ଶିଶୁ ବାଟିକା ପ୍ରବେଶ ଉତ୍ସବ

ଗୋଲାମୁଣ୍ଡା, ଜନ୍ମେଜୟ ନାଏକ ଙ୍କ ରିପୋର୍ଟ: ଶିଶୁ ବାଟିକା ଏଵଂ ପ୍ରଥମ ଶ୍ରେଣୀ ରେ ନାମ ଲେଖାର ଵୟସ ନିପୁଣ ଓଡିଶା କାର୍ଯ୍ୟକ୍ରମ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ କାର୍ଯ୍ୟକ୍ରମ ଗୋଲାମୁଣ୍ଡା କ୍ଲଷ୍ଟର ସ୍ଥିତ କେନ୍ଦ୍ର ବିଦ୍ୟାଳୟ ସମସ୍ତରେ ପ୍ରଥମ ଦିବସ ମହା ସମାରୋହରେ ପାଳନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଗୋଲାମୁଣ୍ଡା ବ୍ଲକର ସମ୍ମାନୀୟ ତହସିଲଦାର ଚନ୍ଦନ କୁମାର ନାୟକ, ପଞ୍ଚାୟତ ସମିତି ସଭ୍ୟ ପ୍ରାର୍ଥୀ ସୁଭାଷ ନାଏକ, ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ତରଫରୁ ବିଆରସିସି ଲବଣୀ ନାଏକ, ସମାଜସେବୀ ଶ୍ୟାମସୁନ୍ଦର ଅଗ୍ରୱାଲ, ତାଙ୍କ ଧର୍ମ ପତ୍ନୀ ମନିଷା ଅଗ୍ରୱାଲ , ଗଂଗା ଧର ରାଉତ ଏଵଂ ଗୋଲାମୁଣ୍ଡା କ୍ଲଷ୍ଟର ସିଆରସିସି ଥଵିର ମାଝୀ, ପ୍ରଧାନ ଶିକ୍ଷକ ରାଜିବ ଖମାରୀ, କରଙ୍ଗାମୁଣ୍ଡା ବିଦ୍ୟାଳୟ ସଭାପତି, ନୂଆ ପଡା ବିଦ୍ୟାଳୟର ସଭାପତିର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଆଖ ପାଖର ସମସ୍ତ ଭଦ୍ରମଣ୍ଡଳୀ ଉପସ୍ଥିତ ରହି ପ୍ରଵେଶ ଉତ୍ସବ ଓ ଖଡ଼ି ଛୁଆଁ ରଥ ଫିତାକାଟି ଶୁଭ ଉଦ୍ଘାଟନ କରିଥିଲେ। ଶିଶୁ ବାଟିକା ୩ ଏଵଂ ପ୍ରଥମ ଶ୍ରେଣୀ ର ନୂତନ ଛାତ୍ରଛାତ୍ରୀମାନଙ୍କୁ ଫୁଳତୋଡା, ଚନ୍ଦନ, ବରକୋଳି ପତ୍ର, ଦେଇ ପ୍ରଵେଶ ଦ୍ଵାର ସମ୍ମୁଖ ରୁ ପାଛୋଟି ନେଇ କାର୍ଯ୍ୟକ୍ରମକୁ ମଧ୍ୟ ଶୁଭ ଉଦ୍ଘାଟନ କରିଥିଲେ। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ତଥା ସମସ୍ତେ ସହଯୋଗ କରିଥିଲେ।

ଜନ୍ମେଜୟ ନାଏକ ଙ୍କ ରିପୋର୍ଟ

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page