ପିସିସି ସଭାପତିଙ୍କୁ ସମ୍ବର୍ଦ୍ଧନା

ବାଲିଅନ୍ତା,୩୧|୫(ଗୋବର୍ଦ୍ଧନ ଦାସ):ଘର ବାହୁଡ଼ିଲେ ପିପିଲି ନିର୍ବାଚନମଣ୍ଡଳୀ କଂଗ୍ରେସର ଜଣାଶୁଣା ରାଜନେତା ସ୍ବର୍ଗତଃ ଯୁଧିଷ୍ଠିର ସାମନ୍ତରାୟଙ୍କ ପୁଅ ପ୍ରିୟବ୍ରତ ଓରଫ ରାଜା l ବାପା ସ୍ବର୍ଗତଃ ସାମନ୍ତରାୟ ପୂର୍ବରୁ କଂଗ୍ରେସର ଜଣେ ତୁଙ୍ଗ ନେତା ଥିବାବେଳେ ଗତ ନିର୍ବାଚନରେ ବାପା ଓ ପୁଅ ବିଜେଡିରେ ଯୋଗଦେଇଥିଲେ l ମାତ୍ର ପୁଅ ରାଜା ଆଜି ପୁଣି ଶତାଧିକ ସମର୍ଥକଙ୍କ ସହ ଘର ବାହୁଡ଼ିଛନ୍ତି l ବହୁ ପୁରାତ୍ତନ କଂଗ୍ରେସ ଦଳକୁ ଆଶା ପ୍ରକଟ କରି ପୁଣି ଆପଣାଇଛନ୍ତି ରାଜା l ଏନେଇ ଆଜି ଏହି ମିଶ୍ରଣ ପର୍ବରେ ଉତ୍ତରା ଛକରେ ଏକ ମୋଟର ସାଇକଲ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା l ସେଠାରେ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭକ୍ତ ଚରଣ ଦାସ, ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ଉତରାୟ, ସତ୍ୟବ୍ରତ ପାତ୍ର ପ୍ରମୁଖ ଯୋଗଦେଇଥିଲେ l ଏହି ଅବସରରେ ବାଲିଅନ୍ତା ବ୍ଲକ କଂଗ୍ରେସ ପକ୍ଷରୁ ସଭାପତି ଜନ୍ମେଜୟ ସ୍ୱାଇଁ, ବରିଷ୍ଠ କଂଗ୍ରେସ ନେତା ବେଣୁଧର ଭୋଇ, ନାରାୟଣ ସାହୁ,ଅକ୍ଷୟ ମୁଦୁଲୀ, ସେବାଦଳ କର୍ମୀ, ଇଁ. ପ୍ରଭାସ ବାରିକ ପ୍ରମୁଖ ଯୋଗଦେଇ ସେମାନଙ୍କୁ ସମ୍ବର୍ଦ୍ଧନା ଦେବାସହ ଦଳରେ ନୂତନ ଭାବେ ଯୋଗଦେଉଥିବା ଯୁବନେତା ରାଜାକୁ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page