ଆଦର୍ଶ ଶିକ୍ଷକ ଓ କୃତିତ୍ୱ ବିଦ୍ୟାର୍ଥି ଙ୍କୁ ଭବ୍ୟ ପ୍ରତିଭା ସମ୍ବର୍ଦ୍ଧନା।

ବାଲିଅନ୍ତା ୨୭/୦୫ (ଗୋବର୍ଦ୍ଧନ ଦାସ):-ବାଳକାଟି ସ୍ଥିତ ନିର୍ମାଣ କନଫରେନ୍ସ ହଲ୍‌ଠାରେ ଏକ ଭବ୍ୟ ପ୍ରତିଭା ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି। ଗୀତାଞ୍ଜଳି ଇଣ୍ଡିଆ ଫାଉଣ୍ଡେସନ, ଅରବିନ୍ଦ ୟୁଥ୍ ଆଣ୍ଡ ସୋସିଆଲ ଚାରିଟେବୁଲ ଟ୍ରଷ୍ଟ ଏବଂ ‘ସାଇପୋ’ର ମିଳିତ ଆନୁକୁଲ୍ୟରେ ‘୯ମ ଗୀତାଞ୍ଜଳି ପ୍ରତିଭା ସମ୍ମାନ’, ‘୮ମ ଗୀତାଞ୍ଜଳି ଆଦର୍ଶ ଶିକ୍ଷକ ସମ୍ମାନ-୨୦୨୬’ ଓ ‘୮ମ ଗୀତାଞ୍ଜଳି ଆଦର୍ଶ ବିଦ୍ୟାଳୟ ସମ୍ମାନ-୨୦୨୬’ ମହାସମାରୋହରେ ସମ୍ପନ୍ନ ହୋଇଛି । ଏହି ଉତ୍ସବରେ ଗୀତାଞ୍ଜଳୀ ଇଣ୍ଡିଆ ଫାଉଣ୍ଡେସନ ଟ୍ରଷ୍ଟର ଅଧ୍ୟକ୍ଷ ରଞ୍ଜନ କୁମାର ମହାପାତ୍ର ପୌରୋହିତ୍ୟ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ଡ. ଅରବିନ୍ଦ ଢ଼ାଲି ଯୋଗଦେଇ ପ୍ରତିଭାମାନଙ୍କୁ ଉତ୍ସାହିତ କରିଥିଲେ। ଡ. ଢ଼ାଲି ନିଜ ବକ୍ତବ୍ୟରେ କହିଥିଲେ ଯେ, ଶିକ୍ଷା ଓ ଶିକ୍ଷକମାନେ ହିଁ ସମାଜର ପ୍ରକୃତ ମେରୁଦଣ୍ଡ ଏବଂ ଗ୍ରାମାଞ୍ଚଳର ଏଭଳି ପ୍ରତିଭାମାନଙ୍କୁ ଲୋକଲୋଚନକୁ ଆଣିବା ଦିଗରେ ଟ୍ରଷ୍ଟର ପ୍ରୟାସ ଅତ୍ୟନ୍ତ ପ୍ରଶଂସନୀୟ।ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା କୃତୀ ଛାତ୍ରଛାତ୍ରୀ ଏବଂ ଶିକ୍ଷା କ୍ଷେତ୍ରରେ ଅନନ୍ୟ ଅବଦାନ ପାଇଁ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା । ବାଲିପାଟଣା ଓ ବାଲିଅନ୍ତା ବ୍ଲକର ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ A1 ଗ୍ରେଡ୍ ରଖିଥିବା ୧୩ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ ସହ ଶିକ୍ଷାଦାନ କ୍ଷେତ୍ରରେ ଉତ୍ସର୍ଗୀକୃତ ସେବା ପାଇଁ ୧୦ ଜଣ ଶ୍ରେଷ୍ଠ ଶିକ୍ଷକଙ୍କୁ ‘ଆଦର୍ଶ ଶିକ୍ଷକ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା।ଅଞ୍ଚଳର ଦୁଇଟି ବିଦ୍ୟାଳୟକୁ ସେମାନଙ୍କର ଉତ୍କୃଷ୍ଟ ଶିକ୍ଷାବ୍ୟବସ୍ଥା ପାଇଁ ‘ଆଦର୍ଶ ବିଦ୍ୟାଳୟ ସମ୍ମାନ’ ପ୍ରଦାନ କରାଯାଇଥିଲା।କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ୍ ବିଧୁଭୂଷଣ ପଟ୍ଟନାୟକ, ଶିକ୍ଷାବିତ୍ ନାରାୟଣ ବେହେରା, ଏସପି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ମୁଖ୍ୟ କାଉନସେଲର ସୁଶ୍ରୀ ସୁସରିତା ବାରିକ, ପ୍ରକୃତି ବନ୍ଧୁ ଦୀନବନ୍ଧୁ ଭୋଇ,ବାଳକାଟି ବିଜେପି ମଣ୍ଡଳ ସଭାପତି ବ୍ରହ୍ମାନନ୍ଦ ସ୍ବାଇଁ ଏବଂ ନିର୍ମାଣ ଏଜୁକେସନ ଟ୍ରଷ୍ଟର ଅଧ୍ୟକ୍ଷ ସିଦ୍ଧେଶ୍ୱର ମହାନ୍ତି ପ୍ରମୁଖ ଉପସ୍ଥିତ ରହି ପ୍ରତିଭାମାନଙ୍କୁ ସେମାନଙ୍କର ଶୁଭେଚ୍ଛା ଓ ମାର୍ଗଦର୍ଶନ ପ୍ରଦାନ କରିଥିଲେ।ଶୁଭ୍ରଜିତ ପଣ୍ଡା ମଞ୍ଚ ପରିଚାଳନା କରିଥିବା ବେଳେ ଟ୍ରଷ୍ଟର କର୍ମକର୍ତ୍ତା ଓ ସ୍ଥାନୀୟ ବୁଦ୍ଧିଜୀବୀମାନେ ପରିଚାଳନା କରିଥିଲେ । ଏହି ଉତ୍ସବ ସ୍ଥାନୀୟ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ନୂତନ ଉତ୍ସାହ ସୃଷ୍ଟି କରିଛି।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page