ଇସ୍କନ ମନ୍ଦିର ଦ୍ବାରା ଆୟୋଜିତ “ନୃତ୍ୟନିପୁଣା ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ “

ଭୁବନେଶ୍ବର ସ୍ଥିତ , ଇସ୍କନ ମନ୍ଦିର ଦ୍ବାରା ଆୟୋଜିତ ଚନ୍ଦନ ମହୋତ୍ସବ ଉପଲକ୍ଷେ ,”ନୃତ୍ୟନିପୁଣା ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ” ର ନୃତ୍ୟଶିଳ୍ପୀ ମାନଙ୍କ ଦ୍ଵାରା ଓଡ଼ିଶୀ ନୃତ୍ୟ , ମାହାରୀ ନୃତ୍ୟ ,କଥକ ନୃତ୍ୟ ଭଜନ ନୃତ୍ୟ ଏବଂ ଭଜନ ଭିତ୍ତିକ କଣ୍ଠ ସଙ୍ଗୀତ ପରିବେଷଣ କରାଯାଇଥିଲା। ଗୁରୁ ଡଂ ପ୍ରିୟଙ୍କା ମିଶ୍ରଙ୍କ ପ୍ରଶିକ୍ଷଣରେ ଏବଂ ପ୍ରତିମା ମିଶ୍ରଙ୍କ ସୁପରିଚାଳନା ଦ୍ବାରା ଅନୁଷ୍ଠାନର ନୃତ୍ୟାଙ୍ଗନା ମାନେ ଖୁବ୍ ସୁନ୍ଦର ଭାବରେ ନୃତ୍ୟ ପରିବେଷଣ କରିଥିଲେ ଏବଂ… Continue reading ଇସ୍କନ ମନ୍ଦିର ଦ୍ବାରା ଆୟୋଜିତ “ନୃତ୍ୟନିପୁଣା ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ “

ଚିଲିକା ହ୍ରଦ ମଧ୍ୟ ଭାଗରେ ଥିବା ଭଷରା ପାହାଡ ଦାଢରେ ଭୟାବହ ଅଗ୍ନିକାଣ୍ଡ |ଏକର ଏକର ନଳ ଘାସରେ ଲାଗିଲା ନିଆଁ।

BIG BREAKING BALUGAON… ଚିଲିକା,୧୪।୫:ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ସାନ ନଈରୀ ପୂର୍ବ ପାର୍ଶ୍ଵରେ ଥିବା ମରାଳ ମାଳିନୀ ନୀଳାମ୍ବୁ ଚିଲିକା ମଧ୍ଯ ଭାଗରେ ଅବସ୍ଥିତ ଭଷରା ପାହାଡ ଦାଢରେ ଥିବା ନଳ ଘାସରେ ଆଜି ସକାଳ ୯ଟା ସମୟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି ।ନିଆଁ ଲାଗି ବିସ୍ତୀର୍ଣ୍ଣ ଅଞ୍ଚଳରେ ଥିବା ନଳ ଘାସ ସମ୍ପୂର୍ଣ୍ଣ ଜଳି ଯାଇଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ,ସକାଳ ୯ଟା ବେଳକୁ ପାହାଡ ଦାଢରେ ଥିବା ଶୁଖିଲା ନଳ ଘାସରେ… Continue reading ଚିଲିକା ହ୍ରଦ ମଧ୍ୟ ଭାଗରେ ଥିବା ଭଷରା ପାହାଡ ଦାଢରେ ଭୟାବହ ଅଗ୍ନିକାଣ୍ଡ |ଏକର ଏକର ନଳ ଘାସରେ ଲାଗିଲା ନିଆଁ।

ବରିଷ୍ଠ ପୁଜ୍ୟପୂଜା ପ୍ରାଣ ବ୍ରଜବନ୍ଧୁ ପରିଡାଙ୍କ ବିୟୋଗପୁଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର ତା 13/05/26 ବରିଷ୍ଠ ପୁଜ୍ୟପୂଜା ପ୍ରାଣ, ଶହୀଦ ରଘୁ -ଦିବାକର ସ୍ମୃତି ସଂସଦର ସାଧାରଣ ସମ୍ପାଦକ ତଥା ରଣଭୂଇଁ ସମ୍ପାଦକ ବ୍ରଜବନ୍ଧୁ ପରିଡାଙ୍କ 73 ବର୍ଷ ବୟସରେ ହୃଦଘାତରେ ବିୟୋଗ ଘଟିଛି l ଦୀର୍ଘ ଦିନଧରି ସ୍ୱାସ୍ଥ୍ୟବସ୍ଥା ପାଇଁ ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସାଧୀନ ଥିଲେ l ପୁଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ଅଧ୍ୟକ୍ଷ, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ ଗଭିର ଶୋକବ୍ୟକ୍ତ କରିବା ସହିତ ବ୍ରଜବାବୁ ଦୀର୍ଘ 40 ବର୍ଷ ଧରି ଶହୀଦ… Continue reading ବରିଷ୍ଠ ପୁଜ୍ୟପୂଜା ପ୍ରାଣ ବ୍ରଜବନ୍ଧୁ ପରିଡାଙ୍କ ବିୟୋଗପୁଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ଶ୍ରଦ୍ଧାଞ୍ଜଳି

ଓଡ଼ିଶାରେ ପେଟ୍ରୋଲ ଓ ଡିଜେଲ୍‌ ତୈଳ ସଙ୍କଟ

ଭୁବନେଶ୍ଵର,୧୩/୫: ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ ବଡ଼ ଅପିଲ୍ କରିଥିବା ବେଳେ ପେଟ୍ରୋଲ ଓ ଡିଜେଲ୍‌ କମ୍ ଉପଯୋଗ କର ବୋଲି କହିଥିବା ବେଳେ ଓଡ଼ିଶାରେ ଏହାର ପ୍ରଭାବ ପଡି ଲାଣି । ଜନସାଧାଣଙ୍କ ଉପରେ ଏହାର ପ୍ରଭାବ ପଡି ସାରିଲାଣି । କାଳେ ପେଟ୍ରୋଲ୍ ଓ ଡିଜେଲ ନ ମିଳିବଲୋକମାନେ ଭୟବିତ ରେ ଅଛନ୍ତି। ଆଜି ଖୋର୍ଦ୍ଧା ସମତେ ଅନ୍ୟ ଜିଲ୍ଲା ଗୁଡିକ ମାନଙ୍କରେ ପେଟ୍ରୋଲ ଟାଙ୍କି ଗୁଡ଼ିକରେ ତୈଳ ସଙ୍କଟ ଦେଖାଦେଇଛ ।ଅନେକାଂଶ ଟାଙ୍କି ମାନଙ୍କରେ… Continue reading ଓଡ଼ିଶାରେ ପେଟ୍ରୋଲ ଓ ଡିଜେଲ୍‌ ତୈଳ ସଙ୍କଟ

NEET UG 2026 ପେପର ଲିକ୍ ପରୀକ୍ଷା ବାତିଲ୍

ଉତ୍କଳ ବୁଲେଟିନ୍, ୧୩/୫: Priyabrata Barik: ପୁଣି ଥରେ ଦେଶରେ ଶିକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ବାଚି ସୃଷ୍ଟି ହୋଇଛି । ଯେଉଁ ମାନେ ଡାକ୍ତର ହେବା ପାଇଁ ଆଶା ରଖିଥିଲେ, ଯେଉଁ ମାନେ ଡାକ୍ତର ହେବା ପାଇଁ NEET ପରୀକ୍ଷା ଦେଇଥିଲେ, ସେମାନଙ୍କର ଆଶା ଧୂଳିସାତ ହୋଇଯାଇଛ ।ଏବଂ ଅଭିଭାବକ ମାନଙ୍କ ମନରେ ଅନେକ କଷ୍ଟ ପାଇଛିନ୍ତି । ଯେଉଁ ମାନେ NEET ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି ସେମାନେ ମଧ୍ୟ ଦୁଃଖିତ ଅଛନ୍ତି। କାରଣ… Continue reading NEET UG 2026 ପେପର ଲିକ୍ ପରୀକ୍ଷା ବାତିଲ୍

ନାଗାଯାତ୍ରା ଉତ୍ସବ ଅନୁଷ୍ଠିତ

ବାଲିଅନ୍ତା ୧୨/୦୫ :- ବାଳକାଟି ସ୍ତାନୀୟ ଅଞ୍ଚଳର ଆରାଧ୍ୟ ଦେବତା ଶ୍ରୀମଦନ ମୋହନ ଦେବଙ୍କ ଚନ୍ଦନ ନୀତି ଶେଷ ହେବା ସହିତ ନାଗା ଯାତ୍ରା ମଙ୍ଗଳବାର ସଂନ୍ଧ୍ୟାରେ ପାଳିତ ହୋଇଯାଇଛି । ପ୍ରଥମେ ଏହି ଯାତ୍ରା ରେ ବ୍ୟବହୃତ ଖଣ୍ଡ, ଠେଙ୍ଗା, କାଠ ବନ୍ଦୁକ, ଆଦି ଅନେକ ଅସ୍ତ୍ର ଶାସ୍ତ୍ର ପୂଜା ହେବା ପରେ ମହୁରୀ ଏବଂ ତାଳମୁଳି, ଦୁଲଦୁଲି ବାଜାର ମିଶ୍ରଣ ଶବ୍ଦରେ ଦୁଲୁକି ଉଠୁ ଉଠୁଥିଲା ଗାଁଦାଣ୍ଡ । ପାରମ୍ପରିକ ଶୈଳୀରେ ଦୁଇଜଣ ବ୍ଯକ୍ତି… Continue reading ନାଗାଯାତ୍ରା ଉତ୍ସବ ଅନୁଷ୍ଠିତ

ବୋଲଗଡ଼ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେଅଭିଯୋଗ ଶୁଣାଣି ଶିବିର

ଚିଲିକା,୧୨।୫:ଆଜି ବୋଲଗଡ଼ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେଉକ୍ତ କାର୍ଯ୍ୟାଳୟ ଅନ୍ତର୍ଗତ ବର୍ତ୍ତମାନ କାର୍ଯ୍ୟରତ ଏବଂ ସେବା ନିବୃତ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଅଭିଯୋଗ ଶୁଣାଣି ନିମିତ୍ତ ଏକ ଶିବିରର ଆୟୋଜନ କରାଯାଇଥିଲା । ସମୁଦାୟ ୩୮ଜଣ ଶିକ୍ଷକ ଶିକ୍ଷୟିତ୍ରୀ ସମ୍ପୃକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ବାଇଁଙ୍କ ନିକଟରେ ଅଭିଯୋଗ ପତ୍ର ଦାଖଲ କରିଥିଲେ । ସେବା ପୁସ୍ତିକାରେ ସ୍ଥାନ ପାଇ ନ ଥିବା ଯୋଗ୍ୟତା, ଟ୍ରାନ୍ସଫର, ଜିଆଇଏସ, ଇନ୍କ୍ରିମେଣ୍ଟ,,ଏରିଅର, ଜିପିଏଫ,ଲିଭ ସାଂକ୍ସନ ଓ ଷ୍ଟେପ ଅପ ସମ୍ବନ୍ଧୀୟ… Continue reading ବୋଲଗଡ଼ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେଅଭିଯୋଗ ଶୁଣାଣି ଶିବିର

ଚିତ୍ରାଚାର୍ଯ୍ୟ ପଦ୍ମଶ୍ରୀ ଉପେନ୍ଦ୍ର ମହାରଥୀଙ୍କ ଜୟନ୍ତୀ ପାଳିତ

ଚିଲିକା,୧୧।୫:ପ୍ରଖ୍ୟାତ ଚିତ୍ର ଶିଳ୍ପୀ, ସାରସ୍ୱତ ସାଧକ, ଆନ୍ତର୍ଜାତିକ ଖ୍ୟାତି ସଂପର୍ଣ୍ଣ ସ୍ଥପତି ପଦ୍ମଶ୍ରୀ ଉପେନ୍ଦ୍ର ମହାରଥୀଙ୍କ ୧୧୮ତମ ଜୟନ୍ତୀ ଉତ୍ସବ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ନିଜର ଜନ୍ମସ୍ଥାନ ନରେନ୍ଦ୍ରପୁରର ଉପେନ୍ଦ୍ର ବିଦ୍ୟାପୀଠ ପ୍ରାଙ୍ଗଣରେ ମହାସମାରୋହରେ ପାଳିତ ହୋଇଯାଇଛି। ସ୍ମୃତି କମିଟିର ସଭାପତି ତଥା ବାଣପୁର ଗୋଦାବରୀଶ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ଼ଃ ନୃସିଂହ ଚରଣ ପ୍ରଧାନଙ୍କ ପୌରହିତ୍ୟରେ ଏବଂ ସଂପାଦକ ପବିତ୍ର କୁମାର ବରାଳଙ୍କ ସଂଯୋଜନାରେ ଆୟୋଜିତ ଏହି ସମାରୋହରେ ନାଚୁଣୀ ଗୋଦାବରୀଶ ହାଇସ୍କୁଲର… Continue reading ଚିତ୍ରାଚାର୍ଯ୍ୟ ପଦ୍ମଶ୍ରୀ ଉପେନ୍ଦ୍ର ମହାରଥୀଙ୍କ ଜୟନ୍ତୀ ପାଳିତ

ନାଚୁଣୀ ପୋଲିସ୍ ଦ୍ୱାରା ଚୋରା ବ୍ରାଉନ ସୁଗାର ଜବତ, ଚାରି ଚାଲାଣକାରୀ ଗିରଫ

ଚିଲିକା, ୧୧।୫:ନାଚୁଣୀ ଥାନା ପୋଲିସ୍ କୁ ମିଳିଛି ଏକ ବଡ ଧରଣର ସଫଳତା। ବ୍ରାଉନସୁଗାର ଚୋରା ଚାଲାଣ କରୁଥିବା ଚାରିଜଣ ଅଭିଯୁକ୍ତ ଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ଦଶ ଗ୍ରାମ ଓଜନର ବ୍ରାଉନ ସୁଗାର ଜବତ କରିବା ସହ ଵ୍ୟବହୃତ ଗାଡି ଟିକୁ ମଧ୍ୟ ଜବତ କରିବାରେ ସକ୍ଷମ ହୋଇଛି ପୋଲିସ। ପ୍ରାପ୍ତ ସୂଚନା ମୁତାବକ ତିନି ଜଣ ବ୍ରାଉନ ସୁଗାର ଚାଲାଣ କାରୀ ବ୍ରହ୍ମପୁରରରୁ ଖୋର୍ଦ୍ଧା ଯାଇଥିଲେ । ସେଠାରେ ଆଉ ଜଣେ… Continue reading ନାଚୁଣୀ ପୋଲିସ୍ ଦ୍ୱାରା ଚୋରା ବ୍ରାଉନ ସୁଗାର ଜବତ, ଚାରି ଚାଲାଣକାରୀ ଗିରଫ

ବିଶ୍ୱ ମାତୃ ଦିବସ ଉପଲକ୍ଷେ ବୋଲଗଡ ମଣ୍ଡଳ ସ୍ତରୀୟ ପ୍ରତିଯୋଗିତା

ଚିଲିକା,୧୦।୫: ଆଜି ବିଶ୍ୱ ମାତୃ ଦିବସ ଉପଲକ୍ଷେ ବୋଲଗଡ଼ ମଣ୍ଡଳ ସ୍ତରୀୟ ପ୍ରତିଯୋଗିତା ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ୱାଇଁଙ୍କ ପରାମର୍ଶ କ୍ରମେ ଅନୁଷ୍ଠିତ ହୋଇଯାଇଅଛି । ପିଚୁକୁଳି ସାଧନ କେନ୍ଦ୍ର ସଂଯୋଜକ ଲୋକନାଥ ସାହୁ ଓ ମାଣିବନ୍ଧ ସାଧନ କେନ୍ଦ୍ର ସଂଯୋଜକ ବିପିନ ବିହାରୀ ସ୍ବାଇଁଙ୍କ ତତ୍ୱାବଧାନରେ ଯଥାକ୍ରମେ‘ବିଶ୍ୱ ମାତୃ ଦିବସ’ ପ୍ରସଙ୍ଗ ଉପରେ ବକ୍ତୃତା ଓ ‘ମାତୃ ଭକ୍ତି ‘ପ୍ରସଙ୍ଗ ଉପରେ ଅଭିନୟ ପ୍ରତିଯୋଗିତା ଆଭାସୀ ପଦ୍ଧତିରେ ମଣ୍ଡଳ ସ୍ତରରେ ଅନୁଷ୍ଠିତ ହୋଇଯାଇଛି… Continue reading ବିଶ୍ୱ ମାତୃ ଦିବସ ଉପଲକ୍ଷେ ବୋଲଗଡ ମଣ୍ଡଳ ସ୍ତରୀୟ ପ୍ରତିଯୋଗିତା

You cannot copy content of this page