ବିମଳା ପୋଖରୀରୁ ମିଳିଲା ମଣିଷ ଜଙ୍ଘ

କଳାହାଣ୍ଡି,୧୫|୩(-ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ):କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ବିମଳା ବାଗବନ୍ଧ ପୋଖରୀରୁ ଗଳିତ ମଣିଷ ଜଙ୍ଘ ଉଦ୍ଧାର ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି। ଏହି ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ଓ ସନ୍ଦେହର ବାତାବରଣ ଖେଳିଯାଇଛି।ସୂଚନା ଅନୁଯାୟୀ, ଗାଁର କିଛି ପିଲା ମାଛ ଧରିବା ପାଇଁ ବାଗବନ୍ଧ ପୋଖରୀକୁ ଯାଇଥିଲେ। ଜାଲରେ କିଛି ଏକ ଭାରି ଜିନିଷ ଲାଗିଥିବାରୁ ପିଲାମାନେ ତାକୁ ବଡ଼ ମାଛ ଭାବି କୂଳକୁ ଟାଣି ଆଣିଥିଲେ I ମାତ୍ର ସେଠାରେ ଏକ ଗଳିତ ମଣିଷ ଜଙ୍ଘ ଦେଖିବାକୁ ପାଇ ସେମାନେ ଭୟଭୀତ ହୋଇ ପାଟି କରିଥିଲେ।
ଖବର ପାଇ ଜୟପାଟଣା ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଜଙ୍ଘଟିକୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି। ପୋଖରୀ ମଧ୍ୟରେ ଶରୀରର ଅନ୍ୟ ଅଂଶ ଅଛି କି ନାହିଁ, ସେ ନେଇ ମଧ୍ୟ ଖୋଜାଖୋଜି ଜାରି ରହିଛି।ଏହି ଘଟଣା ଏକ ଭିନ୍ନ ମୋଡ଼ ନେଇଛି, କାରଣ ଗତ ୭ ମାସ ତଳେ ଉକ୍ତ ଗାଁର ଅମୃତ ପୁଝାରି ନାମକ ଜଣେ ଯୁବତୀ ନିଖୋଜ ହୋଇଥିବା ନେଇ ଜୟପାଟଣା ଥାନାରେ ପୂର୍ବରୁ ଅଭିଯୋଗ ହୋଇଥିଲା | ବର୍ଭମାନ ମିଳିଥିବା ଶରୀରର ଅଂଶଟି ସେହି ଯୁବତୀଙ୍କର କି ନୁହେଁ, ସେ ନେଇ ଗ୍ରାମବାସୀ ଓ ପରିବାର ଲୋକଙ୍କ ମଧ୍ୟରେ ସନ୍ଦେହ ପ୍ରକାଶ ପାଇଛି।

ପ୍ୟାରିଲାଲ ଦୁର୍ଗା
କଳାହାଣ୍ଡି

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page