ଆଜିବି ବଞ୍ଚି ରହିଚି ନିଆରା କଣ୍ଢେଇ ବିବାହ

ଧଉଳି: ବାଜାବାଣ, ରୋଷଣି ସାଙ୍ଗକୁ ଆଲୋକ ମାଳାରେ ଝଲସି ଉଠିଥିଲା ବାଳକାଟିର ବିଭିନ୍ନ ସାହିର ଗାଁଦାଣ୍ଡ । ମନ୍ତ୍ରଧ୍ୱନିରେ କମ୍ପୁଥିଲା ବିବାହ ମଣ୍ଡପ l ବିବାହ ହେଉଥିଲା ଦୁଇଜଣ କନ୍ୟାଙ୍କ ମଧ୍ୟରେ । ଯାହାକୁ ଆମ ସମାଜରେ କଣ୍ଢେଇ ବାହାଘର ବା କୁମାରୀ ବିବାହ କୁହାଯାଏ । କୁମାରପୂର୍ଣ୍ଣମୀ ଦିନ ଗାଁର କୁଆଁରୀ ଝିଅ ଏବଂ ନବ ବିବାହିତ ଝିଅ ମାନେ ଏହି ବିବାହ ଆୟୋଜନ କରିଥାନ୍ତି l କ୍ରମବଦ୍ଧିଷ୍ଣୁ ସମାଜରେ ଧିରେଧିରେ ଜନମାନସରୁ ଲିଭି ଯାଉଥୁବା ଏଭଳି ଏକ ପୁରାତନ ପରମ୍ପରାକୁ ମନେରଖିବା ପାଇଁ ଆଜିବି ବଞ୍ଚି ରହିଛି କଣ୍ଢେଇ ବିବାହ। ବାଲିଅନ୍ତା ବ୍ଳକ ବାଳକାଟି ସ୍ଥିତ ବିଭିନ୍ନ ସାହିରେ ଆୟୋଜନ କରାଯାଇଥିଲା ଏହି କଣ୍ଢେଇ ବିବାହ l ଚଳିତ ବର୍ଷ ଏହି ପୂର୍ଣ୍ଣମୀ ୨ ଦିନ ପଡିଥିବାରୁ ଗତକାଲି ଏହି ଉତ୍ସବକୁ ଧୂମଧାମରେ ପାଳନ କରିଛନ୍ତି ଚାରିମାଣିଆର ଗ୍ରାମର କୁମାରୀ ମାନେ । ସାମାଜିକ ପରମ୍ପରା ଓ ଯଥା ରିତୀନିତା ଅନୁସାରେ ଗତମାସ ୩ ତାରିଖରେ ସ୍ଥାନୀୟ ମନ୍ଦିରରେ ବରକନ୍ୟାଙ୍କ ମଧ୍ୟରେ ନିର୍ବନ୍ଧ ହୋଇଥିବା ବେଳେ ଗତ ୧ ତାରିଖରେ ଜାଈବତି ଅନୁକୂନ କରାଯାଇଥିଲା l ୫ ତାରିଖରେ ମଙ୍ଗନ ଓ ମେହେନ୍ଦି କାର୍ଯ୍ୟକ୍ରମ ହୋଇଥିଲା । ଗତକାଲି ତଥା ବିବାହ ଦିନ ସକାଳୁ ସକାଳୁ କନ୍ୟାଘର ଲୋକେ ଗ୍ରାମଦେବତୀଙ୍କ ନିକଟକୁ ଦିଅଁ ମଙ୍ଗୁଳିଆ ପରେ ବାଡୁହ ପାଣିରେ କନ୍ୟାକୁ ଗଧୋଇବା ଆଦି କାର୍ଯ୍ୟ ସମ୍ପନ୍ନ ହୋଇଥିଲା । ଶାଢି ପିନ୍ଧାଇ କନ୍ୟାଙ୍କୁ ଗୋଟେ ଘରେ ବସାଇଥିଲେ | ପରେ ବରଘର ପକ୍ଷରୁ ସୁସଜିତ କାରରେ ବର ଓ ବରଯାତ୍ରୀ ବାଜାବାଣ ରୋଷଣିରେ କନ୍ୟା ଘରକୁ ଆସିଥିଲେ । ତା ପରେ କନ୍ୟାପିତା ବରକୁ ବାଟବରଣି ପରେ ଆରମ୍ଭ ହୁଏ ବୈଦିକ ରାତିରେ ବିବାହ କାର୍ଯ୍ୟ । ସତମନ୍ତ୍ରରେ କେବଳ ୨ କନ୍ୟାଙ୍କ ମଧ୍ୟରେ ବିବାହ ବେଶ ଆନନ୍ଦ ଦେଇଥିଲା ଗ୍ରାମବାସୀଙ୍କୁ l ଉତ୍ସାହ ଉଦ୍ଦୀପନାରେ ଏହି ବିବାହକୁ ମହାଡ଼ମ୍ବରରେ ପାଳନ କରିଥିଲେ କୁମାରୀମାନେ l ବେଦମନ୍ତ୍ର ପରେ ହାତ ଗଣ୍ଡି, ଶଳାବିଧା, କଉଡ଼ି ଖେଳ ଆଦି କାର୍ଯ୍ୟ କରାଯିବା ପରେ ବନ୍ଦାଣ କରାଯାଇଥିଲା । ଏହି ଉତ୍ସବରେ ବର ଭୂମିକାରେ ସୋନୁ ସାହୁ, ଓ କନ୍ୟା ଭୂମିକାରେ ଇଶା ସାହୁ ତୁଲାଇଥିବା ବେଳେ ବରପିତା ଟିକିନା ସାହୁଓ କନ୍ୟାପିତା ଭାବେ କୁନି ସାହୁ ତୁଲାଇଥିଲେ । ପୁରୋହିତ ଭାବେ ନିଳୀମା ସାହୁଙ୍କୁ ମନ୍ତ୍ରଧ୍ୱନିରେ ବରକନ୍ୟାଙ୍କ ବିବାହ ସମ୍ପର୍ନ୍ନ ହୋଇଥିଲା । ଶ୍ରୀ ହାତଗଣ୍ଠି ଫିଟାଇଥିବା ବେଳେ ଖୁସି ଶଳାବିଧା ମାରିଥିଲେ । ଏହି କାର୍ଯ୍ୟକ୍ରମକୁ ଗ୍ରାମର ମାମଲା,ଲିପି, ଚିକି, ମିକି, ଲିଟି , ମିନା ସମେତ ଗ୍ରାମର ମହିଳା ଓ ଯୁବଗୋଷ୍ଠୀ ସହଯୋଗ କରିଥିବା ବେଳେ ଅତିଥିଭାବେ ଚାରିମାଣୀଆ ଗ୍ରାମ କମିଟି ସଭାପତି ଶ୍ରୀ ଅଲେଖ ସାହୁ, ସମ୍ପାଦକ ସୁଜିତ୍ କୁମାର ବେହେରା ପ୍ରମୁଖ ଆଦି ବହୁ ବିଶିଷ୍ଠ ବ୍ୟକ୍ତି ଯୋଗଦେଇ ବରକନ୍ୟାକୁ ଆଶୀର୍ବାଦ ପ୍ରଦାନ କରିଥିଲେ l ଶେଷରେ ବରକନ୍ୟାଙ୍କୁ ବାଜା ରୋଷଣୀରେ ବିଦା କରିଥିଲେ l ସେହିପରି ବାଳକାଟି ନୂଆପାଟଣା, ରଙ୍ଗଣିସହି, ନନ୍ଦଘର ସାହି ଏବଂ ସାତକାଣିଆ ଗ୍ରାମରେ ଏହି କଣ୍ଢେଇ ବିବାହ ଧୁମଧାମରେ ପାଳନ କରିଛନ୍ତି l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page