ବାଲିଅନ୍ତା, ୨୧/୪/୨୬ (ଗୋବର୍ଦ୍ଧନ ଦାସ): ବାଲିଅନ୍ତା ବ୍ଲକ ଉମାଦେଇବ୍ରହ୍ମପୁର ଗ୍ରାମସ୍ଥିତ ମା’ ଟଙ୍କପାଣିଙ୍କ ପୀଠ ପରିସରରେ ଶ୍ରୀରାମ ମନ୍ଦିରର ୧୪ତମ ଜନ୍ମବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଗତ ୧୯ ତାରିଖରୁ ଆରମ୍ଭ ହୋଇଥିବା ଏହି ଚାରିଦିନିଆ ଧାର୍ମିକ କାର୍ଯ୍ୟକ୍ରମରେ ଅଙ୍କୁରାରୋପଣ, କଳସଯାତ୍ରା, ଯଜ୍ଞ ଆହୁତି, ମହାରୁଦ୍ରାଭିଷେକ ଓ ଚଣ୍ଡୀପାଠ ଆଦି ଶାସ୍ତ୍ରୀୟ ବିଧି ସମ୍ପନ୍ନ ହୋଇଛି।

ଯଜ୍ଞରେ କର୍ତ୍ତା ଭାବେ ଶିଶିର ଆଚାର୍ଯ୍ୟ ଓ ପୁଷ୍ପାଞ୍ଜଳି ଆଚାର୍ଯ୍ୟ ଦାୟିତ୍ୱ ନିର୍ବାହ କରିଥିଲେ। ପ୍ରତିଦିନ ସନ୍ଧ୍ୟା ପୂଜା, ଗୀତା ପାଠ ଓ ଭଜନ ସମାରୋହରେ ସମଗ୍ର ଅଞ୍ଚଳ ଭକ୍ତିମୟ ହୋଇଉଠିଥିଲା। ଭକ୍ତଙ୍କ ପାଇଁ ପ୍ରସାଦ ଶେବନର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ବେଳେ ଆସନ୍ତାକାଲି ଏହି ଉତ୍ସବ ଉଦ୍ଯାପିତ ହେବ।
ଗୋବର୍ଦ୍ଧନ ଦାସ, ବାଲିଅନ୍ତା