ନଦୀ ଆନ୍ଦୋଳନକାରୀ ମାନେ ଗଙ୍ଗୁଆ କୂଳରେ ପାଳିଲେ ବିଶ୍ୱ ପରିବେଶ ଦିବସ lଗଙ୍ଗୁଆ ଓ ଦାୟlର ସୁରକ୍ଷା ପାଇଁ ଦେଲେ ଆହ୍ୱାନ l

ପରିବେଶ ସୁରକ୍ଷା ପାଇଁ ଗଛ ମଧ୍ୟ ଲଗାଇଲେ l
ଭୁବନେଶ୍ୱର ତା 5 l 6 l ବିଶ୍ୱ ପରିବେଶ ଦିବସ ଅବସରେ ନଦୀ ଆନ୍ଦୋଳନକାରୀ ମାନେ ଆଜି ଗଙ୍ଗୁଆ କୂଳରେ ଏକତ୍ରିତ ହୋଉ ଗଙ୍ଗୁଆକୁ ନଦୀର ମାନ୍ୟତା ଦାବି କରିବା ସହିତ ଏହାର ପୁନଃରୁଦ୍ଧାର ପାଇଁ ସରକାରଙ୍କ ପ୍ରୟାସ କୁ ସମର୍ଥନ ଜଣାଇଛନ୍ତି l କିନ୍ତୁ ଗୋଟିଏ ନଦୀର ସୌନ୍ଦର୍ଯ୍ୟ ହେଉଛି ତାର ଜଳ ଧାର ବା ପ୍ରବାହ l ସରକାର ଗଙ୍ଗୁଆ କୂଳରେ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ପ୍ରତି ଗୁତୁତ୍ୱ ଦେଇ ଅଜସ୍ର ଅର୍ଥ ଖର୍ଚ କରିବା ବଦଳରେ ଗଙ୍ଗୁଆରେ କେମିତି ପୂର୍ବପରି ପାଣି ପ୍ରବାହିତ ହେବ ସେଥିପାଇଁ ଗୁରୁତ୍ୱ ଦେବାକୁ ସେମାନେ ଦାବି କରିଥିଲେ l ଗଙ୍ଗୁଆ ଜମିକୁ ଯେଉଁମାନେ ଜବରଦଖଲ କରି ରଖିଛନ୍ତି ସେମାନଂକୁ ସେଥିରୁ ହଟାଇବା ସହିତ ଏହାକୁ ପ୍ରଦୂଷଣ କରୁଥିବା ସଂସ୍ଥା ଓ ବ୍ୟକ୍ତି ବିଶେଷଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସେମାନେ ଦାବି କରିଛନ୍ତି l ଆଜି ପୂର୍ବାହ୍ନ 8 ଘଟିକା ସମୟରେ ଆଞ୍ଚଳିକ ବିକାଶ ପରିଷଦ ତରଫରୁ ଏକ ପଦଯାତ୍ରା ଧଉଳି ଛକରୁ ବାହାରି ଧଉଳି ବସ ଷ୍ଟାଣ୍ଡ ପର୍ଯ୍ୟନ୍ତ ଯାଇଥିଲା l ସେଠାରେ ପହଂଚିବା ପରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସ୍ଥାନୀୟ ଲୋକମାନେ ସାମିଲ ହୋଇଥିଲେ l ଆଞ୍ଚଳିକ ବିକାଶ ପରିଷଦର ସଭାପତି ବୃନ୍ଦାବନ ସାହୁ, ଉପସଭାପତି କବି ଅକ୍ଷୟ ସ୍ୱାଇଁ, ସମ୍ପାଦକ ଅରୁଣ ପୁରୋହିତ, ବରିଷ୍ଠ ସଦସ୍ୟ ଲକ୍ଷ୍ମୀଧର ପ୍ରଧାନ, ଧଉଳି ସରପଞ୍ଚ ଚନ୍ଦନ ମଲ୍ଲିକ, ପୂର୍ଣଚନ୍ଦ୍ର ସ୍ୱାଇଁ, ପ୍ରଶାନ୍ତ ମିଶ୍ର ପ୍ରମୁଖ ଏହାର ନେରୁତ୍ବ ନେଇଥିଲେ l ଏଥିରେ ମହାନଦୀ ବଞ୍ଚାଓ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ, ବରିଷ୍ଠ ସଭ୍ୟ ଗିରିଜା ଶଙ୍କର ଦାସ, ପ୍ରବକ୍ତା ପ୍ରସନ୍ନ ବିଶୋଇ ପ୍ରମୁଖ ଯୋଗ ଦେଇଥିଲେ l ବୃକ୍ଷ ରୋପଣ ପରେ ସେମାନେ ଗଙ୍ଗୁଆ ନଦୀ କୂଳକୁ ଯାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ l ଗଙ୍ଗୁଆ କୁ ନାଳ ପରିବର୍ତ୍ତେ ଏହାର ପୂର୍ବର ନାମ ଗନ୍ଧବତୀ ନଦୀ ଭାବରେ ଘୋଷଣା କରିବାକୁ ସେମାନେ ସରକାରଙ୍କ ନିକଟରେ ଦାବି କରିଥିଲେ l ଗଙ୍ଗୁଆ ନଦୀର ସୌନ୍ଦର୍ଯ୍ୟ ହେଉଛି ତାର ପାଣି ଏବଂ ସେଇଥିପାଇଁ ଏହାର ଉତ୍ପତି ସ୍ଥଳରୁ ଦୟାରେ ମିଶିବା ପର୍ଯ୍ୟନ୍ତ ଏହାର ଅବବାହିକାକୁ ସୁସ୍ଥ ରଖିବା ପାଇଁ ସେମାନେ ଦାବି କରିଥିଲେ l ଗଙ୍ଗୁଆ ପାଇଁ ଦୟା ଆଜି ବିଷାକ୍ତ ଏବଂ ଚିଲିକା ମଧ୍ୟ l ତେଣୁ ସରକାର ଏଥିପାଇଁ ଯେଉଁ ମାଷ୍ଟର ପ୍ଲାନ କରିଛନ୍ତି ସେଥିରେ ଦୟା ନଦୀକୁ ମଧ୍ୟ ସାମିଲ କରିବା ଉଚିତ ବୋଲି କହିଥିଲେ l ଖୁବ ଶୀଘ୍ର ଗଙ୍ଗୁଆ ଓ ଦୟା ବଞ୍ଚାଓ ସମ୍ମିଳନୀ ଆୟୋଜିତ ହେବା ସହିତ ଗଙ୍ଗୁଆ କୂଳେ କୂଳେ ଏକ ପଦଯାତ୍ରା ଆୟୋଜନ କରାଯିବ ବୋଲି ମହାନଦୀ ବଞ୍ଚାଓ ଆନ୍ଦୋଳନ ର ଆବାହକ ଶ୍ରୀ ସୁଦର୍ଶନ ଦାସ କହିଛନ୍ତି l

ପ୍ରସନ୍ନ ବିଶୋଇ
ପ୍ରବକ୍ତା, ମହାନଦୀ ବଞ୍ଚାଓ ଆନ୍ଦୋଳନ

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page