ଭୁବନେଶ୍ୱର ତା 30/03/26 ଶିକ୍ଷୟିତ୍ରୀ ଐସୂର୍ଯା ଲକ୍ଷ୍ମୀ ତ୍ରିପାଠୀଙ୍କ ସଂଯୋଜନା ଓ ଆବାହକ ଶିକ୍ଷାବିତ ବନମାଳୀ ସାହୁଙ୍କ ସଭାପତିତ୍ବ ସାଇ ବିନାୟକ ଶିଶୁ ମନ୍ଦିରର ସପ୍ତମ ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ଉଦଘାଟକ ଭାବେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସମାଜସେବୀ ଜଗନ୍ନାଥ ପ୍ରଧାନ, ମୁଖ୍ୟଅତିଥି ଭାବେ ପ୍ରାକ୍ତନ ପ୍ରଫେସର ଡ଼ ନୟନତାରା ଛୋଟରାୟ, ମୁଖ୍ୟବକ୍ତା ଭାବେ ଶିକ୍ଷାବିତ ଶଶଧର ନାୟକ, ପୂର୍ଣ୍ଣିମା ବେହେରା ଉପସ୍ଥିତ ରହିବା ସହ, ଶିକ୍ଷା ସହିତ ନୈତିକତା, ମାନବୀୟ ମୂଲ୍ୟବୋଧ ତଥା ପୁଜ୍ୟପୂଜା କୁ ପିଲାମାନେ ଅନୁପାଳନ କରନ୍ତୁ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ l

ପ୍ରାରମ୍ଭରେ ବିଦ୍ୟାର୍ଥୀଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରାଯାଇଥିଲା lପ୍ରଧାନ ଆଚାର୍ଯା ମମତା ସାହୁ ବାର୍ଷିକ ବିବରଣୀ ପାଠ କରିବା ସହିତ ଆଗକୁ ଉଚ୍ଚଶ୍ରେଣୀ ଖୋଲିବା ନେଇ ମତ ରଖିଥିଲେ l ଏହି ଅବସରରେ ପିଲାମାନଙ୍କ ଦ୍ୱାରା ଓଡିଶାର କଳା, ସଂସ୍କୃତି,ପରମ୍ପରା ଆଧାରିତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ଓ ପୁରସ୍କୃତ କରାଯାଇଥିଲା l ଶିକ୍ଷୟତ୍ରୀ ପ୍ରଭାତୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିବା ବେଳେ କାର୍ଯ୍ୟକ୍ରମ ପରିଚାଳନା ଓ ସହଯୋଗ କରିଥିଲେ ସୁପ୍ରିୟା, ଗୀତା, ଲିଜା, ସୋପ୍ନା ଗୁରୁମା ଓ ତପସ୍ୱିନୀ