ଭୁବନେଶ୍ୱର 23/03:[10:31 am, 23/3/2026] Priyabrata Barik:କିଛିଦିନ ହେଲା ଖରାଦିନେ ଲୋକ ମାନଙ୍କୁ ତାତିରୁ ମିଳୁଛି ଆଶ୍ବସ୍ତି l କାରଣ ପାଗ ମେଘୁଆ ସାଙ୍ଗ କୁ ଓଡିଶାର ଅନେକ ସ୍ଥାନ ରେ ବର୍ଷା କୁ କୂଆପଥର ମାଡ଼ ହଉଚି, ମାର୍ଚ୍ଚ ମାସରେ ପ୍ରବଳ ଗୁଳୁଗୁଳି ଗରମ ସାଙ୍ଗ କୁ ଖରାର ତାପମାତ୍ରା ବଢିଥାଏ, ଜୀବଜଗତ ଅସ୍ତବ୍ୟସ୍ତ ହୋଇପଡନ୍ତି l ଲୋକମାନେ ତାତିରୁ ମୁକ୍ତି ପାଇବା ପାଇଁ କେତେ କଣ ପନ୍ଥା ଆପଣେଇଥାନ୍ତି କିନ୍ତୁ ଏହା ଏହି ବର୍ଷ ଓଡିଶାରେ ଜନଜୀବନକୁ ଆଶ୍ୱାସନା ମିଳିଛି l ମଝିରେ ମଝିରେ ବର୍ଷା ସାଙ୍ଗକୁ ହାଲକା ପବନ ବୋହୁଛି ଏବଂ ପାଗ ଥଣ୍ଡା ରହୁଛି l

ଭୁବନେଶ୍ୱର ପାଣିପାଗ କେନ୍ଦ୍ର ରୁ ସୂଚନା ଅନୁଯାଇ ଆଉ ଏକ ବଡ଼ ବର୍ଷା ଆସୁଛି, ଆସନ୍ତା 28ତାରିଖ ଯାଏ ଉପକୂଳ, ଉତ୍ତର ଓ ଦକ୍ଷିଣ ଓଡିଶାରେ କିଛିକିଛି ସ୍ଥାନରେ ସ୍ୱଳ୍ପ ବର୍ଷା ସହିତ କୂଆପଥର ମାଡ଼ ହବାର ସମ୍ଭାବନା ଅଛି ଏବଂ 23ତାରିଖରେ ବର୍ଷା ମଧ୍ୟ ରହିବ ତାହା ସହିତ 27ଓ 28ତାରିଖ ରେ ବର୍ଷା ହବାର ସମ୍ଭାବନା ରହିଛି l ତେଣୁ ଏହି ବର୍ଷ ମାର୍ଚ୍ଚ ମାସରେ ଗରମ ଏବଂ ଗୁଳୁଗୁଳି ରୁ ଆଶ୍ବସ୍ତି ମିଳିବ l
ପ୍ରିୟବ୍ରତ ବାରିକଙ୍କ ରିପୋର୍ଟ ଉତ୍କଳ ବୁଲେଟିନ