ମା’ ଭଗବତୀଙ୍କ ଇ- ହୁଣ୍ଡି ଓ ବାହାର ହୁଣ୍ଡିରୁ ମିଳିଲା ପ୍ରଥମ ଦାନ ଅର୍ଥ

ଚିଲିକା: ଜାନୁୟାରୀ ମାସ ଶେଷ ଦିନରେ ବାଣପୁରର ଅଧିଷ୍ଠାତ୍ରୀ ଦେବୀ ମା’ଭଗବତୀଙ୍କ ମନ୍ଦିରର ଇ- ହୁଣ୍ଡିରୁ ଶ୍ରଦ୍ଧାଳୁମାନଙ୍କ ପ୍ରଥମ ଦାନ ଅର୍ଥ ସଂଗ୍ରହ କରାଯାଇଛି। ଜାନୁୟାରୀ ମାସ ୩୧ ତାରିଖ ରାତି ୧୨ଘଟିକା ସୁଧା ମୋଟ ଜମା ଆୟ ଟ୧୯,୫୭୩.୯୯ (ଉଣିଶି ହଜାର ପାଞ୍ଚଶହ ତେସ୍ତରୀଟଙ୍କା ଅନେଶ୍ୱତପଇସା ମାତ୍ର)ବୋଲି ୟୁକୋ ବ୍ୟାଙ୍କ ସୂତ୍ରରୁ ଜଣା ପଡିଛି । ଦୂର ଦୂରାନ୍ତରେ ଥିବା ଶ୍ରଦ୍ଧାଳୁମାନେ ମା’ଙ୍କ ଦୈନଦିନ ସେବା ପାଇଁ ଏହି ଇ-ହୁଣ୍ଡି ଦ୍ୱାରା ଅର୍ଥଦାନ କରୁଥିବାରୁ ସ୍ଥାନୀୟ ୟୁ. କୋ ବ୍ୟାଙ୍କ ତରଫରୁ ଜାନୁୟାରୀ ମାସରୁ ମନ୍ଦିରରେ ଏହି ସୁବିଧା ଯୋଗାଇଦିଆଯାଇଛି।

ଶ୍ରଦ୍ଧାଳୁମାନେ ଫୋନ-ପେ ମାଧ୍ୟମରେ ପଠାଉଥିବା ଦାନ ଅର୍ଥ ମା’ଙ୍କ ଦେବୋତ୍ତର କାର୍ଯ୍ୟାଳୟ ନାମ ରେ ୟୁ.କୋ ବ୍ୟାଙ୍କ ରେ ଥିବା ଜମାଖାତାରେ ସିଧାସଳଖ ଜମାହୋଇପାରୁଥିବା ସହିତ ଦାତା ଶ୍ରଦ୍ଧାଳୁମାନଙ୍କ ନାମ ମଧ୍ୟ ଜମାଖାତାରେ ରେକର୍ଡ଼ ଭୁକ୍ତ ହୋଇପାରୁଛି । ସେହିପରି ବାହାର ହୁଣ୍ଡିରୁ ନଗଦ ଟ୨,୦୭,୨୭୧.୦୦ ପଇସା (ଦୁଇ ଲକ୍ଷ, ସାତ ହଜାର, ଦୁଇଶହ ଏକ ସ୍ତରୀଟଙ୍କା) ମାତ୍ର ସହିତ କୋଡିଏକ୍ୟାରେଟ୍ ବିଶିଷ୍ଟ ୬୧ ଗ୍ରାମ ୪୦୦ମିଲିଗ୍ରାମର ଚେନ୍ ସହ ୨୩ଟି ଖାସୁଥାଇ ଏକ ସୁନାର ଖାସୁମାଳ,୧୪ ଗ୍ରାମ ୨୧୦ ମିଲିଗ୍ରାମରୂପାର ଏକ ପାଉଞ୍ଜି, ୭୦ ମିଲିଗ୍ରାମରୂପାର ୪ଟି ଆଖି ସଂଗ୍ରହ କରାଯାଇ ମନ୍ଦିର ୟୁ.କୋ ବ୍ୟାଙ୍କ ଜମାଖାତାରେ ଜମାକରାଯାଇଛି। ମନ୍ଦିର ପରିଚାଳନା କମିଟିର ସଭ୍ୟା ସ୍ଥାନୀୟ ମଣ୍ଡଳ ଉନ୍ନୟନ ଅଧିକାରିଣୀ ଶୀତଲ ଅଗ୍ରୱାଲ, ବାଣପୁର ଥାନା ପୋଲିସ୍, ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସ, ମା’ ଙ୍କ ପାଖରେ ଧୂପଦୀପ ଦେଇ ଏହି ହୁଣ୍ଡି ଖୋଲିଥିବା ବେଳେ ସାମ୍ବାଦିକ କ୍ୟାମେରାମ୍ୟାନ୍ ବ୍ରଜକିଶୋର ଜେନା, ପୂଜକ ପ୍ରକାଶ ମହାପାତ୍ର, ପାଳିଆ ମାଳି ସେବକ ସଂଜୟ କୁମାର ମହାପାତ୍ର, କର୍ମଚାରୀ ସୁରେନ୍ଦ୍ରକୁମାର ସାହୁ, ଅକ୍ଷୟ କୁମାର ମିଶ୍ର, ଅଶ୍ୱିନୀ ମିଶ୍ର ଓ କମଳ ମିଶ୍ର ଏହି ଅର୍ଥ ସଂଗ୍ରହ ଓ ଗଣତିରେ ସହଯୋଗ କରିଥିଲେ । ଉଭୟ ହୁଣ୍ଡିରୁ ସଂଗୃହୀତ ଦାନ ଅର୍ଥ ମା’ଙ୍କ ଦୈନନ୍ଦିନ ଭୋଗ ସେବାରେ ଲାଗିବ ବୋଲି ନିର୍ବାହୀ ଅଧିକାରୀ ପ୍ରକାଶ କରିଛନ୍ତି ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page