ଝରଣେଶ୍ୱର ପୀଠରେ ଜାଗର ଯାତ୍ରା ପାଳିତ

ଭୁବନ, ୧୬.୨.୨୦୨୬: ସାରା ଦେଶରେ ଧୂମଧାମରେ ଦେବାଦିଦେବ ମହାଦେବଙ୍କ ପବିତ୍ର ଜାଗର ବା ମହାଶିବରାତ୍ରୀ ପାଳିତ ହୋଇଯାଇଛି । ଏହି ଅବସରରେ ଭୁବନ ବ୍ଲକ ଅନ୍ତର୍ଗତ ଓଡ଼ିଶ ଗ୍ରାମପଂଚାୟତରେ ମଧ୍ୟ ଅନୁରୂପ ଦୃଶ୍ୟ ଦେଖିବାକୁ ମିଳିଛି । ଓଡ଼ିଶ ଗ୍ରାମର ଶ୍ରୀ ଶ୍ରୀ ଝରେଶ୍ୱର ମହାଦେବଙ୍କ ମନ୍ଦିରରେ ଖୁବ୍ ଧୂମଧାମ ସହକାରେ ପାଳିତ ହୋଇଯାଇଛି ଜାଗର ଯାତ୍ରା । ଶହ ଶହ ଭକ୍ତଙ୍କ ସମାଗମରେ ମନ୍ଦିର ପରିସର ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହେବା ସହ ଭକ୍ତମାନେ… Continue reading ଝରଣେଶ୍ୱର ପୀଠରେ ଜାଗର ଯାତ୍ରା ପାଳିତ

ବିଶ୍ୱକବି ରବିନ୍ଦ୍ରନାଥ ଟାଗୋର ସମ୍ମାନ ପାଇବେ ଡ. ଇତି ସାମନ୍ତ

ଭୁବନେଶ୍ୱର: ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ “ଗୀତାଞ୍ଜଳୀ’ ପକ୍ଷରୁ ଚଳିତ ମାସ ୧୯ ତାରିଖ ସନ୍ଧ୍ୟାରେ ଜୟଦେବ ଭବନ ଠାରେ ବେଙ୍ଗଲୀ ଓ ହିନ୍ଦୀର ସଙ୍ଗୀତ ସନ୍ଧ୍ୟା ସହିତ ଓଡ଼ିଶାର କଳା, ସଂସ୍କୃତି କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ଉକ୍ତ କାର୍ଯ୍ୟକ୍ରମରେ କାଦମ୍ବିନୀ ଓ କୁନିକଥାର ସମ୍ପାଦିକା, ଲେଖିକା ଡ. ଇତି ସାମନ୍ତଙ୍କୁ “ବିଶ୍ୱକବି ରବୀନ୍ଦ୍ର ନାଥ ଟାଗୋର ସମ୍ମାନ ୨୦୨୬’ ପ୍ରଦାନ କରାଯିବା ନେଇ ଅନୁଷ୍ଠାନର ସାଧାରଣ ସମ୍ପାଦକ ତପନ କୁମାର… Continue reading ବିଶ୍ୱକବି ରବିନ୍ଦ୍ରନାଥ ଟାଗୋର ସମ୍ମାନ ପାଇବେ ଡ. ଇତି ସାମନ୍ତ

ଜାମୁତୋଟା ବିବେକାନନ୍ଦ ପବ୍ଲିକ ସ୍କୁଲର ୧୬ ତମ ବାର୍ଷିକ ଉତ୍ସବ

ବାଲିଅନ୍ତା: ବିଦ୍ୟା ରୂପକ ଜ୍ଞାନର ଭଣ୍ଡାର ମଧ୍ୟରେ ତୁମେମାନେ ଜଣେ ଜଣେ କ୍ଷୁଦ୍ର କଣିକା ସଦୃଶ୍ୟ l ତେଣୁ ସର୍ବଦା ନିଜେ ନମ୍ର ରହିବା ସହ ସଂସ୍କାରି ହେବାପାଇଁ ଚେଷ୍ଟାକଲେ ଭବିଷ୍ୟତ ଉଜ୍ବଳମୟ ହେବ ବୋଲି ଆଜି ବାଳକାଟି ଜାମୁତୋଟା ସ୍ଥିତ ବିବେକାନନ୍ଦ ପବ୍ଲିକ ସ୍କୁଲର ୧୬ ତମ ବାର୍ଷିକ ଉତ୍ସବରେ ଯୋଗଦେଇଥିବା ଅତିଥିମାନେ ମତବ୍ୟକ୍ତ କରିଥିଲେ l ବିଦ୍ୟାଳୟ ସମ୍ପାଦକ ଅଭିରାମ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୂଖ୍ୟ ଅତିଥିଭାବେ ବ୍ଲକ ଶିକ୍ଷାଧିକାରୀ ଭକ୍ତବତ୍ସଳ… Continue reading ଜାମୁତୋଟା ବିବେକାନନ୍ଦ ପବ୍ଲିକ ସ୍କୁଲର ୧୬ ତମ ବାର୍ଷିକ ଉତ୍ସବ

ବଙ୍ଗଳା ଚଳଚ୍ଚିତ୍ର “ଆଗୁନ୍” ରେ ଓଡ଼ିଆ ପୁଅ ଗୁଲଜାର୍

ବାଲିପାଟଣା: ଇତିମଧ୍ୟରେ ଏକାଧିକ କ୍ଷୁଦ୍ର ଓ ପ୍ରାମାଣିକ ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ସହ ଅଭିନୟ କରି ଜାତୀୟ ତଥା ଆନ୍ତର୍ଜାତୀୟ ପୁରସ୍କାର ସହ ଅନେକ ପୁରସ୍କାର ଲାଭ କରିପାରିଛନ୍ତି ନୁଆ ମଠ, ସାହେବ ନଗର, ବାଲିପାଟଣା ନିବାସୀ ପିତା ଶେଖ୍ ସିଦ୍ଦିକି ଓ ମାତା ଫାତମା ବିବିଙ୍କ ପୁଅ ଶେଖ୍ ଗୁଲଜାର୍ ହୁସେନ୍। ବଙ୍ଗଳା ଚଳଚ୍ଚିତ୍ର ଜଗତର ଖ୍ୟାତନାମା ନିର୍ଦ୍ଦେଶକ ରାହୁଲ ଶାହାଙ୍କ ନିର୍ଦ୍ଦେଶନାରେ ୨୦୨୨ ମସିହାରେ ନିର୍ମିତ ବଙ୍ଗଳା ଚଳଚ୍ଚିତ୍ର “ମୋମୋ ଦି ଗେମ୍ ଅଫ୍ ଡେଟଥ୍”… Continue reading ବଙ୍ଗଳା ଚଳଚ୍ଚିତ୍ର “ଆଗୁନ୍” ରେ ଓଡ଼ିଆ ପୁଅ ଗୁଲଜାର୍

ମହାଶିବରାତ୍ରୀ ତଥା ଜାଗର ଉପଲକ୍ଷେ ମନ୍ଦିର ସଫେଇ କାର୍ଯ୍ୟକ୍ରମ

ଭୁବନ: ସାମାଜିକ ଅନୁଷ୍ଠାନ ପକ୍ଷରୁ ଗ୍ରାମ ସଫେଇ ଅଭିଯାନ ଚାଲୁରହିଥିବାବେଳେ ଓଡ଼ିଶ ଗ୍ରାମରେ ଅନୁରୂପ ଭାବେ ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ଅନୁଷ୍ଠିତ ହୋଇଥିଲା ମନ୍ଦିର ସଫେଇ କାର୍ଯ୍ୟକ୍ରମ। ଏହି ସଫେଇ ଅଭିଯାନ ଅବସରରେ ଓଡ଼ିଶ ଗ୍ରାମର ଆରାଧଧ୍ୟା ଦେବୀ ମା’ ଚର୍ଚ୍ଚିକାଙ୍କ ପୀଠ ସଫେଇ କରାଯାଇଥିବା ଦେଖିବାକୁ ମିଳିଛି। ଗ୍ରାମରେ ଥିବା ଉତ୍କଳ ବୁଲେଟିନ୍ ର ସମସ୍ତ ସ୍ୱେଚ୍ଛାସେବୀମାନେ ଏକତ୍ରିତ ହୋଇ ମା’ ଚର୍ଚ୍ଚିକା ପୀଠ ଏବଂ ଶିବ ମନ୍ଦିର ଏବଂ ଅନ୍ୟ ମନ୍ଦିରର… Continue reading ମହାଶିବରାତ୍ରୀ ତଥା ଜାଗର ଉପଲକ୍ଷେ ମନ୍ଦିର ସଫେଇ କାର୍ଯ୍ୟକ୍ରମ

ସଶକ୍ତ ଓଡିଶା ପକ୍ଷରୁ ମହିଳା ସଶକ୍ତିକରଣ ଶୀର୍ଷକ ଆଲୋଚନା

ଭୁବନେଶ୍ୱର: ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୯୨ ତମ ଶ୍ରାଦ୍ଧବାର୍ଷିକ ଅବସରରେ ସାମାଜିକ ଅନୁଷ୍ଠାନ “ସଶକ୍ତ ଓଡିଶା “ପକ୍ଷରୁ ସ୍ଥାନୀୟ ସିଆରପି କାର୍ୟ୍ୟାଳୟ ଠାରେ ମହିଳା ସଶକ୍ତିକରଣ ଯୋଜନା, ଆତ୍ମନିଯୁକ୍ତି, ନିଯୁକ୍ତି, ଉତ୍ପାଦନ ବୃଦ୍ଧି ସହିତ କିପରି ମହିଳା ମାନେ ରାଜ୍ୟ ଓ କେନ୍ଦ୍ର ସରକାର କରୁଥିବା ଯୋଜନା ଠିକ ଭାବରେ ପାଇପାରିବେ ଓ ଉକ୍ତ ଅଭିଯାନର “ଲକ୍ଷ୍ୟ ରୁ ଲକ୍ଷ “କିପରି ସଫଳ ଭାବେ ରୂପାୟନ ହୋଇପାରିବ ତାହା ଉପରେ ଆଲୋଚନା ଓ ଗ୍ରାମାଞ୍ଚଳରେ ବ୍ୟାପକ… Continue reading ସଶକ୍ତ ଓଡିଶା ପକ୍ଷରୁ ମହିଳା ସଶକ୍ତିକରଣ ଶୀର୍ଷକ ଆଲୋଚନା

‘ପର୍ଯ୍ୟବେକ୍ଷକ’ର 28 ତମ ସ୍ୱନକ୍ଷତ୍ର ଅବସରରେ ରକ୍ତଦାନ ଶିବିର

ଭୁବନେଶ୍ୱର: ଓଡ଼ିଆ ଦୈନିକ ମୁଦ୍ରିତ ଗଣମାଧ୍ୟମ “ପର୍ଯ୍ୟବେକ୍ଷକ’ର ଅଠେଇସ ତମ ସ୍ୱନକ୍ଷତ୍ର ଅବସରରେ ସ୍ଥାନୀୟ ରେଡକ୍ରସ ଭବନ ଠାରେ ଏକ ରକ୍ତଦାନ ଶିବିର ସାରସ୍ୱତ ପ୍ରାଣ ସମ୍ପାଦକ ଡ. ପବିତ୍ର ମୋହନ ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ କ୍ୟାପିଟାଲ ହସ୍ପିଟାଲର ସର୍ଜରୀ ବିଭାଗ ମୁଖ୍ୟ ଡାକ୍ତର ସୁଶୀଲ କୁମାର ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ଓଡ଼ିଶା ରେଡକ୍ରସ ଶାଖା ନିଦେ୍ର୍ଦଶକ ଡାକ୍ତର ରାମଚନ୍ଦ୍ର ରାଉତ, ପ୍ରାକ୍ତନ ରକ୍ତଭଣ୍ଡାର ଅଧିକାରୀ ଡ.… Continue reading ‘ପର୍ଯ୍ୟବେକ୍ଷକ’ର 28 ତମ ସ୍ୱନକ୍ଷତ୍ର ଅବସରରେ ରକ୍ତଦାନ ଶିବିର

ମା’ ଟଙ୍କପାଣି ମନ୍ଦିରର ପାରିପାର୍ଶ୍ଵିକ ଉନ୍ନତୀ ପାଇଁ ଶିଳାନ୍ୟାସ

ବାଲିଅନ୍ତା: ଉମାଦେଇବ୍ରହ୍ମପୁର ପଞ୍ଚାୟତର ଅଧିଷ୍ଠାତ୍ରୀ ମା’ଟଙ୍କପାଣି ମନ୍ଦିରର ପାରିପାର୍ଶ୍ଵିକ ଉନ୍ନତିକରଣ ନିମନ୍ତେ ଶିଳାନ୍ୟାସ ହୋଇଯାଇଛି l ସ୍ଥାନୀୟ ବିଧାୟକ ନବ କିଶୋର ମଲ୍ଲିକ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାର ଶିଳାନ୍ୟାସ କରିଥିଲେ l ଖୁବଶୀଘ୍ର ଉକ୍ତ ମନ୍ଦିରର ବାକି ରହିଥିବା ଆନୁସଙ୍ଗିକ କାର୍ଯ୍ୟ କରାଯିବ ବୋଲି ବିଧାୟକ କହିଥିଲେ l ଏହି ଅବସରରେ ମନ୍ଦିର ପରିସରରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସହାୟତା ଯୋଜନାରେ ଲାଗିଥିବା ଥଣ୍ଡା ପାନୀୟ ଜଳ ପ୍ରକଳ୍ପକୁ ଉଦଘାଟନ କରିଥିଲେ l ସେହିପରି ପୁରୀ ମୁଖ୍ୟକେନାଲରେ… Continue reading ମା’ ଟଙ୍କପାଣି ମନ୍ଦିରର ପାରିପାର୍ଶ୍ଵିକ ଉନ୍ନତୀ ପାଇଁ ଶିଳାନ୍ୟାସ

ଉତ୍କଳୀୟ ସ୍ୱାଭିମାନ ତରଫରୁ ଅଭିମନ୍ୟୁ ସାମନ୍ତସିଂହାରଙ୍କ ୨୬୬ତମ ଜନ୍ମ ଜୟନ୍ତୀ ପାଳନ

ଭୁବନେଶ୍ୱର: ସାଂସ୍କୃତିକ ଅନୁଷ୍ଠାନ ‘ଉତ୍କଳୀୟ ସ୍ୱାଭିମାନ ଅନୁଷ୍ଠାନ’ ତରଫରୁ ତଥା ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ,ଓଡ଼ିଶା ସରକାର ଏବଂ କଳିଙ୍ଗ ଇନ୍ଷ୍ଟିଟ୍ୟୁଟେ ଇଣ୍ଡଷ୍ଟ୍ରିଆଲ ଟେକ୍ନଲୋଜି ଅନୁକୁଲ୍ୟରେ ବିଦଗ୍ଧକବି ଅଭିମନ୍ୟୁ ସାମନ୍ତସିଂହାରଙ୍କ ୨୬୬ତମ ଜନ୍ମ ଜୟନ୍ତୀ ମଙ୍ଗଳବାର ସ୍ଥାନୀୟ ଜୟଦେବ ଭବନ ଠାରେ ମହାସମାରୋହରେ ପାଳନ କରାଯାଇଛି | ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ଜଗତକୁ ସମୃଦ୍ଧ କରିବାରେ ଯାହାଙ୍କର ଅତୁଳନୀୟ ଅବଦାନ ଓଡ଼ିଶାର ସାହିତ୍ୟକୁ ରୁଦ୍ଧିମନ୍ତ କରିଛି ସେମାନଙ୍କ ମଧ୍ୟରେ ଵିଦଗ୍ଧକବି ଅଭିମନ୍ୟୁ ସାମନ୍ତସିଂହାର… Continue reading ଉତ୍କଳୀୟ ସ୍ୱାଭିମାନ ତରଫରୁ ଅଭିମନ୍ୟୁ ସାମନ୍ତସିଂହାରଙ୍କ ୨୬୬ତମ ଜନ୍ମ ଜୟନ୍ତୀ ପାଳନ

ଜନ ଅସନ୍ତୋଷରେ ପୈ।ର ଚିକିତ୍ସାଳୟ

୪୦ ମାସ ଧାରଣା ରେ ସେବା ପ୍ରତିନିଧିଭୁବନେଶ୍ୱର: ପୁରୁଣା ଭୁବନେଶ୍ୱରର ଅଧିବାସୀ ସ୍ଵାଧୀନତା ପୂର୍ବରୁ ସ୍ଵାସ୍ଥ୍ୟ କଥା ଚିନ୍ତାକରି ୧୯୪୬ ମସିହାରେ ମହାପ୍ରଭୁ ଲିଙ୍ଗରାଜଙ୍କ ନିକଟରେ ଏକ ଚିକିତ୍ସାଳୟ ନିର୍ମାଣ କରିଥିଲେ। ପରେ ପୈ।ର ମହାନଗର ନିଗମ ସେହି ଚିକିତ୍ସାଳୟକୁ ନିଜ ହାତକୁ ନେଇ ସୁନାମଧନ୍ୟ ଚିକିତ୍ସକମାନଙ୍କୂ ଚିକିତ୍ସାଳୟରେ ରଖି ଜନସାଧାରଣଙ୍କ ଉପକାରରେ ଲଗାଇ ଏହାର ସୁନାମ ଶହେ କିଲୋମିଟର ଯାଏଁ ବୃଦ୍ଧି କରିଥିଲେ। ଦୁଃଖର ବିଷୟ, ଆର ଟି ଆଇ ତଥ୍ୟ କୁହେ ପୈ।ର ଚିକିତ୍ସାଳୟରେ… Continue reading ଜନ ଅସନ୍ତୋଷରେ ପୈ।ର ଚିକିତ୍ସାଳୟ

You cannot copy content of this page