ଭୂବନେଶ୍ୱର/ ବାଲିଅନ୍ତା, ୨୬।୫: ବାଲିଅନ୍ତା ମବ୍ ଲିଚିଙ୍ଗ୍ ଘଟଣା ଏବେ ବି ଓଡ଼ିଶାର ଚାରିଆଡ଼େ ଚର୍ଚ୍ଚା ହେଉଛି,ଚର୍ଚ୍ଚା ହେବାର କାରଣ ହେଲା,ଏ ଘଟଣା ଏତେ ବିଭତ୍ସ ଥିଲା ଯେ, ଦେଖିବା ତ ଦୁରର କଥା, କେହି ଯଦି ବର୍ଣ୍ଣନ୍ନା ବି କରୁଥାଏ, ସୌମ୍ୟରଞନ ସ୍ଵାଇଁ ଙ୍କୁ କିଛି ଲୋକ ହତ୍ୟା କଲେ ତାହା ଶୁଣିବା ମଧ୍ୟ କଷ୍ଠ ହେବ । ଏହାରି ଭିତରେ ୧୮ ଦିନ ବିତିଗଲାଣି ଏବଂ ଅଚାନକ ରାଜ୍ୟ ସରକାର ପୋଲିସ ବିଭାଗ ର ବିଶିଷ୍ଟ l P S ଅଫିସର ଦୟାଲ ଗଙ୍ଗୱ୍ୱାର ଙ୍କୁ ଟ୍ରାନ୍ସଫର୍ କରିଛନ୍ତି ହୋମ ଡିପାଟମେଣ୍ଟ କୁ । ଦୟାଲ ଗଙ୍ଗୱ୍ୱାର ଜଣେ ଦକ୍ଷ I P S ଅଫିସର ଏବଂ ସେ ପୋଲିସର communication ଦାୟିତ୍ଵରେ ଥିଲେ । ଆଡିସ୍ନାଲ DGP ତାଙ୍କୁ ଗୃହ ବିଭାଗକୁ ବଦଳି କରିଛନ୍ତି । ସରକାର କେଉଁ କାରଣ ପାଇଁ ତାଙ୍କୁ ବଦଳି କରିଲେ ତାହା ଜଣାଇ ନାହିଁ।ନ୍ତି । କିନ୍ତୁ ଚାରିଆଡେ ଚର୍ଚ୍ଚା ହେଉଛି, ସୌମ୍ୟ ହତ୍ୟା ପରେ ତାଙ୍କ ମାଆ ଆଗରୁ ଅଭିଯୋଗ କରିଆସୁଥିଲେ, ମୋ ପୁଅ ମାନସିକ ଚାପରେ ରହୁଛି ADG ସର୍ ମୋ ପୁଅ କୁ ମାନସିଜ ନିର୍ଯ୍ୟାତନା ଦେଉଛନ୍ତି। ଦୟାଲ ଗଙ୍ଗୱ୍ଵାର ଙ୍କ କୌଣସି ନା କୌଣସି ଘଟଣା ପଛରେ ପରୋକ୍ଷ ଭାବରେ ସଂପର୍କ ଅଛି । ଅଭିଯୋଗ ହେବାରୁ ସରକାର ଏହି ପଦକ୍ଷପ ନେଇଛନ୍ତି। ସୌମ୍ୟ ଙ୍କ ମାଆଙ୍କ ଅଭିଯୋଗ ADG ଦୟାଲ ଗଙ୍ଗୱ୍ୱାର ଙ୍କ ଘରେ ସୌମ୍ୟ ଙ୍କୁ ନିଯୁକ୍ତି କରାଯାଇଥିଲା ।

ସୌମ୍ୟ ସେଠାରେ ଗଙ୍ଗୱ।ର ତାଙ୍କ ନିଜ ବ୍ୟକ୍ତିଗତ କାମ କରାଉଥିଲେ, ତାଙ୍କୁ ମସାଜ କରାଇବା, ତାଙ୍କ ଗୋଡ଼ ମୋଡି ଦେବା, ବ୍ୟକ୍ତିଗତ ଜିମ୍ ର ଦେଖାଶୁଣା କରିବା ଏମିତ ଇତ୍ୟାଦି ଇତ୍ୟାଦି ?ଯାହା କି ଏହି ସବୁ କାର୍ଯ୍ୟ ସୌମ୍ୟରଞନ ଅମଙ୍ଗ ଥିଲେ । ଦୟାଲ ଗଙ୍ଗୱ୍ଵାର ତାଙ୍କ ଉପରେ ଚାପ ସୃଷ୍ଟି କରଉଥିଲେ, ଯାହାକି ସୌମ୍ୟ ଙ୍କ ଉପରେ ମାନସିକ ଚାପ ପଡ଼ୁଥିଲା । ସୌମ୍ୟ ଙ୍କ ମାଆ ଙ୍କ ଅଭିଯୋଗ ପରେ ବୋଧେ ସରକାର ଦୟାଲ ଗଙ୍ଗୱ୍ଵାର ଙ୍କୁ ବଦଳି କରିଛନ୍ତି। କିନ୍ତୁ ଏଠି ପ୍ରଶ୍ନ ଉଠୁଛି କେବଳ ଗଙ୍ଗୱ।ର ଙ୍କ ଘରେ ସୌମ୍ୟ କାମ କରୁଥିଲେ ନା ଆଉ କେଉଁ ବଡ ବଡ ଅଫିସର ମାନଙ୍କ ଘରେ ଅନ୍ୟ ତଳ କର୍ମଚାରି ମାନେ ନିୟୋଜିତ ଅଛନ୍ତି। ସରକାର ଖାଲି ଟ୍ରାନ୍ସଫର କରିଦେଲେ ନିଜ ଦାୟିତ୍ଵ ଖସେଇ ଦେଲେ ହବନି ନା?ଏ ଘଟଣା ପ୍ରମାଣ କରୁଛି ଶାସନ ବ୍ୟବସ୍ଥାର ବଡ ବଡ ପଦବୀରେ ଯେଉଁ ମାନେ ସରକାରୀ କର୍ମଚାରୀ ଅଛନ୍ତି, ଏବଂ ନେତା ମାନେ ଅଛନ୍ତି, ଯେଉଁ ମାନେ ସରକାରରେ ଅଛନ୍ତି, ଶାସନ କଳକୁ ଚଳଉଛନ୍ତି, ସେମାନଙ୍କ ଘରେ ଏହି ଭଳି କେତେ ତଳ ସ୍ତରର କର୍ମଚାରୀ ମାନଙ୍କୁ ନେଇ ନିଜର ବ୍ୟକ୍ତିଗତ କାମ କରଉଛନ୍ତି। ସାରା ଓଡିଶାରେ ବଡ ବଡ ନେତା ଏବଂ ବଡ ବଡ ପଦବୀ ଆଫିସର ଙ୍କ ଏହି ଭଳି କାହାଣୀ ଆଗରୁ ନଜିର ଅଛି । ସୌମ୍ୟରଞନ ଙ୍କ ବାମ ଙ୍କ ଦାବୀ ଖାଲି ବଦଳି କରିଦେଲେ ହବନି, ADGଦୟାଲ ଗଙ୍ଗୱ୍ଵାର ଙ୍କୁ ଚାକିରୀରୁ ବହିଷ୍କାର କରାଯାଉ। ସୌମ୍ୟ ଙ୍କ ମାମୁଁଙ୍କ ଦାବୀ ତାଙ୍କୁ ତଦନ୍ତ ପରିସର ଭୁକ୍ତ କରାଯାଉ । ସରକାର ଖାଲି ଟ୍ରାନ୍ସଫର୍ କରିଦେଲେ ହବନି ତ? ନା କଣ ପ୍ରମାଣ କରୁଛି, ଯେ ଓଡିଶାର ଶାସନ ବ୍ୟବସ୍ଥାରେ ବଡ ବଡ ସରକାରୀ ପଦବୀରେ କର୍ମଚାରୀ ଅଛନ୍ତି ଏବଂ ନେତା ମାନେ ଅଛନ୍ତି, ସେମାନେ କଣ ଅଫିସର ଏବଂ ନେତାଙ୍କର ବ୍ୟକ୍ତିଗତ କାମରେ ନିୟୋଜିତ ହେବ ପାଇଁ ସରକାରୀ ଚାକିରୀ କରିଛନ୍ତି ?
ପ୍ରିୟବ୍ରତ ବାରିକ,ଉତ୍କଳ ବୁଲେଟିନ୍ ।