ଜିଲ୍ଲା ସ୍ତରୀୟ ଟାଇକଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ

ବଲାଙ୍ଗିର ଜିଲ୍ଲା ଟାଇକଣ୍ଡୋ ସଂଘ ତରଫରୁ ସ୍ଥାନୀୟ ପୃଥ୍ୱୀରାଜ ହାଇସ୍କୁଲ ସେନ୍ଟନାରୀ ହଲରେ ଜିଲ୍ଲାସ୍ତରୀୟ ଟାଇକଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା ଟାଇକଣ୍ଡୋ ସଂଘର ସାଧାରଣ ସଂପାଦକ ତଥା ଜାତୀୟ ସ୍ତରୀୟ କୋଚ ଅସୀମ କୁମାର ଭୋଇଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ମୁଖ୍ୟ ଅତିଥି ରୂପେ ଅତିରିକ୍ତ ଜିଲ୍ଲାପାଳ ପବିତ୍ର ବେହେରା, ସମ୍ମାନୀୟ ଅତିଥି ସବ୍ ଡୀଭିଜୋନlଲ୍ ପୋଲିସ ଅଫିସର ସରୋଜ ଉପାଧ୍ୟାୟ ଓ ଓଡିଶା ଟାଇକଣ୍ଡୋ ସଂଘର ସାଧାରଣ ସଂପାଦକ ମନମୋହନ ଭଞ୍ଜ ଯୋଗଦାନ ଦେଇ କୃତି ଛାତ୍ର ଛାତ୍ରୀମାନଙ୍କୁ ମାନପତ୍ର ଓ ମେଡାଲ୍ ସହ ପୁରସ୍କୃତ କରିଥିଲେ
ଆଜି ଦିନରେ ଝିଅମାନଙ୍କ ପାଇଁ ଆତ୍ମରକ୍ଷା କୌଶଳ ଶିଖିବା ଅତ୍ୟନ୍ତ ଜରୁରୀ ଜାହାକି ଟାଇକଣ୍ଡୋ ର ଏହା ଏକ ଅଂଶ ବୋଲିି ମୁଖ୍ଯ ଅତିଥି ଶ୍ରୀ ବେହେରା କହିଥିବା ବେଳେ ପୋଲିସ ବିଭାଗର ଟ୍ରେନିଂ ସମୟରେ ଶାରିରୀକ ଖେଳକୁ ଅଧିକ ପ୍ରାଧାନ୍ୟ ଦିଆ ଜାଇଥlଏ ବୋଲି ସମ୍ମାନିତ ଅତିଥି ତାଙ୍କ ବକ୍ତବ୍ୟରେ କହିଛନ୍ତି । ମାନସିକ ସ୍ତରରେ ଓ ଶାରିରୀକ ସ୍ତରରେ ବିକାଶ ଆଣିବାକୁ କ୍ରୀଡାର ଅବଶ୍ୟକତା ରହିଥିବା କୋଚ୍ ଅସୀମ ଭୋଇ କହିଛନ୍ତି lଏଥିରେ ବଲାଙ୍ଗିର ଜିଲ୍ଲାର ବିଭିନ୍ନ କୋଣରୁ ଶତାଧିକ ଛାତ୍ର ଛାତ୍ରୀ ଭାଗ ନେଇଥିଲେ । କାର୍ଯ୍ୟକ୍ରମକୁ ଆନନ୍ଦ ପlଢି, ଭୁବନେଶ୍ବର ଭୋଇ ଓ ପ୍ରଫୁଲ୍ଲ ପଧାନ ସହଯୋଗ କରିଥିଲେ l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page