କଳାହାଣ୍ଡି,୩|୪ (ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): କଳାହାଣ୍ଡି ଜ଼ିଲ୍ଲା ଲାଞ୍ଜିଗଡ଼ ପଞ୍ଚାୟତ ଗ୍ରାମୀଣ ସାପ୍ତାହିକ ହାଟ ବୁଧବାର ଉଦ୍ଘାଟିତ ହୋଇଛି । ଏହି ଉଦଘାଟନ ଦିବସରେ କଳାହାଣ୍ଡି ଜିଲ୍ଲାପାଳ ସଚିନ ପାଓ୍ବାର ପ୍ରକାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍ଘାଟନ କରିଥିଲେ | ନାବାର୍ଡ ଡିଜିଏମ୍ ମହେଶ୍ଵର ଦାସ, ଲାଞ୍ଜିଗଡ଼ ବେଦାନ୍ତ ସିଇଓ ପ୍ରଣବ ଭଟ୍ଟାଚାର୍ଯ୍ୟ, ଲାଞ୍ଜିଗଡ଼ ପଂଚାୟତ ସମିତି ଅଧ୍ୟକ୍ଷା କମଳା ପାତ୍ର, ଲାଞ୍ଜିଗଡ଼ ସରପଞ୍ଚ ସରସ୍ବତୀ ମୁଣ୍ଡା ସ୍ବତୀ ମୁଣ୍ଡା, ମହାଶକ୍ତି ଫାଉଣ୍ଡେସନ ଏମ୍ଡି ଯୁଗଳ କିଶୋର ପଟ୍ଟନାୟକ, ଲାଞ୍ଜିଗଡ଼ ଆଞ୍ଚଳିକ ବିକାଶ ପରିଷଦ ସଭାପତି ଶ୍ରୀଧର ପେଶନିଆ, ପୂର୍ବ ଜିଲ୍ଲା ପରିଷଦ ସଦସ୍ଯ ରାହେନ୍ଦ୍ର ପ୍ରତାପ ସିଂହଦେଓ, ପୂର୍ବତନ ସରପଞ୍ଚ ଚନ୍ଦ୍ରଧ୍ଵଜ ପେଶନିଆ ଓ ସିଏସ୍ଆର ଶିଶିର ତରଫଦାର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ | ଏହି କାର୍ଯ୍ୟକ୍ରମଟିକୁ ଶ୍ରୀମୁଖ ଅଗସ୍ତି ପରିଚାଳନା କରିଥିଲେ । ବେଦାନ୍ତ ଆଲୁମିନିୟମ ନାବାର୍ଡ ମିଳିତ ସହଯୋଗରେ ଅନୁଦାନ ଯୋଗାଇ ଦିଆଯାଇଛି। ମହାଶକ୍ତି ଫାଉଣ୍ଡେସନ ପକ୍ଷରୁ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିଲା। ଲାଞ୍ଜିଗଡ଼ ପଞ୍ଚାୟତର ନିଜସ୍ବ ୨.୫ ଏକର ପରିମିତ ଅଞ୍ଚଳରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିବା ବେଳେ ଦୈନିକ ବଜାର ପାଇଁ ବିଦ୍ୟୁତ୍ ଓ ଆଲୋକ ବ୍ୟବସ୍ଥା ରହିଛି। ୩୬ଟି ଦୋକାନ ଘର ସହିତ ବସିବା ପାଇଁ ସିମେଣ୍ଟ ପିଣ୍ଡା ଓ ଟିଣରେ ସେଡ୍ କରାଯାଇ ଲାଞ୍ଜିଗଡ଼ ପଞ୍ଚାୟତକୁ ଆଜି (ବୁଧବାର) ହସ୍ତାନ୍ତର କରାଯାଇଛି।

କଳାହାଣ୍ଡି ଜ଼ିଲ୍ଲା ପ୍ରତିନିଧି ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ