ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ବସ୍ତ୍ର ବଣ୍ଟନ ଓ ସଚେତନତା

ଭୁବନେଶ୍ୱର: ସାମାଜିକ ଅନୁଷ୍ଠାନ ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ବମିଖାଲ ସ୍ଥିତ ବିର୍ସାମୁଣ୍ଡା ବସ୍ତିରେ ସମ୍ପାଦକ ଅରବିନ୍ଦ ତ୍ରିପାଠୀଙ୍କ ସଭାପତିତ୍ବ ରେ ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ସହ ଜଳ ସଚେତନତା ସମ୍ପର୍କରେ ଏକ ଆଲୋଚନା ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାମ୍ବାଦିକା ରୀନା ମହାନ୍ତି, ସମ୍ମାନିତ ଅତିଥି ଭାବେ ମହିମା ସେବା ଫାଉଣ୍ଡେସନର ନିର୍ଦ୍ଧେଶକ ନାରାୟଣ ଖୁଣ୍ଟିଆ ଉପସ୍ଥିତ ରହିବା ସହ 15ଟି ପରିବାରକୁ ବସ୍ତ୍ର ବଣ୍ଟନ କରିଥିଲେ l ଏହା ସହିତ ବିଶୁଦ୍ଧ ପାନୀୟ ଜଳର ବ୍ୟବହାର, ପରିଚାଳନା ସହିତ ଉତ୍ତମ ସ୍ୱାସ୍ଥ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ ମାନବ ସେବା ମାଧବଙ୍କ ସେବା ସହିତ ସମାନ ବୋଲି ଅତିଥି ମାନେ ମତବ୍ୟକ୍ତ କରିବା ସହ ସମସ୍ତେ ନିଜ ନିଜ ସ୍ତରରେ ଅସହାୟଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସନ୍ତୁ ବୋଲି କହିଥିଲେ l କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସମାଜସେବୀକା ପ୍ରଜ୍ଞା, ଦୀପକ ପରିଚାଳନା କରିଥିଲେ l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page