ଚିଲିକା,୨୮।୪:ବାଣପୁର ତହସିଲ ଓ ଚିଲିକା ତହସିଲରେ ଗୋ ସମ୍ମାନ ଆହ୍ୱାନ ଅଭିଯାନ ଶାନ୍ତି ଶୃଙ୍ଖଳାର ସହ ସ୍ଥାନୀୟ ଗୋ-ସେବକ ମାନେ ଏକ ପ୍ରାର୍ଥନାପତ୍ର ଉପସ୍ଥିତ ତହସିଲଦାରଙ୍କ ମାଧ୍ୟମରେ ଓଡିଶାର ମୁଖ୍ୟମନ୍ତ୍ରୀ, ଓଡିଶାର ରାଜ୍ୟପାଳ, ଭାରତର ପ୍ରଧାନମନ୍ତ୍ରୀ ଓ ଭାରତର ରାଷ୍ଟ୍ରପତିଙ୍କୁ ଗୋ ସୁରକ୍ଷା ଏବଂ ଗୋ ସୁରକ୍ଷା ଆଇନ ଆଣିବାକୁ ପ୍ରାର୍ଥନପତ୍ର ପ୍ରଦାନ କରିଥିଲେ | ଗଙ୍ଗାଧରପୁର ଷ୍ଟେସନ ଠାରୁ ଶତାଧିକ ଗୋସେବକ ମାନେ ଏକ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା କରି ଚିଲିକା ତହସିଲ ପର୍ଯ୍ୟନ୍ତ ଯାଇଥିଲେ ଓ ସେଠାରେ ଅତିରିକ୍ତ ତହସିଲଦାରଙ୍କୁ ନିଜର ପ୍ରାର୍ଥନା ପତ୍ର ପ୍ରଦାନକରିଥିଲେ |ସେହିପରି ବାଣପୁର ପଲଟନ ପଡିଆ ଠାରୁ ଏକ ଶାନ୍ତିପୂର୍ଣ ଶୋଭାଯାତ୍ରା କରି ବାଣପୁର ଅତିରିକ୍ତ ତହସିଲଦାରଙ୍କୁ ମଧ୍ୟ ଗୋ ସମ୍ମାନ ଆହ୍ୱାନ ଅଭିଯାନ ପ୍ରାର୍ଥନା ପତ୍ର ପ୍ରଦାନ କରିଥିଲେ |

ବିଭିନ୍ନ ପଂଚାୟତ ଏବଂ ଗ୍ରାମୀଣ ସ୍ତରରୁ ଗୋ ସେବାରେ ଥିବା ଭାଇମାନେ ସ୍ଥାନୀୟ ଜନସାଧାରଣଙ୍କୁ ଗୋ ମାତା କିଭଳି ରାଷ୍ଟ୍ର ମାତାର ଅଧିକାର ପାଇବେ, କିଭଳି ଗୋ ତସ୍କରୀ ଏବଂ ଗୋମାତା ହତ୍ୟା ବନ୍ଦ ହେବ, ଗୋଚାଲାଣରେ ବ୍ୟବହୃତ ଗାଡି ଜବତ ହେଲେ ଜାମିନ ନମିଳୁ ଏବଂ ସବୁଦିନ ପାଇଁ ଗାଡି ବାଜ୍ୟାପ୍ତ କରାଯାଇ ନିଲାମ କରାଯାଇ ଆସୁଥିବା ଅର୍ଥକୁ ଗୋସେବା ଦିଗରେ ଖର୍ଚ୍ଚ କରାଯାଉ |କମ୍ପାନୀ ମାନଙ୍କରୁ କିଛି ନିଦ୍ଧିଷ୍ଟ ସି.ଏସ.ଆର ପାଣ୍ଟି ଗୋ-ସେବା ଦିଗରେ ବ୍ୟବହାର କରାଯାଉ । ଏମିତି କିଛି ଦାବି ସହ ଗୋ ସୁରକ୍ଷା ଲୋକମାନଙ୍କୁ ସଚେତନ କରାଇ ସେମାନଙ୍କ ଦସ୍ତଖତପୂର୍ଣ୍ଣ ପତ୍ର ତହସିଲରେ ହସ୍ତାନ୍ତର କରାଯାଇଥିଲା

ଦିଲ୍ଲୀପ କୁମାର ଶତପଥୀ
ଚିଲିକା ପ୍ରତିନିଧି