ପ୍ରଶାସନର ଅବହେଳା, ଭିମଭୋଇ ସାର୍ମଥ୍ୟ ଶୀବିରରେ ଅସନ୍ତୋଷ

କନ୍ଧମାଳ: କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଳକ ପରିସରରେ ଅନୁଷ୍ଠିତ ଭିମଭୋଇ ସାର୍ମଥ୍ୟ ଶିବିରରେ ଅସନ୍ତୋଷ ।ଡାକ୍ତରଙ୍କ ଦୁଇଘଣ୍ଟା ବିଳମ୍ବରେ ପହଁଚାବାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଶୀବିରକୁ ଆସିଥିବା ବିକଳାଙ୍ଗ ମାଆ,ଭଉଣୀ,ପିଲାମାନେ ।ଏହି ଶୀବିର ଫୁଲବାଣୀ ଠାରେ ପ୍ରତ୍ୟକ ମାସରେ ଆୟୋଜନ ହେଉଥିଲା ।ସରକାର ଓ ପ୍ରଶାସନ ନିଷ୍ପତି ଅନୂଯାଇ ବିକଳାଙ୍ଗ ମାନଙ୍କର ସୁବିଧା ପାଇଁ ବାଲିଗୁଡା ବ୍ଳକ ପରିସରରେ ପ୍ରତ୍ୟକ ମାସ ୧୦ ତାରିଖ ରେ ଭିମଭୋଇ ସାମଥ୍ୟ ଶୀବିର କ୍ୟାମ୍ପ ଅନୁଷ୍ଠିତ ହେଉଛି ।ଯାହା ଫଳରେକି ବିକଳାଙ୍ଗ ମାନେ ନିକଟରେ ସେବା ପାଇପାରିବେ ।କିନ୍ତୁ ଦୁଃଖର ବିଷୟ ୭୦,୬୦ କିଲୋମିଟର ଦୂରରୁ ଆସିଥିବା ବିକଳାଙ୍ଗ ଭାଇ ଭଉଣୀ ମାନ ଡାକ୍ତର ପହଁଚିବାରେ ବିଳମ୍ବ ହେତୁ ଖରା,ତରାରେ ପଡି ରହିଥିବା ଅଭିଯୋଗ ହୋଉଛି ।ଏମିତିକି ସେଠାରେ ସେମାନଙ୍କ ପାଇଁ ପାଣିର ବ୍ୟବସ୍ଥା ମଧ୍ୟ କରିନାହାଁନ୍ତୀ ଦାଇତ୍ବରେ ଥିବା ବ୍ଳକ ସୋସିଆଲ ସିକ୍ୟୁରିଟି ଅଫିସର ।ଏହି ଶିବିର କୁ ନେଇ କଣ କହୁଛନ୍ତି ଶିବିରକୁ ଆସିଥିବା ବିକଳାଙ୍ଗ ଭାଇ ଭଉଣୀ ମାନଙ୍କ ଠାରୁ ଶୁଣନ୍ତୁ କଣ ପ୍ରତିକ୍ରୀୟା ରଖିଛନ୍ତି ସେମାନେ ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page