ବାଲୁଗାଁ ପୋଲିସର ତତ୍‌ପରତା,ହଜି ଯାଇଥିବା ମୋବାଇଲ ମାଲିକଙ୍କୁ ଫେରାଇଲା।

ଚିଲିକା, ୯।୮:ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ପୋଲିସ ହଜିଯାଇଥିବା ଗୋଟିଏ ମୋବାଇଲ୍ ଫୋନ୍ ଉଦ୍ଧାର କରି ତାର ଅସଲି ମାଲିକଙ୍କୁ ଫେରାଇଦେଇଛି । ପୋଲିସର ଏହି ତ୍ୱରିତ କାର୍ଯ୍ୟାନୁଷ୍ଠାନକୁ ସ୍ଥାନୀୟ ଲୋକେ ପ୍ରଶଂସା କରିଛନ୍ତି ।
ସୂଚନା ମୁତାବକ, ବାଲୁଗାଁ ଥାନା ଅଧୀନ ଗୋବର୍ଦ୍ଧନପୁର ଗାଁର ଲଲାତେନ୍ଦୁ ସାହୁ(୩୧) ପିତା-ପୂର୍ଣ୍ଣ ଚନ୍ଦ୍ର ସାହୁଙ୍କର Oppo-F19 Pro Plus ମୋବାଇଲ୍ ୧୦-୦୧-୨୦୨୫ ତାରିଖରେ ହଜିଯାଇଥିଲା ।ହଜିଯାଇଥିବା ମୋବାଇଲର IMEI ନଂ 861932057848071 ଏବଂ 861932057848063 ବାଲୁଗାଁ ପୋଲିସ ଟେକ୍ନିକାଲ୍ ଟ୍ରାକିଂ ମାଧ୍ୟମରେ ମୋବାଇଲ୍ ଟିକୁ ଖୋଜି O୬ । ୦୮-୨୦୨୬ତାରିଖରେ ଉଦ୍ଧାର କରିଥିଲା । ଉଦ୍ଧାର ପରେ ପୋଲିସ ମୋବାଇଲ୍ ମାଲିକ ଲଲାତେନ୍ଦୁ ସାହୁଙ୍କୁ ଥାନାକୁ ଡାକି ଯାଞ୍ଚ ପରେ ମୋବାଇଲ୍ ଟିକୁ ତାଙ୍କୁ ହସ୍ତାନ୍ତର କରିଥିଲା Iମୋବାଇଲ୍ ପାଇବା ପରେ ଲଲାତେନ୍ଦୁ ସାହୁ ବାଲୁଗାଁ ପୋଲିସର ଏହି ସହାୟତା ପାଇଁ ଧନ୍ୟବାଦ ଜଣାଇଛନ୍ତି Iଉଦ୍ଧାର ସମୟରେ ସୁଜିତ୍ ମଣ୍ଡଳ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ମୋବାଇଲ୍ ମିଳିଥିବା ଜଣାପଡିଛି।ବାଲୁଗାଁ ଥାନା ଅଧିକାରୀଣୀ କହିଛନ୍ତି ଯେ ସାଧାରଣ ଲୋକଙ୍କ ହଜିଯାଇଥିବା ସାମଗ୍ରୀ ଫେରାଇବା ପାଇଁ ପୋଲିସ ସର୍ବଦା ପ୍ରୟାସରତ ।

ଦିଲ୍ଲୀପ କୁମାର ଶତପଥୀ
ଚିଲିକା ପ୍ରତିନିଧି

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page