ଭୁବନେଶ୍ୱର: ପ୍ରତିବର୍ଷ ପରି ଚଳିତ ବର୍ଷ ଫାଲଗୁନ ମାସ ଶୁକ୍ଳ ପାଞ୍ଚମୀ ତିଥିରେ ଚନ୍ଦକା ମହିମା ଆଶ୍ରମର ଷଷ୍ଠ ଦଶ ବାର୍ଷିକ ମହୋତ୍ସବ ପାଳିତ ହୋଇ ଯାଇଅଛି I ବ୍ରହ୍ମଳୀନ ବ୍ରହ୍ମାବଧୁତ ଜୟକୃଷ୍ଣ ବାବା ମହୋଦୟଙ୍କ ଆଦେଶ ଅନୁଯାଇ ବ୍ରାହ୍ମବଧୁତ ବ୍ରଜବନ୍ଧୁ ବାବା ଓ ସାଧୁ ମଧୁସୂଦନ ଦାସଙ୍କ ତତ୍ତ୍ୱବଧାନ ତାରେ ବ୍ରହ୍ମ ଧ୍ଵନି ସ୍ଥାପନ କରାଯାଇ ଜଗତ ଭଗତ ଙ୍କ

ମଙ୍ଗଳ କାମନା ନିମନ୍ତେ ସମୂହ ଶରଣ ପାର୍ଥନା କରିଥଲେ ଉକ୍ତ ସ୍ଥାନଟି ମହିମା ଅଲେଖ ଡାକରେ କମ୍ପି ଉଠିଥିଲା ତତ ସହିତ ସନ୍ଧ୍ୟା ସମୟରେ ପ୍ରବଚନ ଓ ଅହରାତ୍ର ଭଜନ କୀର୍ତନ ଲାଗି ରହିଥିଲା I ଏହି କାର୍ଯ୍ୟକ୍ରମ ରେ ପର ସନ୍ୟାସୀ ଓ ଅପର ସନ୍ୟାସୀ ସହିତ ମହିମା ଧର୍ମବାଲମ୍ବୀ ଭକ୍ତ ଓ ଶ୍ରଦ୍ଧାଳୁ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ I ଏହି କାର୍ଯ୍ୟକ୍ରମଟିକୁ ଭକ୍ତ ଦନାର୍ଦନ ମଙ୍ଗରାଜ ସହିତ ଚନ୍ଦକା ଗ୍ରାମବାସୀମାନେ ସୁଚାରୁ ରୂପେ ପରିଚାଳନା କରି ଥିଲେ ବୋଲି ସାମ୍ବାଦିକା ରୀନା ମହାନ୍ତି ଏକ ପ୍ରେସ ବିଜ୍ଞପ୍ତିରେ ଦର୍ଶାଇ ଥିଲେ I