L P G ଏବଂ ତୈଳ ଆଶଙ୍କା ଦୂର କଲେ କେନ୍ଦ୍ରମନ୍ତ୍ରୀ ହରଦୀପ୍ ସିଂ

ଉତ୍କଳ ବୁଲେଟିନ, 16/5:ଦେଶରେ ତୈଳ ଏବଂ ଗ୍ୟାସ୍‌ ସମସ୍ୟା ଦିନକୁ ଦିନ ଜନସାଧାରଣଙ୍କ ଉପରେ ଅଭାବ ପରିଲିକ୍ଷିତ ହେଉଛ, ଲୋକମାନେ ନାହିଁ ନଥିବା ସମସ୍ୟା ଭିତରେ ଗତି କରୁଛନ୍ତି । ତେଲ ସମସ୍ୟା ଯୋଗୁଁ ନିତ୍ୟ ସାମଗ୍ରୀ ହୁ ହୁ ବଢି ଚାଲିଛି, ଅର୍ନ୍ତଜାତୀୟ ବଜାରରେ ଅଶୋଧିତ ତୈଳ ବଜାରରେ ବ୍ୟାରେଲ ପିଛା ୧୧୦ ଡଲାର ପାରକଲାଣି । ସୁନା ଦର ମଧ୍ୟ ପୁଣି ଥରେ ଭୁବନେଶ୍ବରରେ ୧୦ଗ୍ରାମ୍ କିଛି ୧ଲକ୍ଷ ୫୧ ହଜାର ପାଖାପାଖି ହେଲାଣି, ଯଦି ଆଗାମୀ ଦିନରେ ଏହି ଭଳି ପରିସ୍ଥିତ ବଜାୟୀ ରୁହେ ତାହାହେଲେ ପରିସ୍ଥିତିକୁ ସମ୍ଭାଳିବା କଷ୍ଟକର ହୋଇ ପଡିବ । ଏହାରି ଭିତରେ ଖୁସି ଯେ କେନ୍ଦ୍ର ତୈଳ ଓ ଗ୍ୟାସ୍‌ ମନ୍ତ୍ରୀ ହରଦୀପ୍ ସିଂ ଆଶଙ୍କାକୁ ଦୂରକରି କହିଛିନ୍ତି ଦେଶବାସୀ ଙ୍କ ଉଦ୍ଦେଶ୍ୟରେ ସାନ୍ତ୍ଵନା ଦେଇଛନ୍ତି ଯେ, କିଛି ଭୟଭିତ ହବାର ଅବଶ୍ୟକତା ନାହିଁ, ବିଦେଶୀ ମୁଦ୍ରା ସଞ୍ଚୟ ପାଇଁ ପ୍ରଧାନମନ୍ତ୍ରୀଙ୍କ ପରାର୍ମଶ ହ୍ରାସ କରାଯାଉ, ପେଟ୍ରୋଲ ଓ ଡିଜେଲ ବ୍ୟବହାର କମ୍ କରିବା ପାଇଁ, ପ୍ରଧାନମନ୍ତ୍ରୀ ପାରାର୍ମଶ ପରେ ଲୋକମାନେ ଚିନ୍ତତ ଅଛନ୍ତି । କିନ୍ତୁ ଆଗାମୀ ଦିନରେ ତୈଳ ଓ ଗ୍ୟାସ୍‌ ର ଅଭାବ ନାହିଁ,ଇନ୍ଧନ ରନ୍ଧନ ଗ୍ୟାସ୍‌ ଯୋଗାଣ ରେ ସ୍ଵାଦ୍ଭାବିକ ଅଛି। ଆମ ପାଖରେ ୬୯ ଦିନ ପାଇଁ ଗଚ୍ଛିତ ଅଛି ଅଶୋଧିତ ତୈଳ,ଏହା ୪୫ ଦିନ ପାଇଁ ଦେଶର ଆବଶ୍ୟକତା କୁ ପୂରଣ କରିବାରେ ସହାୟକ ହୋଇପାରିବ ।

ପ୍ରିୟବ୍ରତ ବାରିକ ଙ୍କ ରିପୋର୍ଟ (ଉତ୍କଳ ବୁଲେଟିନ୍‌)

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page