ସ୍ୱର୍ଣ୍ଣକାର ସଂଘ ପାଳନ କଲେ ବିଶ୍ଵ ତମାଖୁ ବର୍ଜନ ଦିବସ

ବାଲିଅନ୍ତା,୩୧|୫(ଗୋବର୍ଦ୍ଧନ ଦାସ):ଭୁବନେଶ୍ୱର ସ୍ୱର୍ଣ୍ଣକାର ସଂଘ ପକ୍ଷରୁ ଶାନ୍ତିସ୍ତୁପ ଧଉଳିରେ “ବିଶ୍ଵ ତମାଖୁ ବର୍ଜନ ଦିବସ” ପାଳନ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଧଉଳି ଥାନା ଅଧିକାରୀ ସ୍ମୃତି ରଞ୍ଜନ ମହାନ୍ତି, ଏସ. ଆଇ ପ୍ରବୀର ଲେଙ୍କା ଓ ସମାଜ ସେବୀ ମଦମୁକ୍ତ ବାହିନୀର କାର୍ଯ୍ୟକର୍ତା ଅରୁଣ ସାମନ୍ତରାୟ ଯୋଗଦେଇ ଥିଲେ l ଏହି ପରିପ୍ରେକ୍ଷୀରେ ସଙ୍ଘ ପକ୍ଷରୁ ଏକ ଜନସଚେତନ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା l  ନିଶା ମୁକ୍ତ ଭାରତ ଗଠନର ଶପଥ ପାଠ ଜନସଚେତନ କରିବା ସହ ଜୀବନକୁ ନିଶାଠାରୁ ଦୁରେଇ ରହିବାକୁ ଆହ୍ୱାନ ଦେଇଥିଲେ l ଏଥିସହ ବୃକ୍ଷରୋପଣ, ସ୍ୱଚ୍ଛତା କାର୍ଯ୍ୟକ୍ରମ କରାଯାଇଥିଲା l ଏଥିରେ ଭୁବନେଶ୍ୱର ପ୍ରାୟ ୫0 ରୁ ଉର୍ଦ୍ଧ ସ୍ୱର୍ଣକାର ମାନେ ଯୋଗଦେଇଥିଲେ l ସଂଘର ସଭାପତି ବାଳକୃଷ୍ଣ ସାହୁ , ସମ୍ପାଦକ ଡମ୍ଭରୁ ଧର ମାଝୀ ଙ୍କ ନେତୃତ୍ୱ ରେ କାର୍ଯ୍ୟକ୍ରମ ହୋଇଥିଲା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ସାମ୍ବାଦିକ ଜ୍ଞାନ ରଞ୍ଜନ ସାଥୁଆ l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page