ଓଡ଼ିଆ ପକ୍ଷ ପାଳନ ଅବସରରେ ଯୁବ ଲେଖକ ସମ୍ମିଳନୀ ଅନୁଷ୍ଠିତ

ବଲାଙ୍ଗିର: ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଉ ଥିବା ଓଡ଼ିଆ ପକ୍ଷ ପାଳନ ଅବସରରେ ଆଜି ପୂର୍ବାହ୍ନରେ ସ୍ଥାନୀୟ ମହିଳା ମହାବିଦ୍ୟାଳୟ ସମ୍ମିଳନୀ କକ୍ଷଠାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀର ମିଳିତ ସହଯୋଗରେ ଯୁବ ଲେଖକ ସମ୍ମିଳନୀ ଅନୁଷ୍ଠିତ ହୋଇଅଛି । ଏହି ସମ୍ମିଳନୀରେ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଯୋଗଦେଇ ଥିଲେ । ଓଡ଼ିଆ ଜାତୀୟତା ସମ୍ବଳିତ କବିତା ଲିଖନ, ଓଡ଼ିଆ ସଂସ୍କୃତି ଆଧାରିତ ଗଳ୍ପ ଲିଖନ ଓ ବିକଶିତ ଓଡ଼ିଶା ଗଠନରେ ଯୁବ ସମାଜର ଭୂମିକା ସଂପର୍କରେ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି l ମମ୍ମିଳନୀରେ ଅତିରିକ୍ତ ଜିଲ୍ଲାପାଳ ଡ଼ ବିଜୟାନନ୍ଦ ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ, ଯୁବସମାଜ ଅମୂଲ୍ୟ ରତ୍ନ ବୋଲି କହିଥିଲେ । ନିଜର ସୃଜନଶୀଳ ଲେଖା ମାଧ୍ୟମରେ ସାରସ୍ବତ ସାଧକ ହୋଇ ଏକ ସୁନ୍ଦର ସାମାଜ , ବିକଶୀତ ଓଡ଼ିଶା ଗଢ଼ି ତୋଳିବାକୁ ସର୍ବଦା ପ୍ରୟାସ ଜାରି ରଖିବାକୁ ପରାମର୍ଶ ଦେଇଥିଲେ । ଓଡିଆ ହିସାବରେ ଗର୍ବ କରିବା ଆମ ମୂଲ୍ୟବୋଧ ହେଉ । ନିଜର ଧିଶକ୍ତିର ବିକାଶ, ବିଶ୍ବ ଶାନ୍ତି ପାଇଁ ଯୁବସମାଜ ସର୍ବଦା ଚେଷ୍ଟାରତ ହେବା ପାଇଁ କହିଥିଲେ । ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମୀ ରଞ୍ଜନ ମିଶ୍ର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସରୋଜ କୁମାର ସାହୁ, ଓଡ଼ିଶା ସାହିତ୍ୟ ଏକାଡେମୀର ସଂଯୋଜକ ଡ଼ ଗୋବର୍ଦ୍ଧନ ନାୟକ, ସରକାରୀ ମହିଳା ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ସଦାଶିବ ମଲ୍ଲିକ, ଓଡିଆ ବିଭାଗ ଅଧ୍ୟାପକ ଡକ୍ଟର ସରୋଜ ଜଗଦଲା, ଡ଼ ସଞ୍ଜୟ ମିଶ୍ର, ଶିକ୍ଷାବିତ ସନାତନ ଠାକୁର, ଅଧ୍ୟାପକ ସନ୍ଦୀପ କୁମାର କୁଅଁର ପ୍ରମୁଖ ମଞ୍ଚାସୀନ ଥିଲେ । ପ୍ରାରମ୍ଭରେ ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମୀ ରଞ୍ଜନ ମିଶ୍ର ସ୍ୱାଗତ ଭାଷଣ ଦେଇ କାର୍ଯ୍ୟକ୍ରମ ସଂପର୍କରେ ସୂଚ଼ନା ପ୍ରଦାନ କରିଥିଲେ । ସନ୍ଦୀପ କୁମାର କୁଅଁର କାର୍ଯ୍ୟକ୍ରମ ସଂଚାଳନା କରିଥିଲେ । ସଭା ଶେଷରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ଦିଆ ଯାଇଥିଲା । ଶେଷରେ ପ୍ରଫେସର ଡ଼ ସଞ୍ଜୟ ମିଶ୍ର ଧନ୍ୟବାଦ ଦେଇଥିଲେ ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page