ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନରେ ଭାବ ବିନିମୟ କାର୍ଯ୍ୟକ୍ରମ

ଭୁବନେଶ୍ଵର: ଏନ୍. ସି. ଇ. ଆର. ଟି. ପରିଚାଳିତ ପୂର୍ବ ଭାରତ ପାଇଁ ଭୁବେଶ୍ବରସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ପୂରାତନ ଛାତ୍ର ସଂସଦ ପକ୍ଷରୁ ଚଳିତ ଶିକ୍ଷାବର୍ଷ ପାଇଁ ନିର୍ବାଚିତ ଛାତ୍ର ପରିଷଦ କର୍ମକର୍ତ୍ତା ଓ ସଭ୍ୟ ସଭ୍ୟା ମାନଙ୍କ ମଧ୍ୟ ରେ ଏକ ଭାବ ପୂର୍ଣ୍ଣ ଭାବ ବିନିମୟ ଗତକାଲି ପ୍ରତିଷ୍ଠାନ ପରିସର ରେ ଅନୁଷ୍ଠାନ ର ଅଧ୍ୟକ୍ଷା ପ୍ରଫେସର ଡକ୍ଟର ମାନସୀ ଗୋସ୍ୱାମୀଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇ ଯାଇଛି। ଏହି ବୈଠକରେ ପୁରାତନ ଛାତ୍ର ସଂସଦ ପକ୍ଷରୁ ନୂତନ ଛାତ୍ର ପ୍ରତିନିଧି ଓ। କର୍ମକର୍ତ୍ତା ମାନଙ୍କୁ ଅଭିନନ୍ଦନ ଜଣାଇବା ସହ ସେମାନଙ୍କ ଭବିଷ୍ୟତ ଶୈକ୍ଷିକ ଓ ବୃତି ଗତ ଜୀବନ ସମ୍ପର୍କ ରେ ମାର୍ଗ ଦର୍ଶନ କରା ଯାଇ ଥିଲା । ଏଥି ସହିତ ପୁରାତନ ଛାତ୍ର ସଂସଦକୁ ସେମାନେ ସୁଦୃଢ଼ କରି ନିଜ ମାତୃ ଶିକ୍ଷା କେନ୍ଦ୍ରର କିପରି ଉତ୍ତରୋତ୍ତର ବିକାଶ କରା ଯାଇ ପାରିବ ସେ ସମ୍ପର୍କ ରେ ଆଲୋଚନା ହୋଇ ଥିଲା । ପୂରାତନ ଓ ନୂତନ ଛାତ୍ର ମାନଙ୍କ ମଧ୍ୟରେ ଏକ ବନ୍ଧନର ସେତୁ ପ୍ରତିଷ୍ଠା ପାଇଁ ବୈଠକ ରେ ମିଳିତ ମତ ପ୍ରକାଶ ପାଇଥିଲା। ସଭାଧ୍ୟକ୍ ପ୍ରଫେସର ଡକ୍ଟର ଗୋସ୍ୱାମୀ ଙ୍କ ବ୍ୟକ୍ତିଗତ ପରାମର୍ଶ ଏହି ଅସର୍ କୁ ଅଧିକ ଆକର୍ଷଣୀୟ କରାଇଥିଲା । ଏହି ବୈଠକରେ ସ୍ବାଗତ ବକ୍ତବ୍ୟ ରଖିଥିଲେ ପୂରାତନ ଛାତ୍ର ସଂସଦ ର ସଭାପତି ଡକ୍ଟର ହାଡିବନ୍ଧୁ ପଟ୍ଟନାୟକ। ସମ୍ପାଦକ ରମେଶ ଚନ୍ଦ୍ର ପାତାଳ ସିଂହ ବୈଠକ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏହି ବୈଠକରେ ପୁରାତନ ଛାତ୍ର ସଂସଦ ର କାର୍ଯ୍ୟକାରୀଣି ପକ୍ଷରୁ ସୁବାସ ଚନ୍ଦ୍ର ଚୌଧୁରୀ, ରାମଚନ୍ଦ୍ର ମିଶ୍ର, ହରିପ୍ରିୟା ପଟ୍ଟନାୟକ, ମାନସ ରଞ୍ଜନ ତ୍ରିପାଠୀ, ପ୍ରତାପ ଚନ୍ଦ୍ର ପରିଡା,ସହ ସମ୍ପାଦିକା ଜ୍ୟୋସ୍ନା ଦାଶ, ଉପଦେଷ୍ଟା ସନ୍ତୋଷ ଶତପଥୀ, ଡକ୍ଟର ସୁବାସ ଚନ୍ଦ୍ର ବିଶ୍ବାଳ ଓ ପ୍ରାକ୍ତନ ତଥା ପ୍ରଥମ ସଭାପତି ଦୁର୍ଯ୍ୟୋଧନ ପରିଡା ଯୋଗଦେଇ ଶୁଭେଚ୍ଛା ଓ ପରାମର୍ଶ ପ୍ରଦାନ କରିଥିଲେ। ନଭ ସଞ୍ଚାର ମାଧ୍ୟମ ରେ ଦେଶର ବିଭିନ୍ନ ସ୍ଥାନରୁ ପ୍ରାକ୍ତନ ଛାତ୍ର ଇଉ ଜି ସି ଶିକ୍ଷା ଅଧିକାରୀ ଭାବେ କାର୍ଯ୍ୟରତ କିଶୋର କୁମାର, ଡକ୍ଟର ନଗେନ୍ଦ୍ର ମିଶ୍ର, ଅରୁଣ ପତି ଓ ଅଶୋକ ବାନାର୍ଜୀ ମଧ୍ୟ କାର୍ଯ୍ୟକ୍ରମରେ ଭାଗ ନେଇ ଥିଲେ। କାର୍ଯକ୍ରମର ସଫଳ ସମ୍ପାଦନା ପାଇଁ ପୂର୍ବତନ ସମ୍ପାଦକ ଓ ବରିଷ୍ଠ କାର୍ଯୟନିର୍ବାହୀ ସଦସ୍ୟ ଚକ୍ରଧର ଦାଶ ସକ୍ରିୟ ସହଯୋଗ ପ୍ରଦାନ କରିଥିଲେ। ପ୍ରତିଷ୍ଠାନ ର ବରିଷ୍ଠ ପ୍ରାଧ୍ୟାପକ ତଥା ଛାତ୍ର ପରିଷଦର ଉପଦେଷ୍ଟା ପ୍ରଫେସର ଲକ୍ଷ୍ମୀଧର ବେହେରା ଏହି କର୍ଯ୍ୟକର୍ମ କୁ ସଂଯୋଜନା କରିଥିଲେ। ପ୍ରତିଷ୍ଠାନର ବରିଷ୍ଟ ପ୍ରଫେସର ରମାକାନ୍ତ ମାହଲିକ , ପ୍ରଫେସର ରିତାଞ୍ଜଳି ଦାଶ ଓ ଡକ୍ଟର ମନୋଜ କୁମାର ଯାଦବ ବୈଠକ ରେ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରାଇ ଥିଲେ। ପ୍ରତିଷ୍ଠାନ ପକ୍ଷରୁ ଧନ୍ୟବାଦ ଅର୍ପଣ କରିଥିଲେ ବରିଷ୍ଠ ପ୍ରଧ୍ୟାପିକ। ତଥା ମୁଖ୍ୟ ୱାର୍ଦେନ୍ ଡକ୍ଟର ରଶ୍ମି ରେଖା ସେଠୀ । ପୂରାତନ ଛାତ୍ର ମାନଙ୍କ ପକ୍ଷରୁ ଅନୁଷ୍ଠାନକୁ କୃତଜ୍ଞତା ଜ୍ଞାପନ କରିଥିଲେ। ଯୁଗ୍ମ ସମ୍ପାଦକ ସୁବାସ ଚନ୍ଦ୍ର ରାଉତ I

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page