ଉପଯୁକ୍ତ ପ୍ରମାଣ ଅଭାବରୁ ଗୋଲାମୁଣ୍ଡା ଥାନା ପୂର୍ବତନ ଏଏସ୍‌ଆଇ ନିର୍ଦୋଷ ରେ ଖଲାସ

କଳାହାଣ୍ଡି,(୨୩|୩ -ପ୍ୟାରିଲାଲ ଦୁର୍ଗା): ଜମିଜମା ଘଟଣାରେ ଏକ ମାରପିଟ ମାମଲାରେ ଭବାନୀପାଟଣା ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍ ବଦ୍ରିନାରାୟଣ ନନ୍ଦ ଗୋଲାମୁଣ୍ଡା ଥାନାର ପୂର୍ବତନ ଏଏସ୍‌ଆଇ ରାଜକପୁର ବେହେରାଙ୍କୁ ନିର୍ଦ୍ଦେଷରେ ଖଲାସ କରିଛନ୍ତି। ୨୦୧୯ ମସିହା ଜୁନ ୨୫ରେ ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ଡୁଡ଼କେଲ ଗ୍ରାମର ତ୍ରିନାଥ ନାଏକ ଓ ସେହି ଗ୍ରାମର ଦୟାନିଧି ଭତ୍ରିଆଙ୍କ ପରିବାର ମଧ୍ୟରେ ଜମିଜମା ବିବାଦକୁ ନେଇ ମାରପିଟ ହୋଇଥିଲା। ଏ ସମ୍ପର୍କରେ ତ୍ରିନାଥ ଗୋଲାମୁଣ୍ଡା ଥାନାରେ ଏତଲା ଦେଇଥିଲେ। ପରବର୍ତ୍ତୀ ସମୟରେ ଦୟାନିଧି ଭତ୍ରିଆ ମଧ୍ୟ ଅନୁରୂପ ଏତଲା ଦେଇଥିଲେ। ତେବେ ଏଏସ୍‌ଆଇ ବେହେରା ଏହି ମାମଲାରେ ତ୍ରିନାଥଙ୍କୁ ଚାରିଦିନ ଥାନାରେ ଅଟକ ରଖି ୨୦୧୯ ଜୁଲାଇ ୯ ତାରିଖରେ କୋର୍ଟ ଚାଲାଣ କରିଥିଲେ। ଜୁଲାଇ ୧୬ରେ ତ୍ରିନାଥ ଜାମିନରେ ଆସିବା ପରେ ସମ୍ପୃକ୍ତ ଏଏସ୍‌ଆଇ ୧୦ ହଜାର ଟଙ୍କା ଲାଞ୍ଚ ଦାବି କରି ଟଙ୍କା ନ ଦେଲେ ତାଙ୍କ ପରିବାରର ଅନ୍ୟ ସଦସ୍ୟମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବେ ବୋଲି ଧମକ ଦେଇଥିଲେ। ଏ ସମ୍ପର୍କରେ ତ୍ରିନାଥ ଭିଜିଲାନ୍ସ ବିଭାଗର ଦ୍ବାରସ୍ଥ ହୋଇଥିଲେ। ଯୋଜନା ମୁତାବକ ଲାଞ୍ଚ ନେଉଥିବାବେଳେ ଏଏସ୍‌ଆଇ ଭିଜିଲାନ୍ସ ହାତରେ ଧରାପଡ଼ି କୋର୍ଟ ଚାଲାଣ ହୋଇଥିଲେ। ତେବେ ଉପଯୁକ୍ତ ପ୍ରମାଣ ଅଭାବରୁ ଅଭିଯୁକ୍ତ ଏଏସ୍‌ଆଇ ନର୍ଦ୍ଦେଷରେ ଖଲାସ ହୋଇଛନ୍ତି। ଅଭିଯୁକ୍ତଙ୍କ ପକ୍ଷରୁ ଆଇନଜୀବୀ କ୍ଷିରୋଦ ପ୍ରସାଦ ନେଗୀ ମାମଲା ପରିଚାଳନା କରୁଥିଲେ |

ପ୍ୟାରିଲାଲ ଦୁର୍ଗା
କଳାହାଣ୍ଡି

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page