ବୈଦ୍ୟରାଜ ମାଧବ ଚନ୍ଦ୍ର ନନ୍ଦଙ୍କ ଶ୍ରାଦ୍ଧ ଉତ୍ସବ ପାଳିତ।

ଖୋର୍ଦ୍ଧା,୧୦।୧୧:ରାଜ୍ୟର ବିଶିଷ୍ଟ କବିରାଜ ବୈଦ୍ୟ ସ୍ବର୍ଗତ ମାଧବ ଚନ୍ଦ୍ର ନନ୍ଦଙ୍କ ୩୮ ତମ ଶ୍ରାଦ୍ଧ ଉତ୍ସବ ଚିଲିକା ବ୍ଲକ ଅନ୍ତର୍ଗତ ଗଙ୍ଗାଧରପୁର ଶାସନ ସ୍ଥିତ ଜୟଦୁର୍ଗା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ମାଧଵଚନ୍ଦ୍ର ସ୍ମୃତି ସଂସଦ ଆନୁକୂଲ୍ୟରେ ଆୟୋଜିତ ଏହି ଉପଲକ୍ଷେ ସାଧାରଣ ସଭାରେ ସଂସଦ ର ସଭାପତି ରାମଚନ୍ଦ୍ର ଶତପଥି ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଚିଲିକା ବ୍ଲକର ପୂର୍ବତନ ଚ଼େୟାରମ୍ୟାନ ଲଳିତ ମୋହନ ପଟ୍ଟନାୟକ ଓ ମୁଖ୍ୟ ବକ୍ତା ଭାବେ ପ୍ରାକ୍ତନ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ପ୍ରତିଷ୍ଠାନର ବରିଷ୍ଠ ଶିକ୍ଷକ ପୀତବାସ ତ୍ରିପାଠୀ ଯୋଗଦେଇ ଥିବା ବେଳେ ସମ୍ମାନୀତ ଅତିଥି ଭାବେ ଗାୟକ ଦକ୍ଷିଣକେଶରୀ ରାମଚନ୍ଦ୍ର କର,


ପ୍ରାଧ୍ୟାପକ ଗଙ୍ଗାଧର ପ୍ରଧାନ, ନାଚୁଣୀ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ଼କ୍ଟର ରାଜକିଶୋର ସାହୁ, କୁମାଣ୍ଡଳ ଯୁବ ଜ୍ୟୋତି ହାଇସ୍କୁଲର ପ୍ରଧାନ ଶିକ୍ଷକ ଆଶିଷ କୁମାର ପତି, କବି ଶିବ ପ୍ରସାଦ ତ୍ରିପାଠୀ, ଗୀତା ପ୍ରବଚକ ଶରତ କୁମାର ହରିଚନ୍ଦନ, ପ୍ରମୁଖ ଯୋଗ ଦେଇ ସ୍ବର୍ଗତ ମାଧବ ଚନ୍ଦ୍ର ନନ୍ଦଙ୍କ ଉତ୍ସର୍ଗୀକୃତ ସେବା ତଥା ବହୁମୁଖୀ ପ୍ରତିଭା ଉପରେ ଆଲୋକ ପାତ କରି ଥିଲେ। ସାମ୍ବାଦିକ ପ୍ରଦୋଷ କୁମାର ଦାସଙ୍କ ମଞ୍ଚ ପରିଚାଳନା ରେ ପ୍ରାରମ୍ଭରେ ଅତିଥି ମାନଙ୍କ ଦ୍ୱାରା ସ୍ବର୍ଗତ ମାଧବ ଚନ୍ଦ୍ର ନନ୍ଦ ଓ ତାଙ୍କର ଧର୍ମପତ୍ନୀ ସ୍ବର୍ଗତା ସରଯୁବାଳା ନନ୍ଦ ଙ୍କ ଫୋଟୋ ଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା। ଏହି ଅବସରରେ ବିଭିନ୍ନ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ସଂସଦ ପକ୍ଷରୁ ହୋଇଥିବା ପ୍ରତିଯୋଗିତା ର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।ସଂସଦ ର କର୍ମକର୍ତ୍ତା ସୀତାକାନ୍ତ ନନ୍ଦ ଧନ୍ୟଵାଦ ପ୍ରଦାନ କରିଥିବା ବେଳେ ସଭାପତି ରାମଚନ୍ଦ୍ର ଶତପଥୀ

ପ୍ରାରମ୍ଭିକ ସୂଚନା ଦେଇଥିଲେ ଏବଂ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ପୂର୍ବରୁ ସଂସଦ ପକ୍ଷରୁ ହରିପୁର ସ୍ଥିତ ପି ଏମ ଶ୍ରୀ ଲକ୍ଷ୍ମୀଧର ବିଦ୍ୟାପୀଠ ପରିସରରେ ମାଧବ ଚନ୍ଦ୍ର ସ୍ମୃତି ନିର୍ଝର ଶୀର୍ଷକ ଏକ ପାନୀୟ ଜଳ ଭଣ୍ଡାର ର ଉଦଘାଟନ କରାଯାଇଥିଲା।କାର୍ଯ୍ୟକ୍ରମ କୁ ସାମଗ୍ରିକ ଭାବେ ସ୍ବର୍ଗତ ନନ୍ଦ ଙ୍କ ସୁପୁତ୍ର ସୁଧୀର କୁମାର ନନ୍ଦ ଓ ସୁଶୀଲ କୁମାର ନନ୍ଦ ପରିଚାଳନା କରିଥିଲେ।

ଦିଲ୍ଲୀପ କୁମାର ଶତପଥୀଜିଲ୍ଲା ପ୍ରତିନିଧି, ଖୋର୍ଦ୍ଧା

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page