ଗ୍ୟାସ୍ କଳାବଜାରୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଦେ୍ର୍ଦଶ


ସାରା ଦେଶରେ ଏଲପିଜି ସିଲିଣ୍ଡର ଯୋଗାଣକୁ ନେଇ ସୃଷ୍ଟି ହୋଇଥିବା ଆଶଙ୍କା ଭିତରେ କେନ୍ଦ୍ର ସରକାର ଏହାକୁ ନେଇ ଆତଙ୍କିତ ନ ହେବାକୁ ପରାମର୍ଶ ଦେଇଛନ୍ତି । କେନ୍ଦ୍ର ତୈଳ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୁଜାତା ଶର୍ମା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଦେଶରେ ଯଥେଷ୍ଟ ସଂଖ୍ୟାରେ ଏଲିପିଜି ରହିଛି । ତେବେ ଜରୁରୀ ନ ଥିଲେ ସିଲିଣ୍ଡର ନେବା ଲାଗି ବୁକିଂ କରନ୍ତୁ ନାହିଁ ବୋଲି ସେ ପରାମର୍ଶ ଦେଇଛନ୍ତି । ସେ ଆହୁରି କହିଛନ୍ତି, ଘରୋଇ ଗ୍ୟାସ ଉପଭୋକ୍ତାଙ୍କ ପାଇଁ ଉଦ୍ଦିଷ୍ଟ ସପ୍ଲାଇ ଚେନ୍ ଓ ଲଜିଷ୍ଟିକ୍ସ ସ୍ୱାଭାବିକ ଭାବେ କାମ କରୁଛି । ବର୍ତମାନ ମଧ୍ୟ ବୁକିଂ କରିବାରଅଢେଇ ଦିନରେ ଗ୍ୟାସ ସିଲିଣ୍ଡର ଯୋଗାଇ ଦିଆଯାଉଛି । ଅଣ ଘରୋଇ ସିଲିଣ୍ଡର କ୍ଷେତ୍ରରେ ହସପିଟାଲ ଓ ଶିକ୍ଷାନୁଷ୍ଠାନକୁ ଗୁରୁତ୍ୱ ଦିଆଯାଉଛି । ସେହିପରି ଆମ ଗ୍ୟାସ କମ୍ପାନୀଗୁଡିକ ନୂଆ ସ୍ଥାନରୁ ଦୁଇଟି ଏଲଏନଜି ଗ୍ୟାସ କାର୍ଗୋ ଅଧିଗ୍ରହଣ କରିଛନ୍ତି ।ଏହି ଦୁଇଟି କାର୍ଗୋ ଭାରତ ଅଭିମୁଖେ ଆସୁଛି । ପଶ୍ଚିମ ଏସିଆ ଯୁଦ୍ଧ ପ୍ରଭାବରେ ଭାରତରେ ଏଲ୍ପିଜି ଗ୍ୟାସ୍ର ଅଭାବ ଦେଖାଦେଇଛି । ସରକାର ଯଦିଓ ଅଭାବକୁ ଖଣ୍ଡନ କରୁଛନ୍ତି, କିନ୍ତୁ ଲୋକମାନେ ଆତଙ୍କିତ ହୋଇ ବୁକିଂ କରୁଛନ୍ତି । ଗ୍ୟାସ୍ ନ ପାଇ ନିରାଶ ମଧ୍ୟ ହେଉଛି । ଏହି ଗମ୍ଭୀର ସମୟରେ ଆବଶ୍ୟକତାଠାରୁ ଅଧିକ ଗ୍ୟାସ୍ ମହଜୁଦ ରଖିବା ଓ କଳାବଜାରୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟମାନଙ୍କୁ କେନ୍ଦ୍ର ସରକାର କହିଛନ୍ତି । ଗ୍ୟାସ୍ ସ୍ଥିତିକୁ ନେଇ କେନ୍ଦ୍ର ଗୃହ ସଚିବ ଏବଂ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସଚିବ ଓ ପୁଲିସ ମହାନିଦେ୍ର୍ଦଶକମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିବା ଏକ ବୈଠକରେ ଏହି ନିଷ୍ପତି ନିଆଯାଇଛି । ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସି ସେନ୍ଥିଲ ରାଜନ କହିଛନ୍ତି ଯେ କଳାବଜାରୀ ରୋକିବା ଉପରେ ଗୁରୁତ୍ୱାରୋପ କରିବାକୁ ରାଜ୍ୟମାନଙ୍କୁ କୁହାଯାଇଛି । ଏଥି ସହିତ ରାଜ୍ୟଗୁଡ଼ିକ ଜଣେ ଲେଖାଏଁ ମୁଖପାତ୍ର ନିଯୁକ୍ତ କରିବେ । ସେ ଯାଞ୍ଜ ହୋଇଥିବା ସୂଚନାକୁ ସ୍ପଷ୍ଟ ଓ ନିୟମିତ ଭାବେ ଜନସାଧାରଣଙ୍କ ନିକଟରେ ପହଞ୍ଜାଇବା ଦିଗରେ କାର୍ଯ୍ୟ କରିବେ । ସେହିପରି ଭୁଲ ତଥ୍ୟର ପ୍ରଚାର ରୋକିବା ଲାଗି ସେ ଗଣମାଧ୍ୟମ ସଂସ୍ଥାଗୁଡ଼ିକର ସହଯୋଗ ଲୋଡ଼ିଛନ୍ତି ଓ ସେମାନଙ୍କୁ ସ୍ଥାନୀୟ କତୃପକ୍ଷଙ୍କ ସହ ମିଶି କାମ କରିବାକୁ କହିଛନ୍ତି ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page