ଭୁବନେଶ୍ୱର: ସାଂସ୍କୃତିକ ଅନୁଷ୍ଠାନ ‘ଉତ୍କଳୀୟ ସ୍ୱାଭିମାନ ଅନୁଷ୍ଠାନ’ ତରଫରୁ ତଥା ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ,ଓଡ଼ିଶା ସରକାର ଏବଂ କଳିଙ୍ଗ ଇନ୍ଷ୍ଟିଟ୍ୟୁଟେ ଇଣ୍ଡଷ୍ଟ୍ରିଆଲ ଟେକ୍ନଲୋଜି ଅନୁକୁଲ୍ୟରେ ବିଦଗ୍ଧକବି ଅଭିମନ୍ୟୁ ସାମନ୍ତସିଂହାରଙ୍କ ୨୬୬ତମ ଜନ୍ମ ଜୟନ୍ତୀ ମଙ୍ଗଳବାର ସ୍ଥାନୀୟ ଜୟଦେବ ଭବନ ଠାରେ ମହାସମାରୋହରେ ପାଳନ କରାଯାଇଛି | ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ଜଗତକୁ ସମୃଦ୍ଧ କରିବାରେ ଯାହାଙ୍କର ଅତୁଳନୀୟ ଅବଦାନ ଓଡ଼ିଶାର ସାହିତ୍ୟକୁ ରୁଦ୍ଧିମନ୍ତ କରିଛି ସେମାନଙ୍କ ମଧ୍ୟରେ ଵିଦଗ୍ଧକବି ଅଭିମନ୍ୟୁ ସାମନ୍ତସିଂହାର ଅନ୍ୟତମ | ସପ୍ତାହ ବ୍ୟାପି ଚାଲିଥିବା ବିଦଗ୍ଧକବି ଅଭିମନ୍ୟୁ ସାମନ୍ତସିଂହାରଙ୍କ ୨୬୬ତମ ଜନ୍ମ ଜୟନ୍ତୀ ସମାରୋହ ରୀତିଯୁଗର ମୂର୍ଦ୍ଧନ୍ୟ କବିଭାବରେ ପରିଚିତ, ଓଡ଼ିଆ ଲୋକ ସାହିତ୍ୟ ଜଗତକୁ ତରୁଣ ବୟସରେ ବାଘ ଗୀତ , ଚଢ଼େଇ ଗୀତ ରଚନା କରିଥିବାବେଳେ ବିଦଗ୍ଧ ଚିନ୍ତାମଣି ସର୍ବଶ୍ରେଷ୍ଠ କୃତି ବୋଲି ମୁଖ୍ୟବକ୍ତା ଭାବରେ ଶିକ୍ଷାବିତ୍ ପ୍ରଫେସର ବ୍ରଜବନ୍ଧୁ ପଣ୍ଡା ଆଲୋଚନା କରିଥିଲେ | ମୁଖ୍ୟ ଅତିଥି ଭାବରେ ପୂର୍ବତନ ସୂଚନା ଲୋକସମ୍ପର୍କ ନିର୍ଦ୍ଦେଶକ ସରୋଜ କୁମାର ସାମଲ,ଆଇ.ଏ.ଏସ, ତାଙ୍କର ବାଲ୍ୟ ଜୀବନ ଓ ବାଲ୍ୟ କାଳରୁ ରଚନା ସମୂହ ବିଷୟରେ ଆଲୋଚନା କରିଥିଲେ | ସମ୍ମାନିତ ଅତିଥି ଏନଟିପିସିର ପୂର୍ବତନ ବିତ୍ତ ନିର୍ଦେଶକ ତଥା ସାହିତ୍ୟିକ , ଚିତ୍ରକାର କୁଳମଣି ବିଶ୍ୱାଳ ରୀତିଯୁଗୀୟ ସାହିତ୍ୟକୁ ରୁଦ୍ଧିମନ୍ତ କରିବାପାଇଁ ରିତିଯୁଗୀୟ ଶୈଳୀରେ ନିଜର ରଚନା କରୁଥିବା କବିତା ସହିତ ଅଭିମନ୍ୟୁଙ୍କର ସାହିତ୍ୟକୃତି ଯେ ଓଡ଼ିଆ ସାହିତ୍ୟର ଗାରିମା ବିଶ୍ୱ ଦରବାରରେ ସ୍ୱତନ୍ତ୍ର ବୋଲି ବର୍ଣ୍ଣନା କରିଥିଲେ | ଅନ୍ୟ ମାନଙ୍କ ମଧ୍ୟରେ ଜଗନ୍ନାଥ ସଂସ୍କୃତି ଗବେଷକ ପଣ୍ଡିତ ମହେଶ ସାହୁ ଅଭିମନ୍ୟୁଙ୍କର ସଙ୍ଗୀତକୁ କଥା ମାଧ୍ୟମରେ ବିଶ୍ୱ ଦରବାରରେ ପ୍ରଚାର ପ୍ରସାର କରିବା ଆମ ପାଇଁ ଗୌରବର କଥା ବୋଲି ବର୍ଣ୍ଣନା କରିଥିଲେ | ଏହି ସମାରୋହରେ ବିଶିଷ୍ଟ ବ୍ୟକ୍ତି ବିଶେଷ ଶ୍ୟାମା ପ୍ରସାଦ ମିଶ୍ର ବରିଷ୍ଠ ମିଡିଆ ବୃତ୍ତିଜୀବୀ, ଶ୍ରୀ ରାକେଶ ବିଶ୍ଵାଳ ଭାଇଓଲିନ୍ ବାଦକ,ଶ୍ରୀଯୁକ୍ତ ସିଦ୍ଧାର୍ଥ ରାୟ ସାମାଜିକ କର୍ମୀ,ଶ୍ରୀଯୁକ୍ତ ଗୌରୀଶଙ୍କର ଦାଶ ଓଡିଶୀ ନୃତ୍ୟ ଗୁରୁ,ପଣ୍ଡିତ ମହେଶ ସାହୁ ଜଗନ୍ନାଥ ସଂସ୍କୃତି ବିଷାରଦ,ଶ୍ରୀମତୀ ଏସ୍. ସଙ୍ଗୀତା କଳା ଓ ନ୍ୟାୟ ସେବା ସାଧିକା,ସସ୍ମିତା ରାଉତ ପାଲା ଗାୟିକା,ଶ୍ରୀ ଗୁରୁଦାସ ସାହୁ,ମୂର୍ତ୍ତିଶିଳ୍ପୀ, ଡ଼କ୍ଟର ଶରଦ ଚନ୍ଦ୍ର ପଣ୍ଡା ଶିକ୍ଷାବିତ,ପରିବର୍ତନ ଓଡ଼ିଶା ସାମାଜିକ ଅନୁଷ୍ଠାନକୁ ସଭାପତି ଜିତେନ୍ଦ୍ର ମହାପାତ୍ରଙ୍କ ଓ ତାଙ୍କ ସହକର୍ମୀ ପ୍ରମୁଖଙ୍କୁ “ଉତ୍କଳ କମଳ ସମ୍ମାନ”ରେ ସମ୍ମାନିତ କରାଯାଇଥିଲା | ପ୍ରାରମ୍ଭରେ ବିଦଗ୍ଧ ଚିନ୍ତାମଣିଙ୍କ ରଚନା ସମୂହରୁ ଏକକ ଓଡ଼ିଶୀ ନୃତ୍ୟ ପୁନ୍ୟ ପୁଲକତା ସାମଲ ଏବଂ ଗୁରୁ ଯ୍ୟୋଟତିରେଖା ମହାନ୍ତିଙ୍କ ତତ୍ୱାବଧାନରେ ଜ୍ୟୋତି କଳା ପରିଷଦର କଳାକାରଙ୍କ ଦ୍ୱାରା ପରିବେଷିତ ନୃତ୍ୟାଭିନୟ ସହିତ ଗୁରୁ ନିମାକାନ୍ତ ରାଉତରାୟ ,ଶୈଳଭାମା ମହାପାତ୍ର ,ତନୁଶ୍ରୀ ନାୟକ , ବିଜୟଲକ୍ଷ୍ମୀ ରାଉତରାୟ,ମହାପାତ୍ର ମିନତୀ ଭଞ୍ଜ ଏବଂ ଅନୁଜା ତାରିଣୀ ମିଶ୍ରଙ୍କ ଦ୍ୱାରା ବିଦଗ୍ଧ ଚିନ୍ତାମଣିଙ୍କ ଗୀତାଞ୍ଜଳୀ ସଙ୍ଗୀତ ପରିବେଷଣ ବେଶ ମନ୍ତ୍ରମୁଗ୍ଧ କରିଥିଲା | ଅନୁଷ୍ଠାନର ସଭାପତି ମନୋଜ କୁମାର ନାୟକ ଆନୁଷ୍ଠାନିକ ସ୍ୱାଗତ ସମ୍ଭାଷଣ ସ୍ୱରୂପ କାହିଁକି ଆମେ ବିଦଗ୍ଧ ଚିନ୍ତାମଣିଙ୍କୁ ମନେରଖିବା ସେ ବିଷୟରେ ସମ୍ୟକ ସୂଚନା ଦେବାସହ ଅତିଥି ପରିଚୟ ପ୍ରଦାନ କରିଥିଲେ, ବିଶିଷ୍ଟ ସାହିତ୍ୟିକ ବିଜୟ ମଲ୍ଲ ସଭାକୁ ଶୃଙ୍ଖଳିତ ଭାବେ ପରିଚାଳନା କରିଥିଲେ ଛାତ୍ରନେତା ତନ୍ମୟ ସ୍ୱାଇଁ, ସତ୍ୟ ଦାସ। ବିଷ୍ଣୁ ନନ୍ଦ , ସୁମିତ୍ ମହାପାତ୍ର, ତପନ ସାହୁ କାର୍ଯ୍ୟକ୍ରମ ପରିଚାଳନା କରୁଥିବାବେଳେ ପବିତ୍ର ମହାରଥା ଆନୁଷ୍ଠାନିକ ଧନ୍ୟବାଦ ପ୍ରଦାନ କରିଥିଲେ |
ଉତ୍କଳୀୟ ସ୍ୱାଭିମାନ ତରଫରୁ ଅଭିମନ୍ୟୁ ସାମନ୍ତସିଂହାରଙ୍କ ୨୬୬ତମ ଜନ୍ମ ଜୟନ୍ତୀ ପାଳନ
Social Share On:
Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp
Social Share On:
Related News
ମାଇଲଖୁଣ୍ଟ ସ୍ଥାପନ କଲା ଓଁ ଶିବ ବାବା ଟ୍ରଷ୍ଟ
ଓଡ଼ିଶାର ଅଗ୍ରଣୀ ସୋଲାର ଭେଣ୍ଡର ଭାବେ ପରିଚିତ ଓଁ ଶିବ ବାବା ଟ୍ରଷ୍ଟ ପିଏମ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନାରେ ସୋଲାର ସେବା ଯୋଗାଇବା କ୍ଷେତ୍ରରେ ମାଇଲ୍ଖୁଣ୍ଟ ସ୍ଥାପନ କରିଛି l ଏହି ଟ୍ରଷ୍ଟ ଏଯାବତ ୭୫୦ରୁ ଉର୍ଦ୍ଧ୍ବ ସୋଲାର ପ୍ୟାନେଲ
ରାଜ୍ୟସ୍ତରୀୟ ଶ୍ରୀ ପଞ୍ଚରତ୍ନ ଶ୍ରୀମଦ ଭଗବଦ ଗୀତା ପ୍ରଚାର ସଂଘ ଓଡିଶାର ପ୍ରଥମ ବାର୍ଷିକ ଉତ୍ସବ
ବୋଲଗଡ: (ଅଖିଳ ସୁନ୍ଦରାୟ) ଗତ ତା ୨୨.୦୨.୨୦୨୬ ରିଖ ରବିବାର ଦିନ ରାଜ୍ୟ ସ୍ତରୀୟ ପଞ୍ଚରତ୍ନ ଶ୍ରୀମଦ୍ ଭଗବଦ୍ ଗୀତା ପ୍ରଚାର ସଂଘ ଓଡ଼ିଶା ତରଫରୁ ଏକ ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ ହୋଇ ଯାଇଛି। ଓଡ଼ିଶାର ପ୍ରତି କୋଣ
ଆସୁଛି ଲଗାତାର ଦୁଇଟି ଲଘୁଚାପ, ଧୋଇଯିବ କି ଦଶହରା ?
ଆଜି ଉତ୍ତର ଏବଂ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ପଶ୍ଚିମ ଦିଗ ଆଡ଼କୁ ଗତି କରିବ । ଆସନ୍ତାକାଲି (26 ତାରିଖ) ଉତ୍ତର-ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର
ଓଡିଶାରୁ ଗୁଜରାଟ: ବ୍ରହ୍ମପୁରରୁ ସୁରଟ ଅମୃତ ଭାରତ ଏକ୍ସପ୍ରେସ ଟ୍ରେନ୍ ସେବାର ଶୁଭାରମ୍ଭ
ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ଛତିଶଗଡ଼, ମହାରାଷ୍ଟ୍ର ଏବଂ ଗୁଜରାଟର ଏକାଧିକ ପ୍ରମୁଖ ଜିଲ୍ଲାକୁ ସଂଯୋଗ କରୁଥିବା ବ୍ରହ୍ମପୁର ଏବଂ ସୁରଟ (ଉଧନା) ମଧ୍ୟରେ ଅମୃତ ଭାରତ ଏକ୍ସପ୍ରେସର ସେବା ଘୋଷଣା କରିଛି ଭାରତୀୟ ରେଳବାଇ । ଏହି ନୂତନ ଟ୍ରେନ୍ ସେବା
ସମ୍ମାନ ଜନକ ବି ଭୋକାଲ ସିଏସ୍ଆର୍ ୨୫ ପୁରସ୍କାରରେ ସମ୍ମାନିତ ହେଲା ଟିପିଏସ୍ଓଡିଏଲ୍
ବ୍ରହ୍ମପୁର: ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଏସ୍ଓଡିଏଲ୍) ସମ୍ମାନ ଜନକ ବି ଭୋକାଲ ସିଏସ୍ଆର୍ ୨୫ ପୁରସ୍କାରରେ ସମ୍ମାନିତ ହୋଇଛି। ଅର୍ଗାନିକ୍ ଫିଙ୍ଗର୍ ମିଲେଟକୁ ପ୍ରୋତ୍ସାହନ ଯୋଗାଉଥିବାରୁ ଶକ୍ତି ବର୍ଗରେ ଟିପିଏସ୍ଓଡିଏଲକୁ ଏହି ପୁରସ୍କାର ମିଳିଛି। ଏହି ପୁରସ୍କାର ଦକ୍ଷିଣ
ନୃତ୍ୟନିପୁଣା ଓଡ଼ିଶୀ ନୃତ୍ୟ ଅନୁଷ୍ଠାନର ବିଦେଶ ଗ୍ରସ୍ତ
ଭୁବନେଶ୍ୱର: ସ୍ଥାନୀୟ ଅଗ୍ରଣୀ ଓଡିଶୀ ନୃତ୍ୟ ଅନୁଷ୍ଠାନ ନୃତ୍ୟନିପୁଣାର ନୃତ୍ୟଶିଳ୍ପୀ ଅର୍ଚ୍ଚିତା ପ୍ରଧାନ, ପ୍ରତିଷ୍ଠାତ୍ରୀ ପ୍ରତିମା ମିଶ୍ର ଏବଂ ନିର୍ଦ୍ଦେଶିକା ଡଃ ପ୍ରିୟଙ୍କା ମିଶ୍ରଙ୍କ ଦୁବାଇ ଗ୍ରସ୍ତ । ଅନୁଷ୍ଠାନ ର ନୃତ୍ୟାଙ୍ଗନାମାନେ ଦୁବାଇର AI AJYAL THEATRE ଠାରେ ଓଡ଼ିଶୀ
ସାରସ୍ୱତ ସାଧିକା ଇନ୍ଦିରା ପଟ୍ଟନାୟକଙ୍କ ବିୟୋଗ
ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ, ସ୍ତମ୍ଭକାର, ସମାଜର ପୂର୍ବତନ ସମ୍ପାଦକ ବହୁମୁଖି ବ୍ୟକ୍ତିତ୍ୱର ଅଧିକାରୀ ପ୍ରଦୋଷ ପଟନାୟକଙ୍କ ସହଧର୍ମିଣୀ ତଥା ବରିଷ୍ଠ ସମାଜସେବିକା, ଉକôଳ ମହିଳା ସମିତିର ଆଜୀବନ ସଦସ୍ୟା, ପୂଜ୍ୟ ପୂଜା ପ୍ରାଣ, ସମାଜ ସଂସ୍କାରିକା ଇନ୍ଦିରା ପଟ୍ଟନାୟକଙ୍କ ୭୦ ବର୍ଷ
ଶୁଭିଲାଣି କୁଶଭଦ୍ରାର ସ୍ୱର, ଉପମୁଖ୍ୟମନ୍ତ୍ରୀଙ୍କୁ ଦେଲେ ଦାବିପତ୍ର
ଭୁବନେଶ୍ୱର: କୁଶଭଦ୍ରାର ଖନନ, ସୁରକ୍ଷା ଓ ସୌନ୍ଦର୍ଯ୍ୟ ଅଭିବୃଦ୍ଧିକୁ ନେଇ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କୁ ସରକାରୀ ବାସଭବନରେ ଭେଟିଛି କୁଶଭଦ୍ରା କାନ୍ଦୁଛି ପରିବାର । ନିମାପଡ଼ାର ଜୀବନ ରେଖା କୁଶଭଦ୍ରାର ହୃତଗୌରବ ଫେରାଇ ଆଣିବା ଦିଗରେ ୭ଗୋଟି ଦାବିକୁ ଉତଥାପନ
ଚର୍ଚ୍ଚାରେ ରାଜଧାନୀ ଗଛ ଗଣେଶ
ପବିତ୍ର ଗଣେଶ ପୂଜା । ଧରାବତରଣ କରିଛନ୍ତି ଅଗ୍ରପୂଜ୍ୟ ଗଜାନନ । ଆଉ ଗଜାନନଂକ ପୂଜାକୁ ନେଇ ଆଉ ଗାଁଠୁ ସହର ଚଳଚଂଚଳ ହେଉଥିବା ବେବେଳେ ରାଜଧାନୀ ଭୁବନେଶ୍ୱରରେ ବି ଗଣେଶ ପୂଜା ବେଶ ଧୁମଧାମରେ ପାଳନ ହେଉଛି । ବର୍ଷାରେ
ବଳଙ୍ଗା ପୀଡିତାଙ୍କ ଶେଷକୃତ୍ୟ ସମ୍ପନ୍ନ
ପୁରୀ: ଜିଲ୍ଲାର ବଳଙ୍ଗା ନାବାଳିକାଙ୍କ ଦିଲ୍ଲୀ ଏମ୍ସରେ ମୃତ୍ୟୁ ପରେ ଆଜି ପୈତୃକ ଗାଁ ବାୟାବରରେ ଶେଷ ହେଲା ଅନ୍ତିମ ସଂସ୍କାର । ବାୟାବର ନୂଆ ଗୋପାଳପୁରରେ ପୀଡିତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଗତକାଲି (ରବିବାର) ରାତିରେ ଭୁବନେଶ୍ବରରେ ପହଞ୍ଚିଥିଲା
Politics
Entertainment
ପଖାଳ ଦିବସ