ଭୁବନେଶ୍ୱର: ସତ୍ୟନଗର ଜାଭିଅର ସ୍କୁଲକୁ କର୍ତ୍ତୃପକ୍ଷ ବନ୍ଦ କରିଦେଇଛି l ସ୍କୁଲର ସବୁ ପିଲାଙ୍କୁ ଖଣ୍ଡଗିରି ସ୍କୁଲକୁ ସ୍ଥାନାନ୍ତରଣ କରିଦେଇଛନ୍ତି l ସତ୍ୟନଗର ସ୍କୁଲରେ ସବୁ ପ୍ରାଇଭେଟ ସ୍କୁଲ ଭଳି ଶିକ୍ଷା ଅଧିକାର ଆଇନ ଅନୁଯାଇ 25% ଆର୍ଥିକ ଦୁର୍ବଳ ଶ୍ରେଣୀ ପିଲା ପାଠ ପଢୁଛନ୍ତି l ସତ୍ୟନଗର ପାଖାପାଖି ଅଭିଭାବକ ଘରଠାରୁ ଖଣ୍ଡଗିରି ସ୍କୁଲର ଦୂରତା ପ୍ରାୟ 8 ରୁ 12 କିମି ହେବ l ଗରିବ ଅଭିଭାବକ ମାନେ କିପରି ଏତେ ଦୂର ପଠାଇ ପାଠ ପଢlଇବେ ? ସେମାନେ ଖର୍ଚ୍ଚାନ୍ତ ହୋଇ ପିଲାଙ୍କୁ ପଠାଇ ପାରିବେ ନାହିଁ l ସ୍କୁଲ କର୍ତ୍ତୃପକ୍ଷ ଓ ବିଭାଗ ସେମାନଙ୍କ ଉପଯୁକ୍ତ ସୁବନ୍ଦୋବସ୍ତ କରି ସ୍କୁଲ ସିଫ୍ଟ କରିବାକୁ ପଦକ୍ଷେପ ନେବା କଥା l ଏହା ଦ୍ୱାରା ପିଲାର ଶିକ୍ଷା ଅଧିକାର ଓ ଅଭିଭାବକର ମାନବିକ ଅଧିକାର କ୍ଷୁର୍ଣ ହେଉଛି l ପ୍ରାଥମିକ ଶିକ୍ଷା ନିର୍ଦେଶକ ମଧ୍ୟ ସ୍କୁଲ ଉଠେଇ ନେବା ଉପରେ ସଠିକ ପଦକ୍ଷେପ ସହ ଆର ଟି ଇ ପିଲାଙ୍କ ପାଠ ପଢ଼ା ଉପରେ କୌଣସି ବିଚାର ନକରିବା ତାଙ୍କର ଉତ୍ତର ଦାୟିତ୍ୱ ତୁଲାଇ ନାହାନ୍ତି l ତେଣୁ ଓଡିଶା ଅଭିଭାବକ ମହାସଂଘ ପକ୍ଷରୁ କ୍ଷତିଗ୍ରସ୍ତ ଅଭିଭାବକ ଗଣେଶ ବାରିକ ଜାତୀୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ l ମାନ୍ୟବର କମିସନ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଦୁଇ ସପ୍ତାହ ଭିତରେ ତଥ୍ୟ ସହ କଣ ପଦକ୍ଷେପ ନେଇଛନ୍ତି ସେ ସଂକ୍ରାନ୍ତରେ ରିପୋର୍ଟ ତଲବ କରିଛନ୍ତି l ଓଡିଶା ଅଭିଭାବକ ମହାସଂଘ ଏକ ତଥ୍ୟ ସଂଗ୍ରହ କମିଟି ଗଠନ କରି ଏକ ରିପୋର୍ଟ ନିର୍ଦ୍ଦେଶକଙ୍କୁ ପ୍ରଦାନ କରିଥିଲା l ଏହାକୁ ନେଇ ସ୍କୁଲ ବିନା ଅନୁମତିରେ ଶିକ୍ଷା ଅଧିକାର ପିଲାଙ୍କୁ ଉପଯୁକ୍ତ ଥଇଥାନ ନ କରି କିପରି ସ୍କୁଲ ବନ୍ଦ କଲା ଏହାକୁ ନେଇ ଓଡିଶା ଅଭିଭାବକ ମହାସଂଘ ଜାତୀୟ ମାନବିକ ଅଧିକାର କମିଶନ ଙ୍କୁ ଏକ ପ୍ରୋଗ୍ରାମରେ ଅଭିଯୋଗ କରିଥିଲା l କମିଶନ ଏହାକୁ ଗୁରୁତର ସହ ବିଚାରକରି ଜିଲ୍ଲାପାଳଙ୍କୁ ରିପୋର୍ଟ ତଳବ କରିଛନ୍ତି l ଏବର୍ଷ ପୁଣି କେମିତି ପିଲାଙ୍କୁ ଆଲଟମେଣ୍ଟ କରାଗଲା ଏହାକୁ ନେଇ ପ୍ରଶ୍ନ ଉଠେଇଛି ଓଡିଶା ଅଭିଭାବକ ମହାସଂଘ l ଏହାକୁ ନେଇ ନିର୍ଦେଶକ ଦାୟୀ ରହିବା ଉଚିତ ଓ ଦଣ୍ଡ ବିଧାନ କରିବାକୁ ଦାବୀ କରିଛି ଓଡିଶା ଅଭିଭାବକ ମହାସଂଘ 

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page