ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ତରଫରୁ ବିଶିଷ୍ଟ ନାଗରିକ ସଂଗୋଷ୍ଠୀ ସମ୍ମିଳନୀ ।

ଚିଲିକା,୨୭।୪:ଖୋର୍ଦ୍ଧା ଜୟୀ ରାଜଗୁରୁ ଟାଉନ ହଲ ଠାରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଶତାବ୍ଦୀ ବର୍ଷ ଅବସରରେ ଏକ ବିଶିଷ୍ଟ ନାଗରିକ ସଂଗୋଷ୍ଠୀ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା |ଏଥିରେ ସଙ୍ଘର ଓଡିଶା-ପୂର୍ବ ପ୍ରାନ୍ତର ସହକାର୍ଯ୍ୟବାହ ଇଂ ସୁଦର୍ଶନ ଦାସ ମୁଖ୍ୟ ବକ୍ତା ରୂପେ ସମସ୍ତଙ୍କୁ ପାଞ୍ଚ ପରିବର୍ତନ ସମ୍ପର୍କ ରେ ସୂଚନା ପ୍ରଦାନ କରିଥିଲେ ।ଭାରତକୁ ପରମ ବୈଭବ କରିବାକୁ ହେଲେ ପ୍ରଥମେ ସ୍ବଦେଶୀ ଜିନିଷ କିପରି ବ୍ୟବହାର ହେବ ତାସହ ନାଗରିକ କର୍ତ୍ତବ୍ୟ, ସମାଜପ୍ରତି କିଭଳି ଅନ୍ୟ ମାନଙ୍କ ପାଇଁ ପ୍ରେରଣାର ଉତ୍ସ ହେବା ସହ ଭବିଷ୍ୟତ ପିଢ଼ି ଏଥିରୁ ସାମାଜିକ କର୍ତ୍ତବ୍ୟ ମୂଲ୍ୟାୟନ ବୁଝିପାରିବେ ସେଥିପ୍ରତି ଦୃଷ୍ଟି ଦେବାକୁ ମଧ୍ୟ ଅନୁରୋଧ କରିଥିଲେ ।ଏଥିସହ କୁଟୁମ୍ବ ପ୍ରବୋଧନ ଏବଂ ଶେଷରେ ପରିବେଶ ସୁରକ୍ଷା ଦିଗରେ କିପରି ସମସ୍ତେ ମିଳିମିଶି କାମକରିବା ସେଥିପାଇଁ ମାର୍ଗଦର୍ଶନ ଦେଇଥିଲେ | କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା ଓ ଅଥିତି ପରିଚୟ ଖୋର୍ଦ୍ଧା ଜିଲ୍ଲା ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘର ଜିଲ୍ଲା କାର୍ଯ୍ୟବାହ ହୃଷିକେଶ ମଲ୍ଲିକ କରିଥିବା ବେଳେ ମଞ୍ଚାସିନ ଅଥିତି ରୂପରେ ଖୋର୍ଦ୍ଧା ଜିଲ୍ଲା ରାଷ୍ଟୀୟ ସ୍ୱୟଂସେବକ ସଙ୍ଘ ଜିଲ୍ଲା ସଂଘଚାଳକ ନିରଞ୍ଜନ ସାହୁ ଓ ଖୋର୍ଦ୍ଧା ଜିଲ୍ଲା ରାଷ୍ଟୀୟ ସ୍ୱୟଂସେବକ ସଙ୍ଘ ଜିଲ୍ଲା ସହ ସଂଘଚାଳକ ଲଳିତ ନାରାୟଣ ମହାପାତ୍ର ଉପସ୍ଥିତ ଥିଲେ |


କାର୍ଯ୍ୟକ୍ରମର ଅନ୍ତିମ ପର୍ଯ୍ୟାୟରେ ଆସିଥିବା ବିଶିଷ୍ଟ ବ୍ୟକ୍ତି ମାନଙ୍କ ଦ୍ୱାରା ପଚରାଯାଇଥିବା ପ୍ରଶ୍ନ ପାଇଁ ଏକ ପ୍ରଶ୍ନ ଉତ୍ତର ପର୍ଯ୍ୟାୟ ରଖାଯାଇଥିଲା | ଉକ୍ତ କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘର ଜିଲ୍ଲାର ବିଭିନ୍ନ ମଣ୍ଡଳରୁ ସ୍ୱୟଂସେବକ ଭାଇମାନେ ଉପସ୍ଥିତ ଥିଲେ ।ଏଥିସହ ସଙ୍ଘର ବିବିଧ କ୍ଷେତ୍ରର ବିଶ୍ଵହିନ୍ଦୁ ପରିଷଦ, ବଜରଙ୍ଗ ଦଳ, ଭାରତୀୟ ଜନତା ଦଳ, ହିନ୍ଦୁ ଜାଗରଣ ମଞ୍ଚ, ଭାରତୀୟ କିଷାନ ସଙ୍ଘ, ଭାରତୀୟ ମଜଦୁର ସଙ୍ଘ, ସେବା ଭାରତୀ,ବିଦ୍ୟା ଭାରତୀଙ୍କ ସହ ଅନ୍ୟାନ୍ୟ ସଙ୍ଘ ଚିନ୍ତାଧାରା ଓ ସଙ୍ଘ ପରିବାରର ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ | ଜିଲ୍ଲା ସ୍ତରୀୟ ବିଭିନ୍ନ ବରିଷ୍ଠ ନାଗରିକ ମଞ୍ଚ, ଵିଦ୍ଵାନ ମଣ୍ଡଳୀ, ପୂର୍ବ ସେନା ଅଧିକାରୀ ମଞ୍ଚ ପ୍ରମୁଖ ଅଂଶଗ୍ରହଣ କରିଥିଲେ | ଏବଂ କାର୍ଯ୍ୟକ୍ରମ ଶେଷରେ ଜିଲ୍ଲା ସଙ୍ଘଚାଳକ ଆସିଥିବା ସମସ୍ତ ଅତିଥିଙ୍କୁ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମ ସମାପ୍ତ କରିଥିଲା

ଦିଲ୍ଲୀପ କୁମାର ଶତପଥୀ
ଚିଲିକା ପ୍ରତିନିଧି

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page