ଗୁରୁ ଭଗବାନ ସାହୁଙ୍କ ଜୟନ୍ତୀ ପାଳିତକଳା, ଭାଷା ଓ ସଂସ୍କୃତିର ପ୍ରଚାର-ପ୍ରସାରରେ ଗୁରୁ ଭଗବାନଙ୍କ ଅବଦାନ ସ୍ମରଣ


ଧର୍ମଗଡ଼, ୭/୯/୨୦୨୬:(ଜନ୍ମେଜୟ ନାଏକ)ଧର୍ମଗଡ଼ ଅନ୍ତର୍ଗତ ଡୁମେରଗୁଡ଼ା ଠାରେ ମାଁ ବସ୍ତରେନ କଳା ପରିଷଦ ଆନୁକୂଲ୍ୟରେ ପଶ୍ଚିମ ଓଡ଼ିଶାର ଭାଷା, କଳା ଓ ସଂସ୍କୃତିର ଅନନ୍ୟ ପ୍ରଚାରକ ତଥା ନାଟ୍ୟ ବ୍ରହ୍ମର୍ଷି ଗୁରୁ ଭଗବାନ ସାହୁଙ୍କ ଜୟନ୍ତୀ ଶ୍ରଦ୍ଧା ଓ ସମ୍ମାନର ସହ ପାଳିତ ହୋଇଯାଇଛି। ଶିକ୍ଷାବିତ୍ ଅମୂଲ୍ୟ ନାଏକଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାକୁ ଦୀପକ କୁମାର ସୁନାନୀ ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଇନଜୀବୀ ଦେବାର୍ଚନ ସେଠିଆ, ସମ୍ମାନିତ ଅତିଥି ଭାବେ ନାଟ୍ୟକାର ଲମ୍ବୋଦର ସା ଏବଂ ମୁଖ୍ୟବକ୍ତା ଭାବେ ଶିକ୍ଷାବିତ୍ ଶରତ ପୂଝାରୀ ଯୋଗଦେଇଥିଲେ।ବକ୍ତାମାନେ ଗୁରୁ ଭଗବାନ ସାହୁଙ୍କ ଜୀବନ, ସଂଘର୍ଷ ଓ କଳା-ସଂସ୍କୃତି ପ୍ରତି ତାଙ୍କର ଅବଦାନ ଉପରେ ଆଲୋଚନା କରିଥିଲେ। ଯାନବାହନ ଚଳାଚଳର ସୁବିଧା ନଥିବା ସମୟରେ ଗୁରୁ ଭଗବାନ ସାହୁ ଦୀର୍ଘ ଦୂରତା ପାଦରେ ଚାଲି ଅନେକ କଷ୍ଟ ସ୍ୱୀକାର କରି ପଶ୍ଚିମ ଓଡ଼ିଶାର କଳା, ଭାଷା ଓ ସଂସ୍କୃତିର ପ୍ରଚାର-ପ୍ରସାର କରିଥିଲେ ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ।ତାଙ୍କ ଜୀବନ ଓ କଳା ସାଧନା ଆଗାମୀ ପିଢ଼ି ପାଇଁ ପ୍ରେରଣାର ଉତ୍ସ ବୋଲି ମତ ପ୍ରକାଶ ପାଇଥିଲା। ଏଥିସହ ଶିକ୍ଷାନୁଷ୍ଠାନଗୁଡ଼ିକରେ ଗୁରୁ ଭଗବାନ ସାହୁଙ୍କ ଜୀବନ ଓ କୃତି ଉପରେ ଆଲୋଚନାଚକ୍ର ଆୟୋଜନ କରାଯାଇ ଛାତ୍ରଛାତ୍ରୀଙ୍କୁ ତାଙ୍କର ଅବଦାନ ସମ୍ପର୍କରେ ଅବଗତ କରାଯିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା। ଏହି ଅବସରରେ ଭରତ ନାଏକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଦେବ ଗହିର ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମର ସଫଳ ଆୟୋଜନରେ ଜୟକର ସା, ଦଧିଚି ସେଠିଆ, ହର୍ଷିତ ବେହେରା ଓ ଶିତୁ ବେହେରା ପ୍ରମୁଖ ସହଯୋଗ କରିଥିଲେ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page