରିସରେ ଏକତ୍ରିତ ହୋଇ ପତାକା ଉଚୋାଳନ କରିଥିଲେ। ଏହାସହ
ଓଡ଼ିଶ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରିଣୀଙ୍କ ମେଳା ଅନୁଷ୍ଠିତ
ଭୁବନ: ଭୁବନ ବ୍ଲକ୍ ଅନ୍ତର୍ଗତ ଓଡ଼ିଶ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରିଣୀଙ୍କ ମେଳା ଧୂମଧାମ ତଥା ଆନନ୍ଦ ଉଲ୍ଲାସରେ ଅନୁଷ୍ଠିତ ହୋଇଯାଇଛି। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗ୍ରାମର ଆରାଧ୍ୟା ଦେବୀ ମା’ ତାରିଣୀଙ୍କ ପୀଠରେ ଗ୍ରାମର ସମସ୍ତ
ଚାନ୍ଦବାଲି ଏନଏସି ୧୦ନମ୍ବର ୱାର୍ଡ ନୟାଧାମରା ଗ୍ରାମରେ ଅଷ୍ଟପ୍ରହରୀ କୀର୍ତ୍ତିନ
ନୟାଧାମରାଗ୍ରାମରେ ପ୍ରତ୍ୟେକ ବର୍ଷଭଳି ଏହିବର୍ଷ ମଧ୍ୟ ଅଷ୍ଟପ୍ରହରୀ କିର୍ତ୍ତନ ପାଳନ କରାଯାଉଛି | ୨୫ ରୁ ୨୮୬ରିଖ ପର୍ଯନ୍ତ ଅଷ୍ଟପ୍ରହରୀ ନାମକିର୍ତ୍ତନ ଅନୁଷ୍ଟିତ ହେବ ବୋଲି ନୟାଧାମରାଗ୍ରାମରେ ଗ୍ରାମବାସୀବୃନ୍ଦ ଗ୍ରାମକୁ ସାଜସଜାସହିତ କିର୍ତ୍ତନଦଳକୁ ନିମନ୍ତ୍ରିତ କରିଛନ୍ତି | ତାହା ସହିତ ଆଖପାଖ
ଓଡିଶା ଉଦ୍ୟୋଗୀ ପରିବାରର ପଞ୍ଚମ ସ୍ୱନକ୍ଷତ୍ର ଅନୁଷ୍ଠିତ
ଭୁବନେଶ୍ୱର: ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ଓଡିଶା ଉଦ୍ୟୋଗୀ ପରିବାରର ପଞ୍ଚମ ସ୍ୱନକ୍ଷତ୍ର ଓ ଉଦ୍ୟୋଗୀଙ୍କ ସମ୍ପର୍କରେ ଆଲୋଚନା, ସମୀକ୍ଷା ବିଶିଷ୍ଟ ସମାଜସେବୀ, ସମାଜସେବୀ ଶିବ ନାରାୟଣ ମିଶ୍ରଙ୍କ ସଭାପତିତ୍ୱ ଓ ଶ୍ରୀକାନ୍ତ ଶେଖର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି I
ଗଡ଼ମାଣିତ୍ରୀ ଠାରେ ବନ୍ଧୁମିଳନ
ଖୋର୍ଦ୍ଧା: ପବିତ୍ର ମା ରାମଚଣ୍ଡୀଙ୍କ ପୀଠ ଗଡ଼ମାଣିତ୍ରୀ ଠାରେ ସମାଜସେବୀକା, ପୁଜ୍ୟପୂଜା ପ୍ରାଣ ସନ୍ତୋଷ କୁମାର ବଳିୟାର ସିଂ ଓ ଲୋପାମୁଦ୍ରାଙ୍କ ଏଗାରତମ ବିବାହ ବାର୍ଷିକ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ମାଙ୍କ ଆଶୀର୍ବାଦ ତଥା ବଡ ଭଉଣୀ
କଣ୍ଡୁରୀ ମହାଜନ ମେମୋରିଆଲ ଟ୍ରଷ୍ଟର ବାର୍ଷିକ ଉତ୍ସବ ଅନୁଷ୍ଠିତ
ଭୁବନେଶ୍ୱର: ପବିତ୍ର ଶ୍ରୀପଂଚମୀ ଅବସରରେ ସାମାଜିକ ଅନୁଷ୍ଠାନ "କଣ୍ଡୁରୀ ମହାଜନ ମେମୋରିଆଲ ଟ୍ରଷ୍ଟ' ର ୧୫ତମ ବାର୍ଷିକ ଉତ୍ସବ ଓ ସଶକ୍ତ ଓଡ଼ିଶା ପକ୍ଷରୁ ଆୟୋଜିତ ମହିଳା ସଶକ୍ତିକରଣ ଅଭିଯାନ ଆଲୋଚନା ଚକ୍ର ଓ ମହିଳାଙ୍କୁ ଦୁଇ ଚକିଆ ଯାନ ପ୍ରଦାନ
ଓଡ଼ିଶ ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମା’ ସରସ୍ୱତୀଙ୍କ ପୂଜାଚ୍ଚର୍ନା
ଭୁବନ: ଓଡ଼ିଶ ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମା’ ସରସ୍ୱତୀଙ୍କ ପୂଜାଚ୍ଚର୍ନା ଖୁବ୍ ଆନନ୍ଦ ଉଲ୍ଲାସରେ ପାଳିତ ହୋଇଯାଇଛି। ଏହି ପୂଜାର୍ଚ୍ଚନା ବିଦ୍ୟାଳୟର ପ୍ରାୟ ସମସ୍ତ ଶିକ୍ଷାର୍ଥୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହିଥିଲେ। ବିଦ୍ୟାଳୟରେ ମା’ ସରସ୍ୱତୀଙ୍କ ମୃଣ୍ମୟ ମୂର୍ତ୍ତି
ଇନ୍ଦିରା ଗାନ୍ଧୀ ପାର୍କରେ ମ୍ୟୁଜିକ ସର୍କଲର କାର୍ୟ୍ୟକ୍ରମ ଅନୁଷ୍ଠିତ
ଭୁବନେଶ୍ବର: ଭୁବନେଶ୍ବର ମ୍ୟୁଜିକ ସର୍କଲ ପକ୍ଷରୁ ସ୍ଥାନୀୟ ଇନ୍ଦିରା ଗାନ୍ଧୀ ପାର୍କରେ “ଲଭେବୁଲ ରାଗଜ୍-ରାଗ ଆଧାରିତ ଲୋକପ୍ରିୟ ସଂଗୀତ” କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସାଧାରଣତଃ ବନ୍ଦ ଅଡିଟୋରିୟମ୍ରେ ଏହିପରି କାର୍ୟ୍ୟକ୍ରମଗୁଡିକୁ ଉପସ୍ଥାପନ କରାଯାଇଥାଏ କାରଣ ଏହା ଭାରତୀୟ ଶାସ୍ତ୍ରୀୟ ସଂଗୀତ ପରିବେଷଣ
ସମାଜସେବୀ ସ୍ୱର୍ଗତଃ ଧ୍ରୁବଚରଣ ଓ ସୁବାସିନୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ
ଭୁବନେଶ୍ୱର: ଶିଶୁପାଳଗଡ଼ର ନିଆରା ସମାଜସେବୀ, ନୀତିନିଷ୍ଠ ବ୍ୟକ୍ତିତ୍ୱ ସ୍ୱର୍ଗତଃ ଧୁ୍ରବଚରଣ ପାତ୍ର ଓ ଧର୍ମପନôୀ ସମାଜସେବିକା ସୁବାସିନୀ ପାତ୍ରଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଓ ସ୍ମୃତିଚାରଣ ସଭା ସ୍ଥାନୀୟ ଶିଶୁପାଳଗଡ଼ ବାସଭବନଠାରେ ଅନୁଷ୍ଠିତ ହୋଇଯାଇଛି । ବାଲ୍ୟ ସହପାଠୀ ଭାଗ୍ୟଲତାଙ୍କ ସଂଯୋଜନାରେ ଅନୁଷ୍ଠିତ
ବଡ଼ ପରଦାକୁ ଆସୁଛି ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଲଙ୍କାଗଡ’
ଉପକୂଳ ଅଞ୍ଚଳର ଜଣେ ଯୁବକ ଶିକ୍ଷା ନିଯୁକ୍ତି ପାଇଁ ମାଓବାଦୀ ପ୍ରବଣ ଅଞ୍ଚଳକୁ ଯାଆନ୍ତି। ସେଠାରେ ସେ ଯେଉଁ ପରିବେଶ ଦେଇ ଗତି କରୁଛନ୍ତି ଓ ସଂଘର୍ଷ କରୁଛନ୍ତି ତାହା କାହାଣୀରେ ରୂପାୟିତ ହୋଇଛି ଓ ବଡ଼ ପରଦାକୁ ନେଇକି ଆସୁଛନ୍ତି
Politics
ମନ୍ଦାକିନୀ ବାଣୁଆଁ ବଲାଙ୍ଗୀରର ଯୁବ କଂଗ୍ରେସ ପ୍ରଭାରୀ
ବଲାଙ୍ଗିରର ବିକାଶ ସାରା ରାଜ୍ୟ ଓ ଦେଶର ବିକାଶ: ଧର୍ମେନ୍ଦ୍ର ପ୍ରଧାନ
Entertainment
ଜାମୁତୋଟା ବିବେକାନନ୍ଦ ପବ୍ଲିକ ସ୍କୁଲର ୧୬ ତମ ବାର୍ଷିକ ଉତ୍ସବ
ମହାଶିବରାତ୍ରୀ ତଥା ଜାଗର ଉପଲକ୍ଷେ ମନ୍ଦିର ସଫେଇ କାର୍ଯ୍ୟକ୍ରମ
ମା’ ଟଙ୍କପାଣି ମନ୍ଦିରର ପାରିପାର୍ଶ୍ଵିକ ଉନ୍ନତୀ ପାଇଁ ଶିଳାନ୍ୟାସ