ଦେଓଗାଁ ଚିନିକଳ ପୁନଃ କାର୍ଯ୍ୟକ୍ଷମ ଦାବୀରେ ବଲାଙ୍ଗିର ଜିଲ୍ଲାପାଳଙ୍କ ଅଫିସ ଘେରାଓ

ବଲାଙ୍ଗିର, ବଲାଙ୍ଗିର ଜିଲ୍ଲାର ଚିନିକଳ ପୁନଃ କାର୍ଯ୍ୟକ୍ଷମ ଦାବୀରେ ଦେଓଗାଁ ଚିନିକଳ ସଂଘର୍ଷ ସମିତି ର ଡାକରା ରେ ବିଭିନ୍ନ ଚାଷୀ ସଂଗଠନ, ବୁଦ୍ଧିଜିବୀ ତଥା ଶ୍ରମିକ ସଂଗଠନ ମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକଜୁଟ ହୋଇ ଏକ ବିକ୍ଷୋଭ ସଭାରେ ରେ ସାମିଲ ହୋଇଥିଲେ । ବିଭୁଦତ୍ତ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ସଂଘର୍ଷ ସମିତିର ଅନ୍ୟତମ ନେତା ତଥା ଭିଲେଜର୍ସ ଇଣ୍ଡିଆ ପାର୍ଟିର ସଭାପତି ଡଃ ବିପିନ କୁଶଲିଆ, ପଶ୍ଚିମ ଓଡିଶା ସେବା… Continue reading ଦେଓଗାଁ ଚିନିକଳ ପୁନଃ କାର୍ଯ୍ୟକ୍ଷମ ଦାବୀରେ ବଲାଙ୍ଗିର ଜିଲ୍ଲାପାଳଙ୍କ ଅଫିସ ଘେରାଓ

ବଲାଙ୍ଗିର ବଡ଼ମାଳ ଗୋଳାବାରୁଦ କାରଖାନାରେ ସାମ୍ବାଦିକ ସମ୍ମିଳନୀ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ କେନ୍ଦ୍ରସରକାରଙ୍କ ଅଧିନରରେ ଥିବା ବଡ଼ମାଳ ଗୋଳାବାରୁଦ କାରଖାନାରେ ଉତ୍ପାଦିତ ଗୋଳାବାରୁଦ ବିକ୍ରିର ମୂଲ୍ୟ ମାତ୍ର ୩ ବର୍ଷରେ ଦ୍ୱିଗୁଣିତ ହୋଇସାରିଛି । ଏହା ୨୦୨୧- ୨୨ ବର୍ଷରେ ୪୪୩ କୋଟି ଟଙ୍କା ଥିବା ବେଳେ ୨୦୨୪-୨୫ ଆର୍ଥିକ ବର୍ଷରେ ୮୯୦ କୋଟି ଟଙ୍କାରେ ପହଞ୍ଚି ପାରିଛି । ମ୍ୟୁନିସନ୍ସ ଇଣ୍ଡିଆ ଲିମିଟେଡ ବୃହତ ରପ୍ତାନୀ ଅର୍ଡର ମଧ୍ୟ ପାଇଛି । ନିଗମର ଅନ୍ୟ କାରଖାନାମାନଙ୍କ ତୁଳନାରେ ଏହା ଏକ ଅଗ୍ରଣୀ… Continue reading ବଲାଙ୍ଗିର ବଡ଼ମାଳ ଗୋଳାବାରୁଦ କାରଖାନାରେ ସାମ୍ବାଦିକ ସମ୍ମିଳନୀ

ଭାରତୀୟ ଯୋଗ ସଂସ୍ଥାନର ୫୯ତମ ପ୍ରତିଷ୍ଠା

ବଲାଙ୍ଗିର: ବଲାଙ୍ଗିର ସହରର ଯୋଗର୍ସ ପାର୍କରେ ଭାରତୀୟ ଯୋଗ ସଂସ୍ଥାନର ୫୯ତମ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଡ. ସୁରେଶ କୁମାର ପଧାନ ଯୋଗଦେଇଥିବା ବେଳେ, ସମ୍ମାନିତ ଅତିଥି ଓଡ଼ିଶାର ପ୍ରାନ୍ତ ଉପ ପ୍ରଧାନ ପ୍ରାଣବନ୍ଧୁ ବେହେରା ଯୋଗ ଦେଇଥିଲେ । ବଲାଙ୍ଗିର କ୍ଷେତ୍ରର କ୍ଷେତ୍ର ପ୍ରଧାନ ଦୀପ୍ତି ରାଣୀ ମହାନ୍ତି, ସମ୍ବଲପୁର କ୍ଷେତ୍ରର କ୍ଷେତ୍ର ମନ୍ତ୍ରୀ ବିରେନ୍ଦ୍ର ମେହେର ପ୍ରମୁଖ ମଞ୍ଚରେ ମଞ୍ଚାସୀନ ଥିଲେ । ସହରର… Continue reading ଭାରତୀୟ ଯୋଗ ସଂସ୍ଥାନର ୫୯ତମ ପ୍ରତିଷ୍ଠା

ଓଡ଼ିଆ ପକ୍ଷ ପାଳନର ଷଷ୍ଠ ଦିନ

ଆୟୋଜିତ ହେଲା ଐତିହ୍ୟସ୍ଥଳୀ ଓ ଦେବସ୍ଥଳୀ ସ୍ୱଚ୍ଛତା ଅଭିଯାନ ବଲାଙ୍ଗିର: ଓଡ଼ିଶାର ସାଂସ୍କୃତିକ ଗୌରବ ଓ ଭାଷାକୁ ସମ୍ମାନ ଜଣାଇବା ଲାଗି ଚଳିତ ବର୍ଷ ପାଳନ କରାଯାଉଥିବା ଓଡ଼ିଆ ପକ୍ଷର ଆୟୋଜନ ଅଧୀନରେ ଷଷ୍ଠ ଦିବସରେ ଜିଲ୍ଲା ପ୍ରଶାସନ, ଜିଲ୍ଲା ପର୍ଯ୍ୟଟନ ବିଭାଗ, ପଂଚାୟତି ରାଜ ଓ ପାନୀୟ ଜଳ ବିଭାଗ ଓ ଗୃହ ଓ ନଗର ଉନ୍ନୟନ ବିଭାଗର ମିଳିତ ଆନୁକୂଲ୍ୟରେ ‘ଐତିହ୍ୟସ୍ଥଳୀ ଓ ଦେବସ୍ଥଳୀ ସ୍ୱଚ୍ଛତା ଅଭିଯାନ’ ଆୟୋଜିତ ହୋଇଯାଇଛି । ଓଡ଼ିଶାର ଐତିହାସିକ… Continue reading ଓଡ଼ିଆ ପକ୍ଷ ପାଳନର ଷଷ୍ଠ ଦିନ

ଭାରତୀୟ ଜନତା ପାର୍ଟି ର ପ୍ରତିଷ୍ଠା ଦିବସ ପାଳିତ

ବଲାଙ୍ଗିର: ବଲାଙ୍ଗିର ନଗର ବିଜେପି ପାର୍ଟି ତରଫରୁ ରୁ ବିଜେପିର ପ୍ରତିଷ୍ଠା ଦିବସ ପଥରଚେପା ବିଜେପି କାର୍ଯ୍ୟାଳୟ ଠାରେ ପାଳନ ହୋଇଯାଇଛି I 6.ଏପ୍ରିଲ 1980ମସିଆରେ ଭାରତୀୟ ଜନତା ପାର୍ଟି ଗଠିତ ହୋଇଥିଲା I ବଲାଙ୍ଗୀର ଜିଲ୍ଲା ବିଜେପି ସଭାପତି ଶ୍ରୀବତ୍ସ ବେହେରା ଙ୍କ ଅଧକ୍ଷତା ରେ ଆଜି ବିଜେପି ପ୍ରତିଷ୍ଠା ଦିବସ ପାଳିତ ହୋଇଥିଲା. ବଲାଙ୍ଗୀର ବିଜେପି ସମଲେଇ ଶ୍ଵେରୀ ମଣ୍ଡଳ ଓ ପାଟଣେଶ୍ୱରୀ ମଣ୍ଡଳ ସଭାପତି ସଭାପତି ଲଳିତ ଶର୍ମା ଓ ପାର୍ଥ କରଣ… Continue reading ଭାରତୀୟ ଜନତା ପାର୍ଟି ର ପ୍ରତିଷ୍ଠା ଦିବସ ପାଳିତ

ସ୍ବର୍ଗତ ନରେନ୍ଦ୍ରନାଥ ଥିଲେ ନିଆରା ପ୍ରତିଭା

ସୋମଣା ଶାସନ /ଜୟଦେବ: ପବିତ୍ର ଶ୍ରୀରାମ ନବମୀ ଅବସରରେ ଜୟଦେବ ନିର୍ବାଚନ ମଣ୍ଡଳୀ, ସୋମଣା ଶାସନ ଗ୍ରାମ ପଂଚାୟତର ପୂର୍ଵତନ ସରପଞ୍ଚ, ବାଲିପାଟଣା ବ୍ଲକ କଂଗ୍ରେସ କମିଟିର ପୂର୍ବତନ ସଭାପତି ସ୍ବର୍ଗତ ନରେନ୍ଦ୍ର କୁମାର ଦାଶଙ୍କ ଅଷ୍ଟମ ଶ୍ରାଦ୍ଧବାର୍ଷିକୀରେ ମୁଖ୍ୟଅତିଥି ଭାବେ ସଂସ୍କୃତି ପୁରୁଷ ଡ଼ଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ଯୋଗ ଦେବା ଅବସରରେ, ପୂର୍ଣ୍ଣାଙ୍ଗ ଉତ୍କଳ ଉର୍ଣ୍ଣୟନ ନ୍ୟାସର ପ୍ରତିଷ୍ଠାତା ସଦସ୍ୟ ସ୍ବର୍ଗତ ଧନେଶ୍ୱର ମହାନ୍ତି ଙ୍କ ଜନ୍ମସ୍ଥାନ ମୁକୁନ୍ଦ ଦାସପୁର ଠାରେ ଶ୍ରଦ୍ଧାଞ୍ଜଳି ଅର୍ପଣ… Continue reading ସ୍ବର୍ଗତ ନରେନ୍ଦ୍ରନାଥ ଥିଲେ ନିଆରା ପ୍ରତିଭା

ଜନ୍ମଦିବସ ଅବସରରେ ଖାଦ୍ୟବସ୍ତ୍ର ବଣ୍ଟନ

ଭୁବନେଶ୍ୱର: ବ୍ରହ୍ମେସ୍ୱର ବିଦ୍ୟାଳୟ ର ପୁରୁଣା ବିଦ୍ୟାର୍ଥୀ ଶିକ୍ଷାବିତ, ସମାଜସେବୀକା ସୁକାନ୍ତି ପଣ୍ଡାଙ୍କ ଶୁଭଜନ୍ମ ଦିବସ ତଥା ପବିତ୍ର ଶ୍ରୀରାମ ନବମୀ ଅବସରରେ କିଛି ପୁରୁଣା ବିଦ୍ୟାର୍ଥୀ ଏକାଠିହୋଇ ଖଣ୍ଡଗିରି ସ୍ଥିତ ସତ୍ୟ ମହିମା ଆଶ୍ରମ ଠାରେ ଅସହାୟ, ଅଭାବୀ ମହିଳାଙ୍କୁ ବସ୍ତ୍ର ଓ ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ର ଆୟୋଜନ କରିଥିଲେ l ପ୍ରଦୀପ ପ୍ରଜ୍ବଳନ ସହ ଶୂନ୍ୟ ମହିମା ପ୍ରଭୁଙ୍କୁ ଜଗତକଲ୍ୟାଣ ପାଇଁ ଶୁଭ କାମନା ସହ କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଥିଲା lସହପାଠୀ,… Continue reading ଜନ୍ମଦିବସ ଅବସରରେ ଖାଦ୍ୟବସ୍ତ୍ର ବଣ୍ଟନ

ଇମ୍ପଲାମେଡିକ ଓ ସୋମୁନ ଟ୍ରେଡ଼ର୍ସର ବାର୍ଷିକ ଉତ୍ସାବ

ବାଲିଅନ୍ତା: ଭୁବନେଶ୍ୱର ସ୍ଥିତ ହୋଟେଲ ଏକସେଲେନସିରେ ଇମ୍ପ୍ଲାମେଡିକ ଏବଂ ସୋମୁନ ଟ୍ରେଡ଼ର୍ସର ମିଳିତ ଆନୁକୂଲ୍ୟରେ ଏକ ସାଧାରଣ ବାର୍ଷିକ ସମାଗମର ଆୟୋଜନ କରାଯାଇଛି l ଉକ୍ତ ସଭାରେ ବିଶିଷ୍ଟ ସମାଜସେଵୀ ପ୍ରତାପ ଷଡ଼ଙ୍ଗୀ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟଅତିଥି ଭାବରେ ଯୋଗଦେଇଥିଲେ ଓଡିଶାର ବରିଷ୍ଠ ଅସ୍ଥିଶଲ୍ୟ ବିଶେଷଜ୍ଞ ତଥା ସୁନାମଧନ୍ୟ ଚାର୍ଟାର୍ଡ ​​ଆକାଉଣ୍ଟାଣ୍ଟ ପ୍ରଦୀପ ମଲ୍ଲିକ ଯୋଗଦେଇ କମ୍ପାନୀର ଆଭିମୁଖ୍ୟ ଉପରେ ଗୁରୁତ୍ୱାରୋପ କରିଥିଲେ l ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଅନେକ ଆକର୍ଷଣୀୟ ଯୋଜନା ଲାଗୁ… Continue reading ଇମ୍ପଲାମେଡିକ ଓ ସୋମୁନ ଟ୍ରେଡ଼ର୍ସର ବାର୍ଷିକ ଉତ୍ସାବ

ବାଇକ ଦୁର୍ଘଟଣାରେ ମହିଳା ମୃତ

କଳାହାଣ୍ଡି, ୫|୪(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): ମୋଟେର ଫାଣ୍ଡି ଅନ୍ତର୍ଗତ ଝାରକୁଣ୍ଡାମାଲ ମୁଖ୍ୟ ରାସ୍ତା ନିକଟରେ ଶନିବାର ଏକ ଅଭାବନୀୟ ଘଟଣା ଘଟି ଯାଇଛି। ସ୍ୱାମୀ ସ୍ତ୍ରୀ ମଟର ସାଇକେଲରେ ଫେରୁଥିବା ବେଳେ କୌଣସି କାରଣ ରୁ ସ୍ତ୍ରୀ ଛିଟିକି ପଡ଼ିଥିଲେ।ଗୁରୁତର ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ଲୋକ ଧର୍ମଗଡ଼ ଡାକ୍ତରଖାନା କୁ ଆଣିଥିଲେ।ସେଠାରେ ଡାକ୍ତର ମହିଳା ଙ୍କ ମୃତ୍ୟୁ ହୋଇଥିବା ଘୋଷଣା କରିଥିଲେ। ମୃତ ମହିଳା ଜଣକ କୋକସରା ଥାନା ଅନ୍ତର୍ଗତ ଧନେର ଗ୍ରାମର ଜୟନ୍ତୀ… Continue reading ବାଇକ ଦୁର୍ଘଟଣାରେ ମହିଳା ମୃତ

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ମାଲବାହୀ ଟ୍ରେନ୍‌

କଳାହାଣ୍ଡି, (ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): ଓ୍ବାଗନ୍‌ ଛିଣ୍ଡି ଯିବାରୁ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଟ୍ରେନ୍‌। ଦାମନଯୋଡି-ନାଲକୋ ଅଭିମୁଖେ ଯାଉଥିବା ଆଲୁମିନିୟମ ବୋଝେଇ ମାଲବାହୀ ଟ୍ରେନ ବୁଧବାର ସକାଳେ ଦୁର୍ଘଟଣାରୁ ବର୍ତ୍ତି ଯାଇଛି। ଉକ୍ତ ଟ୍ରେନ ସମ୍ବଲପୁର ଡିଭିଜନ ଅନ୍ତର୍ଗତ କେସିଙ୍ଗା ଷ୍ଟେସନର ଦୁଇ ନମ୍ବର ପ୍ଲାଟ ଫର୍ମରେ ଅଟକିଥିଲା। କେସିଙ୍ଗାରୁ ଟିଟିଲାଗଡ଼ ଅଭିମୁଖେ ଯିବା ପାଇଁ ସିଗ୍ନାଲ ମିଳିଥିଲା। ପାଇଲଟ ଟ୍ରେନକୁ ଷ୍ଟାର୍ଟ କରିବାରୁ ବଗିର ସଂଯୋଗସ୍ଥଳୀରୁ ଓ୍ବାଗନ୍‌ ଛିଣ୍ଡି ଯାଇ ପ୍ରାୟ ୩୦ମିଟର ଦୂରକୁ… Continue reading ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ମାଲବାହୀ ଟ୍ରେନ୍‌

You cannot copy content of this page