ଭୁବନେଶ୍ବର: ପ୍ରତିବର୍ଷ ପରି ଚଳିତବର୍ଷ ଫାଲଗୁନ ଶୁକ୍ଳପକ୍ଷ ଦଶମୀରେ ଅନ୍ଧାରୁଆ ଗ୍ରାମ ପ୍ରଭୁଦ୍ଧ ବିହାର ସ୍ଥିତ ମହିମା ଆଶ୍ରମର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ମଲୀନ ବ୍ରହ୍ମ ଅବଧୂତ ଜୟକୃଷ୍ଣ ବାବା ମହୋଦୟଙ୍କ ପୂର୍ବ ଆଦେଶ ଅନୁଯାଇ ବ୍ରହ୍ମଅବଧୂତ ବ୍ରଜବନ୍ଧୁ ବାବାଙ୍କ ଅଧ୍ୟକ୍ଷତାରେ ବ୍ରହ୍ମଧ୍ଵନି ସ୍ଥାପନ ଓ ଘୃତାବତୀ ପ୍ରଜ୍ଜଳନ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ମାନ୍ୟବର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ଏହିପରି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ

ମାନବ ସମାଜ ପାଇଁ ନିହାତି ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ lଉକ୍ତ ମହୋତ୍ସବ ରେ ମହିମା ଧର୍ମ ସମାଜ ର ପର ସନ୍ୟାସୀ ଓ ଅପର ସନ୍ୟାସୀ ଭକ୍ତବୃନ୍ଦ ଓ ଭକ୍ତ ପ୍ରେମୀ ଯୋଗ ଦେଇଥିଲେ । ପାହାଡ଼ ଟି ମହିମା ଅଲେଖ ଧର୍ମରେ କମ୍ପି ଉଠିବା ସହିତ ଧର୍ମୀୟ ବାତା ବରଣ ସୃଷ୍ଟି ହେଇଥିଲା । ସାୟମ ସମୟରେ ପ୍ରସାଦସେବନ ସହିତ ପ୍ରବଚନ, ଭଜନ, କୀର୍ତ୍ତନ କରାଯାଇଥିଲା ତତ ସହିତ ଆଧ୍ୟାତ୍ମିକ ପତ୍ରିକା (ଗୁରୁ ପ୍ରସାଦ )ବାବା ଓ ସାଧୁ ମାନଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା I ଉକ୍ତ ମହୋତ୍ସବଟିକୁ ଅନ୍ଧାରୁଆ ଗ୍ରାମବାସୀ ଓ ମହିମା ସମାଜ ର ଭକ୍ତମାନେ ସୁଚାରୁରୂପେ ପରିଚାଳନା କରିଥିଲେ ବୋଲି ମହିମା ସେବା ଫାଉଣ୍ଡେସନର ସଭାପତି ନାରାୟଣ ଖୁଣ୍ଟିଆ ଓ ସାମ୍ବାଦିକା ରୀନା ମହାନ୍ତି ଜଣାଇଛନ୍ତି l