ନାରାୟଣ ସେବା ଫାଉଣ୍ଡେସନ ପକ୍ଷରୁ ବିଶ୍ୱ ତମାଖୁ ବର୍ଜନ ଦିବସ

ଭୁବନେଶ୍ୱର ତା 31/05/26 ସାମାଜିକ ଅନୁଷ୍ଠାନ ନାରାୟଣ ସେବା ଫାଉଣ୍ଡେସନ ପକ୍ଷରୁ ବିଶ୍ୱ ତମାଖୁ ବର୍ଜନ ଦିବସ ସଭାପତି ଶିବ ନାରାୟଣ ମିଶ୍ରଙ୍କ ପୌରହିତ୍ୟ ରେ ଅନୁଷ୍ଠିତ ହୋଇଯାଇଛି l ସତ୍ୟ ନଗର ବସ୍ତିରୁ ଏକ ପଥପ୍ରାନ୍ତ ସଭା ବାହାରି ବମିଖାଲ ସ୍ଥିତ କଲରା ବସ୍ତିଠାରେ ସମାପନ ହୋଇଥିଲା l ସମ୍ପାଦିକା ସମିତା ମହାରଣା ମତବ୍ୟକ୍ତ କରିଥିଲେ ଯେ ତମାଖୁ ସେବନ କରି ବିଶ୍ୱରେ ଲକ୍ଷ ଲକ୍ଷ ବ୍ୟକ୍ତି ମୃତ୍ୟୁମୁଖରେ ପଡୁଛନ୍ତି, ଯାହାକି ଘୋର ଚିନ୍ତା ଓ ପରିତାପର ବିଷୟ l ସମସ୍ତ ଯୁବପୀଢ଼ି ଏହାକୁ ବର୍ଜନ କରିବା ସହିତ ଏହାର ଭୟାଵହତା ସମ୍ପର୍କରେ ନିଜେ ଅବଗତ ହୋଇ ଅନ୍ୟ ମାନଙ୍କୁ ପ୍ରେରିତ କରିବା ଆବଶ୍ୟକ l ଅନୁଷ୍ଠାନର କୋଷାଧ୍ୟକ, ସାମ୍ବାଦିକ ଅରବିନ୍ଦ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ l କାର୍ଯ୍ୟକ୍ରମକୁ ସମାଜସେବୀ ସୀତାଂଶୁ ଶେଖର ମହାରଣା, ଅଭିନାଷ, ରାଜଶ୍ରୀ ପରିଚାଳନା କରିଥିଲେ l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page