କଳାହାଣ୍ଡି, ୯|୪(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): ଗତ ତା ୨୬,୩,୨୦୨୫ ଦିନ କଳାହାଣ୍ଡି ଜିଲ୍ଲା ଜୁନାଗଡ ଥାନା ଅନ୍ତର୍ଗତ ମିଚା ଗାଁ ଠାରେ ଏକ ଗଣ ବଳାତ୍କାର ହୋଇଛି |ସୂଚନା ମୁତାବକ ପୀଡିତା କହିବା ହିସାବରେ ଗାଁ ରେ ଏକ ନାଟକ କାର୍ଯ୍ୟକ୍ରମ ଦେଖିବାକୁ ଏକାକୀ ଯାଉଥିଲା ସମୟରେ ତୁଲସୀ ନାମକ ପିଲା ଜଣକ ଝିଅ କୁ ଖାଇବା ଦେବା ବାହାନାରେ ଖାଦ୍ୟରେ ନିଶା ଜିନିଷ ମିଶାଇ ଝିଅ କୁ ଖୁଆଇ କିଛି ସମୟ ଗଲା ପରେ ଯୁବତି କୁ ଟେକି

ନେଇ ଗଣବଳାତ୍କାର କରାଗଲା |ବଳାତ୍କାର ସମୟରେ ଚାରିଜଣ ବ୍ୟକ୍ତି ଦୁଷ୍କର୍ମ କରିବା ପର୍ଯ୍ଯନ୍ତ ଚେତା ଥିବା ଯୋଗୁଁ ଦୁଷ୍କର୍ମ କାରି ମାନଙ୍କୁ ଚିହ୍ନିଲା ତାପରେ ଝିଅ ଅଚେତ ହୋଇ ଯାଇଥିବା ପ୍ରକାଶ କରିଥିଲେ |ପ୍ରକାଶ କି ଯେ,ଦୁଷ୍କର୍ମକାରି ମାନେ ବିଜେଡି ଦଳ କର୍ମକର୍ତ୍ତା ପ୍ରଭାବିତ ଲୋକ ମାନେ ହୋଇ ଥିବାରୁ ଝିଅ ପରିବାର ଲଜ୍ଜାଓ ଭୟରେ ଡରି ଥାନାରେ ଅଭିଯୋଗ କରି ନ ଥିଲେ | ବଳାତ୍କାରର ତିନି ଦିନ ପରେ ବି ପୀଡିତାର ରକ୍ତସ୍ରାବ ବନ୍ଦ ନ ହେବାରୁ ଚିକିତ୍ସା ପାଇଁ ଜୁନାଗଡ ହସ୍ପିଟାଲ ଆଣି ଥିଲେ |ଚିକିତ୍ସା କରିଥିବା ଡାକ୍ତର ପୀଡିତାକୁ ଦେଖି ବଳାତ୍କାର ହୋଇଛି ଜାଣି ପୋଲିସ କୁ ଜଣାଇଲେ |ଏହାପରେ ତା ୧,୪,୨୦୨୫ ଦିନ ପୀଡିତା ଙ୍କ ପରିବାର ଏଫଆଇଆର ଦେଇଥିଲେ ସୁଦ୍ଧା ପୋଲିସ ରାଜନୀତି ର ଚାପରେ

ବଶବର୍ତ୍ତୀ ହୋଇ ଦୁଷ୍କର୍ମ କାରି ମାନଙ୍କୁ ଘଣ୍ଟ ଘୋଡାଇ ନୀରବ ରହିଥିଲେ | ଖବର ଟି ବିଭିନ୍ନ ଗଣମାଧ୍ୟମ ରେ ପ୍ରକାଶିତ ପରେ ଏବଂ ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନର ହସ୍ତକ୍ଷେପ କଲାପରେ ପୋଲିସ ସକ୍ରିୟ ହୋଇ ଚାରିଜଣ ଅଭିଯୁକ୍ତ କୁ ଗିରଫ୍ କରି କୋର୍ଟ ଚଳାଣ କରିଛି | ହେଲେ ଘଟଣା ର ଉପଯୁକ୍ତ ତଦନ୍ତ ସହ ଦୋଷୀ ମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ଯାନୁଷ୍ଠାନ ସହ ଉଚିତ୍ ଦଫା ଲଗେଇବା ଦାବିରେ ଆଜି (ବୁଧବାର )କଳାହାଣ୍ଡି ବଙ୍କା ସମାଜ ଓ ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ ଜୁନାଗଡ ଥାନା ରେ ଦାବୀପତ୍ର ଦେଇଛନ୍ତି | ପୋଲିସ ଜଦୀ କେସରେ ଉପଯୁକ୍ତ ଦଫା ନ ଲଗାଇ ଚାର୍ଜ ସିଟ ପଠେଇବ ତାହା ହେଲେ ଆଗକୁ ରାଜରାସ୍ତାରେ ଗଣ ଆନ୍ଦୋଳନ ହେବ ବୋଲି ବଙ୍କା ସମାଜ ଓ ଏସ୍ ସି ସମାଜ ସଭାପତି ମାନେ କହିଛନ୍ତି | ଏହି ସମୟରେ ଉପସ୍ଥିତି ଥିଲେ ବଙ୍କା ସମାଜ ସଭାପତି ବିମ୍ବାଧର ପ୍ରଧାନୀ, ସମ୍ପାଦକ ଜାମିନୀ କାନ୍ତ ଲେଞ୍ଜିଆ, ଉପସଭାପତି ବାମଦେବ ପୁଝାରୀ , ବିରେନ୍ଦ୍ର ବେହେରୁକ, କଣ୍ଠେସ୍ଵର ପୁଝାରୀ,ରାଜେନ୍ଦ୍ର ମହାଲିକ, ନବୀନ ପ୍ରଧାନୀ, ଆଇନଜୀବୀ ଗୁଣନିଧି ପ୍ରଧାନୀ, ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ ସଭାପତି ଧନଞ୍ଜୟ ଦୀପ୍, ସତ୍ୟ ବୈଶ୍ୟ, ସୁନ୍ଦର ଲାଲ କୁମାର, ବଙ୍କା ସମାଜ ର ଶତାଧିକ ସଦସ୍ଯ ସଦସ୍ୟା ଉପସ୍ଥିତ ଥିଲେ |ତେବେ ଜୁନାଗଡ଼ ପୋଲିସ କ’ଣ ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଲା |

କଳାହାଣ୍ଡି ଜ଼ିଲ୍ଲା ପ୍ରତିନିଧି ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ