ଚିଲିକା,୨୯।୪: ଅଜି ପୂର୍ବାହ୍ନରେ ବାଲୁଗାଁ ମହାବିଦ୍ୟାଳୟ ଶିକ୍ଷା ସମ୍ମାନ ବିଭାଗର ଯୁକ୍ତ ତିନି ଶେଷବର୍ଷ ଶିକ୍ଷାର୍ଥୀଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି ।ଏଥିରେ ଶିକ୍ଷା ବିଭାଗ ମୁଖ୍ୟ ତଥା କଲେଜ ଅଧ୍ୟକ୍ଷ ଡ. ଲକ୍ଷ୍ମୀଧର ସୁବୁଦ୍ଧି ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ ।ମୁଖ୍ୟ ଅତିଥି ଭାବେ +୨ ଅଧ୍ୟକ୍ଷ ସୁବାସ ଶ୍ରୀଚନ୍ଦନ ଯୋଗଦେଇ ଶିକ୍ଷାର୍ଥୀମାନଙ୍କୁ ଜୀବନର ଲକ୍ଷ୍ୟ ପ୍ରାପ୍ତି ଦିଗରେ କାର୍ଯ୍ୟ କରିବା ନିମନ୍ତେ ପରାମର୍ଶ ଦେଇଥିଲେ ।ସମ୍ମାନିତ ଅତିଥି ଭାବେ ଦର୍ଶନ ବିଭାଗ ମୁଖ୍ୟ କୈଳାସଚନ୍ଦ୍ର ମହାରଣା ଓ ମହାବିଦ୍ୟାଳୟର ମୁଖ୍ୟ କିରାଣି ସୁଧାକର ନାୟକ
ପ୍ରମୁଖ ଯୋଗଦେଇ ଶିକ୍ଷା ମାଧ୍ୟମରେ ବ୍ୟକ୍ତିତ୍ୱର ସର୍ବାଙ୍ଗୀନ ବିକାଶ ନିମନ୍ତେ ପ୍ରତ୍ୟେକ ଶିକ୍ଷାର୍ଥୀ ପ୍ରଚେଷ୍ଟା କରିବା ଆବଶ୍ୟକ ବୋଲି ମତ ପ୍ରକାଶ କରିଥିଲେ । ବିଦାୟୀ ଶିକ୍ଷାର୍ଥୀମାନେ ନିଜର ଅଭିଭାଷଣ ସହ ପ୍ରଥମ ଓ ଦ୍ବିତୀୟ ବ୍ୟାଚ୍ର ଶିକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଥିଲେ ।କାର୍ଯ୍ୟକ୍ରମକୁ ଅଧ୍ୟାପିକା ସ୍ବାତୀ ସ୍ବାଗତିକା ସାହୁ ପରିଚାଳନା କରିଥିବା ବେଳେ ଅଧ୍ୟାପିକା କୀର୍ତ୍ତିମୟୀ ବାରିକ ଏବଂ ପ୍ରିୟମ୍ବଦା ମହାପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ସମସ୍ତ ଛାତ୍ରଛାତ୍ରୀ ସହଯୋଗ କରିଥିଲେ ।

ଦିଲ୍ଲୀପ କୁମାର ଶତପଥୀ
ଚିଲିକା ପ୍ରତିନିଧି