ବାଲିଅନ୍ତା, ୩୧/୫ ବିଶ୍ୱ ଋତୁଶ୍ରାବ ଦିବସ ଅବସରରେ ଶୈଳବାଳା ଫାଉଣ୍ଡେସନ ଓ ଚାଇଲ୍ଡ ହେଲ୍ପ ଫାଉଣ୍ଡେସନ, ଭୁବନେଶ୍ୱର ତରଫରୁ ଯଶୁଆପୁର ଗ୍ରାମରେ ଏକ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ପିଲାମାନଙ୍କ ମଧ୍ୟରେ ଚିତ୍ରାଙ୍କନ, ସାଧାରଣ ଜ୍ଞାନ ଓ ସ୍ଲୋଗାନ ପ୍ରତିଯୋଗିତା କରାଯାଇ ଅତିଥିମାନଙ୍କ ଦ୍ୱାରା ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଚାଇଲ୍ଡ ହେଲ୍ପ ଫାଉଣ୍ଡେସନର ଓଡ଼ିଶା ଶାଖା ମୁଖ୍ୟ ନମ୍ରତା ପ୍ରସାଦ, ଜୟନ୍ତ କୁମାର ପରିଡା ଓ ଶୈଳବାଳା ଫାଉଣ୍ଡେସନର ଫାଉଣ୍ଡର ସଦସ୍ୟା ବେବି ନାୟକ, ମୁଖ୍ୟ ଅଥିତି ଭାବେ ପ୍ରକୃତିବନ୍ଧୁ ଦୀନବନ୍ଧୁ ଭୋଇ, ସମ୍ମାନୀତ ଅଥିତି ଭାବେ ସମିତି ସଭ୍ୟ ରଞ୍ଜନ କୁମାର ମହାପାତ୍ର , ଶସ୍ମିତା ଚୌଧୁରୀ ଯୋଗଦେଇ ଋତୁଶ୍ରାବ ସମ୍ପର୍କିତ ସ୍ୱାସ୍ଥ୍ୟ, ସ୍ୱଚ୍ଛତା ଓ ସୁରକ୍ଷା ବିଷୟରେ ବିଭିନ୍ନ ତଥ୍ୟ ଅଭିଭାଷଣରେ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମମି ଘଡ଼ାଇ, ଶିକ୍ଷୟିତ୍ରୀ, ବେବି ବବଲସ ପ୍ରି-ସ୍କୁଲ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ୩୦ରୁ ଅଧିକ ପିଲା ଅଂଶଗ୍ରହଣ କରିଥିଲେ। ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ପିଲାମାନଙ୍କୁ ପୁରସ୍କାର ସହ ନାମକିନ ଓ ହ୍ୟାଣ୍ଡୱାସ ମଧ୍ୟ ବଣ୍ଟନ କରାଯାଇଥିଲା। ଏହି ଅବସରରେ ସଚେତନତାମୂଳକ ସ୍ଲୋଗାନ ମାଧ୍ୟମରେ ସମାଜରୁ କୁପ୍ରଥା ଓ ଲଜ୍ଜା ଭାବନା ଦୂର କରିବାକୁ ଆହ୍ୱାନ ଦିଆଯାଇଥିଲା।
“ଲାଜ ନୁହେଁ, ସଚେତନତା ଜରୁରୀ; ସ୍ୱଚ୍ଛତା ହିଁ ନାରୀର ସୁରକ୍ଷା ପାଚେରୀ” ଏବଂ
“ସୁସ୍ଥ ଶରୀର, ସୁସ୍ଥ ମନ; ଋତୁଶ୍ରାବ ସ୍ୱଚ୍ଛତା ପ୍ରତି ଦିଅନ୍ତୁ ଧ୍ୟାନ” ପରି ସ୍ଲୋଗାନ ଉପସ୍ଥିତ କରାଯାଇଥିଲା ।ଏହି କାର୍ଯ୍ୟକ୍ରମକୁ ପ୍ରଦୀପ ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ ।
Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp
Social Share On:
Related News
ଯଶୁଆପୁରରେ ବିଶ୍ୱ ଋତୁଶ୍ରାବ ଦିବସ ପାଳିତ
ବାଲିଅନ୍ତା, ୩୧/୫ ବିଶ୍ୱ ଋତୁଶ୍ରାବ ଦିବସ ଅବସରରେ ଶୈଳବାଳା ଫାଉଣ୍ଡେସନ ଓ ଚାଇଲ୍ଡ ହେଲ୍ପ ଫାଉଣ୍ଡେସନ, ଭୁବନେଶ୍ୱର ତରଫରୁ ଯଶୁଆପୁର ଗ୍ରାମରେ ଏକ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ପିଲାମାନଙ୍କ ମଧ୍ୟରେ ଚିତ୍ରାଙ୍କନ, ସାଧାରଣ ଜ୍ଞାନ ଓ ସ୍ଲୋଗାନ ପ୍ରତିଯୋଗିତା କରାଯାଇ
ପିସିସି ସଭାପତିଙ୍କୁ ସମ୍ବର୍ଦ୍ଧନା
ବାଲିଅନ୍ତା,୩୧|୫(ଗୋବର୍ଦ୍ଧନ ଦାସ):ଘର ବାହୁଡ଼ିଲେ ପିପିଲି ନିର୍ବାଚନମଣ୍ଡଳୀ କଂଗ୍ରେସର ଜଣାଶୁଣା ରାଜନେତା ସ୍ବର୍ଗତଃ ଯୁଧିଷ୍ଠିର ସାମନ୍ତରାୟଙ୍କ ପୁଅ ପ୍ରିୟବ୍ରତ ଓରଫ ରାଜା l ବାପା ସ୍ବର୍ଗତଃ ସାମନ୍ତରାୟ ପୂର୍ବରୁ କଂଗ୍ରେସର ଜଣେ ତୁଙ୍ଗ ନେତା ଥିବାବେଳେ ଗତ ନିର୍ବାଚନରେ ବାପା ଓ ପୁଅ
ମହାନଦୀ ବଞ୍ଚାଓ ଆନ୍ଦୋଳନ
ମହାନଦୀରେ ଉପଲବ୍ଧ ଜଳ ରାଶି ସମ୍ପର୍କରେ ଚିନ୍ତନ ବୈଠକ ଅନୁଷ୍ଠିତ lଶାସକ ଦଳକୁ ଛାଡି ଯୋଗ ଦେଲେ ସବୁ ରାଜନୈକ ଦଳ l ମହାନଦୀରେ ପ୍ରକୃତରେ କେତେ ପାଣି ଉପଲବ୍ଧ ତାକୁ ନେଇ ଦିଲ୍ଲୀରେ ହେବ ଜାତୀୟ ବୈଷୟିକ ଚିନ୍ତନ ବୈଠକ
ସ୍ୱର୍ଣ୍ଣକାର ସଂଘ ପାଳନ କଲେ ବିଶ୍ଵ ତମାଖୁ ବର୍ଜନ ଦିବସ
ବାଲିଅନ୍ତା,୩୧|୫(ଗୋବର୍ଦ୍ଧନ ଦାସ):ଭୁବନେଶ୍ୱର ସ୍ୱର୍ଣ୍ଣକାର ସଂଘ ପକ୍ଷରୁ ଶାନ୍ତିସ୍ତୁପ ଧଉଳିରେ "ବିଶ୍ଵ ତମାଖୁ ବର୍ଜନ ଦିବସ" ପାଳନ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଧଉଳି ଥାନା ଅଧିକାରୀ ସ୍ମୃତି ରଞ୍ଜନ ମହାନ୍ତି, ଏସ. ଆଇ ପ୍ରବୀର ଲେଙ୍କା ଓ ସମାଜ ସେବୀ ମଦମୁକ୍ତ
ନାରାୟଣ ସେବା ଫାଉଣ୍ଡେସନ ପକ୍ଷରୁ ବିଶ୍ୱ ତମାଖୁ ବର୍ଜନ ଦିବସ
ଭୁବନେଶ୍ୱର ତା 31/05/26 ସାମାଜିକ ଅନୁଷ୍ଠାନ ନାରାୟଣ ସେବା ଫାଉଣ୍ଡେସନ ପକ୍ଷରୁ ବିଶ୍ୱ ତମାଖୁ ବର୍ଜନ ଦିବସ ସଭାପତି ଶିବ ନାରାୟଣ ମିଶ୍ରଙ୍କ ପୌରହିତ୍ୟ ରେ ଅନୁଷ୍ଠିତ ହୋଇଯାଇଛି l ସତ୍ୟ ନଗର ବସ୍ତିରୁ ଏକ ପଥପ୍ରାନ୍ତ ସଭା ବାହାରି ବମିଖାଲ
ଜିଲ୍ଲା ସ୍ତରୀୟ ଟାଇକଣ୍ଡୋ ପ୍ରତିଯୋଗିତା ଉଦ୍ଯାପିତ
ବଲାଙ୍ଗିର ଜିଲ୍ଲା ଟାଇକଣ୍ଡୋ ସଂଘ ତରଫରୁ ସ୍ଥାନୀୟ ପୃଥ୍ୱୀରାଜ ହାଇସ୍କୁଲ ସେନ୍ଟନାରୀ ହଲରେ ଜିଲ୍ଲାସ୍ତରୀୟ ଟାଇକଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା ଟାଇକଣ୍ଡୋ ସଂଘର ସାଧାରଣ ସଂପାଦକ ତଥା ଜାତୀୟ ସ୍ତରୀୟ କୋଚ ଅସୀମ କୁମାର ଭୋଇଙ୍କ ନେତୃତ୍ୱରେ
ବାରଙ୍ଗ ଥାନା ଥାର୍ଡ଼ ଡିଗ୍ରୀ ମାମଲାରେ ନୂଆ ଏକ ମୋଡ
ଉତ୍କଳ ବୁଲେଟିନ୍, ୩୧/୫:(ପ୍ରିୟବ୍ରତ ବାରିକ) ବାରଙ୍ଗ ଥାନା ଥାର୍ଡ଼ ଡିଗ୍ରୀ ଘଟଣାର ଆଉ ଏକ ନୂଆ ସନ୍ଦେହ ଦେଖାଦେଇଛି । ବାରଙ୍ଗ ପୋଲିସ ଏବଂ ମେଡ୍ ଏକ୍ସ ହସ୍ପିଟାଲ୍ ବି ସନ୍ଦେହ ପରିସରକୁ ଆସିଛି । ରାକେଶ ବେହେରା ଥାନା କୁ
ବାଲିଅନ୍ତା ବ୍ଲକରେ ଜିପିସିପିସି ସଦସ୍ୟମାନଙ୍କ ପାଇଁ ତାଲିମ କାର୍ଯ୍ୟକ୍ରମ ଆୟୋଜିତ
ବାଲିଅନ୍ତା, ୩୦/୫(ଗୋବର୍ଦ୍ଧନ ଦାସ) : ରାଜ୍ୟର ଅନ୍ୟତମ ଅଗ୍ରଣୀ ସ୍ଵେଚ୍ଛାସେବୀ ସଂଗଠନ ପିପୁଲସ୍ କଲ୍ଚରାଲ ସେଣ୍ଟର (ପିକକ୍) ପକ୍ଷରୁ ଆଡପ୍ଟସେଣ୍ଟ୍ରମ୍ର ସହଯୋଗ ଏବଂ ବାଲିଅନ୍ତା ପଞ୍ଚାୟତ ସମିତିର ସହାୟତାରେ ବାଲିଅନ୍ତା ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷଠାରେ ଗ୍ରାମ ପଞ୍ଚାୟତ ଶିଶୁ ସୁରକ୍ଷା
ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ପବିତ୍ରଙ୍କ ବିୟୋଗରେ ଗଭିର ଶୋକପ୍ରକାଶ
ଭୁବନେଶ୍ୱର ତା 29/05/26 ଯୁବ ସାମ୍ବାଦିକ, ସିନେ ସମୀକ୍ଷକ, ଗାଳ୍ପିକ, ସାମାଜିକ କର୍ମୀ ପବିତ୍ର ଗୌଡ଼ଙ୍କ ବିୟୋଗରେ ପୁଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ଗଭିର ଶୋକବ୍ୟକ୍ତ କରାଯିବା ସହ ପବିତ୍ରଙ୍କ ପ୍ରତିଭା ଆଗାମୀ ଯୁବ ପ୍ରତିଭାଙ୍କୁ ସର୍ବଦା ପ୍ରେରଣା ଯୋଗାଇବ
ଦୟାନଦୀର ବାଲିରେ ଭଗବାନବୁଦ୍ଧଙ୍କ ୧୩୭ ଫୁଟର ବାଲୁକାକଳାଶାନ୍ତି ଓ ଅହିଂସାକୁ ଅନୁପାଳନ କରିବାପାଇଁ ବାର୍ତ୍ତା
ବାଲିଅନ୍ତା,୨୮|୫(): ଭୁବନେଶ୍ୱର ଉପକଣ୍ଠ ପୁଣ୍ୟତୋୟା ଦୟାନଦୀରେ ଦେଖିବାକୁ ମିଳିଥିଲା ଭଗବାନ ବୁଦ୍ଧଙ୍କ ବିରାଟକାୟ ବାଲୁକାକଳା l ଏହାକୁ ଦେଖିବାପାଇଁ ଦୟାସେତୁ ଠାରୁ ଆରମ୍ଭ କରି ଦୟାନଦୀ ପର୍ଯ୍ୟନ୍ତ ଲୋକଙ୍କ ଗହଳି ଲାଗିଥିଲା l ଓଡିଶା ଇତିହାସର ମୁକସାକ୍ଷୀ ରକ୍ତରନଦୀ ଦୟାନଦୀରେ ଶାନ୍ତିର
ନାଚୁଣୀ ଥାନା ଅଧିକାରୀଙ୍କୁ ବିଶ୍ୱହିନ୍ଦୁ ଓ ବଜରଙ୍ଗ ଦଳର କର୍ମକର୍ତ୍ତା ଭେଟିଲେ ।
ଚିଲିକା,୨୯।୫:ଆଜି ନାଚୁଣୀ ଥାନା ନୂତନ ଭାରପ୍ରାପ୍ତ ଅଧିକାରୀ ବିଭୁତି ଭୂଷଣ ମହାପାତ୍ରଙ୍କୁ ସ୍ଥାନୀୟ ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର କର୍ମ କର୍ତ୍ତାମାନେ ଭେଟି ନୂତନ ଥାନା ଅଧିକାରୀ ଭାବେ ଯୋଗ ଦେଇଥିବାରୁ ସ୍ୱାଗତ କରିବା ସହ ଓ ବିଭିନ୍ନ ବିଷୟରେ
ବିଟ୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଐତିହାସିକ ସଫଳତା
ଢେଙ୍କାନାଳ: ଗୋବିନ୍ଦପୁର ବିଟ୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଚଳିତ ବର୍ଷର ଯୁକ୍ତ ଦୁଇ ପରୀକ୍ଷା ଫଳରେ ବିଦ୍ୟାଳୟ ଶତ ପ୍ରତିଶତ ସଫଳତା ହାସଲ କରି ନୂତନ ସଫଳତାର ଅଧ୍ୟାୟ ଲେଖିଛି। ଏହି ବର୍ଷ ୯୫ ପ୍ରତିଶତ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଏବଂ
ବାଳକାଟି ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରରେ ଜଳସେବାମାନବିକତା ଦେଖାଇଲେ “ନିର୍ମଳ” କର୍ମଚାରୀ
ବାଲିଅନ୍ତା,୨୭|୫:ସମଗ୍ର ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି l ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ସାମାଜିକ ଅନୁଷ୍ଠାନ, ସ୍ବେଛାସେବୀ ମାନେ ପ୍ରମୁଖ ସ୍ଥାନରେ ଜଳସେବା କରୁଥିବା ନଜିର ରହିଛି l ଏହି ଅବସରରେ ବାଳକାଟି ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରରେ
ଆଦର୍ଶ ଶିକ୍ଷକ ଓ କୃତିତ୍ୱ ବିଦ୍ୟାର୍ଥି ଙ୍କୁ ଭବ୍ୟ ପ୍ରତିଭା ସମ୍ବର୍ଦ୍ଧନା।
ବାଲିଅନ୍ତା ୨୭/୦୫ (ଗୋବର୍ଦ୍ଧନ ଦାସ):-ବାଳକାଟି ସ୍ଥିତ ନିର୍ମାଣ କନଫରେନ୍ସ ହଲ୍ଠାରେ ଏକ ଭବ୍ୟ ପ୍ରତିଭା ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି। ଗୀତାଞ୍ଜଳି ଇଣ୍ଡିଆ ଫାଉଣ୍ଡେସନ, ଅରବିନ୍ଦ ୟୁଥ୍ ଆଣ୍ଡ ସୋସିଆଲ ଚାରିଟେବୁଲ ଟ୍ରଷ୍ଟ ଏବଂ 'ସାଇପୋ'ର ମିଳିତ ଆନୁକୁଲ୍ୟରେ ‘୯ମ ଗୀତାଞ୍ଜଳି
ମହାସମାରୋହରେ ବ୍ରହ୍ମେଶ୍ବର ଚନ୍ଦନ ଉତ୍ସବ ପାଳିତ।
ବାଲିଅନ୍ତା ୨୬/୦୫/(ଗୋବର୍ଦ୍ଧନ ଦାସ):- ଭୁବନେଶ୍ଵର ଟଙ୍କପାଣିରୋଡସ୍ଥିତ, ଚିଲିପୋଖରୀଠାରେ “କଳିଙ୍ଗ ସଂସ୍କୃତି ଓ ଐତିହ୍ୟ ସୁରକ୍ଷା ମଞ୍ଚ (କାପୋକ)”ର ଅଧ୍ୟକ୍ଷ ତଥା ଓଡିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ସଂଗ୍ରାମ କେଶରୀ ପାଇକରାୟ, ପୂର୍ବତନ କର୍ପୋରେଟର ଶ୍ରୀ ମଳୟ
ଓଡ଼ିଶା ପୁଲିସରେ ବଡ଼ ନିଯୁକ୍ତି, ୭,୬୬୪ ପଦ ପୂରଣ ହେବ
ଓଡ଼ିଶାରେ ପୁଲିସ ନିଯୁକ୍ତିକୁ ନେଇ ରାଜ୍ୟ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ଗୃହ ବିଭାଗ ପକ୍ଷରୁ ଜାରି ଏକ ଅଧିକୃତ ଆଦେଶ ଅନୁଯାୟୀ, କନଷ୍ଟେବଳ ଠାରୁ ଆରମ୍ଭ କରି ସବ୍-ଇନ୍ସପେକ୍ଟର ପର୍ଯ୍ୟନ୍ତ ମୋଟ ୭,୬୬୪ଟି ଖାଲି ପଦବୀର ନିଯୁକ୍ତି
ଓଡିଶା ଉଦ୍ୟୋଗୀ ପରିବାରର ମାସିକ ବୈଠକ
ଭୁବନେଶ୍ୱର ତା 27/05/26 ଓଡିଶା ଉଦ୍ୟୋଗୀ ପରିବାରର ମାସିକ ବୈଠକ ସ୍ଥାନୀୟ ବୁଦ୍ଧମନ୍ଦିର ପରିସରରେ ଅଧ୍ୟକ୍ଷ, ପ୍ରତିଷ୍ଠାତା ଶିବ ନାରାୟଣ ମିଶ୍ରଙ୍କ ସଭାପତିତ୍ବ ଓ ବିଜୟ କୁମାର ସାହୁ ଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ସଂଯୋଜକ ଭାବେ ବିଶିଷ୍ଟ
ସମର୍ପିତ, ନିଷ୍ଠାପର ପୁଜ୍ୟପୂଜା ବ୍ୟକ୍ତିତ୍ୱ ଭାବେ ବ୍ରଜଭାଇ ଚିରସ୍ମରଣୀୟ ରହିବେ / ରାଜଧାନୀରେ ଶହୀଦ ରଘୁ-ଦିବାକାରଙ୍କ ଭବ୍ୟ ପ୍ରତିମୂ ର୍ି ପାଇଁ ପ୍ରୟାସ ହେବ
ଭୁବନେଶ୍ୱର ତା:୨୬/୦୫/୨୬ ଗଣମାଧ୍ୟମ ଓ ସାମାଜିକ ଅନୁଷ୍ଠାନ “ଉକôଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ” ପକ୍ଷରୁ ସ୍ଥାନୀୟ ଖାରବେଳନଗର ସ୍ଥିତ ଗୋଦାବରୀଶ ସାହିତ୍ୟ ସଂସଦ ଠାରେ ସମ୍ପାଦକ ଅରବିନ୍ଦ ତ୍ରିପାଠୀଙ୍କ ସଂଯୋଜନାରେ ବରିଷ୍ଠ ପୁଜ୍ୟପୂଜା ପ୍ରାଣ, ଶହୀଦ ଦିବାକର ପରିଡ଼ାଙ୍କ ସୁଯୋଗ୍ୟ ଦାୟାଦ,
ଝିଣ୍ଟିଶାସନ ପଞ୍ଚାୟତରେ ମାଗଣା ଚକ୍ଷୁସେବା ଶିବିର
ବାଲିଅନ୍ତା,୨୬|୫:ସ୍ଥାନୀୟ ଝିଣ୍ଟି ଶାସନ ପଞ୍ଚାୟତ ପରିସରରେ ପଟିଆ ସ୍ଥିତ ଏଲ.ଭି ପ୍ରସାଦ ଚକ୍ଷୁ ହସ୍ପିଟାଲ ପକ୍ଷରୁ ବିଶେଷଜ୍ଞ ଡାକ୍ତରଙ୍କ ଦ୍ୱାରା ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ସ୍ଥାନୀୟ ଅଞ୍ଚଳର ବହୁ ଗରିବ
ବିପ୍ଲବୀ ନାଟ୍ୟକାର ତଥା ବିଶିଷ୍ଟ ଗାନ୍ଧୀବାଦୀ ସ୍ଵାଧୀନତା ସଂଗ୍ରାମୀ ପରଶୁରାମ ହରିଚନ୍ଦନଙ୍କ ୪୯ତମ ଶ୍ରାଦ୍ଧୋତ୍ସବ ପାଳିତ,
ଚିଲିକା,୨୬।୫: ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ,ବିପ୍ଲବୀ ନାଟ୍ୟକାର, ସମାଜ ସୁଧାର କ ତଥା ବାଣପୁର ବ୍ଲକର ପ୍ରଥମ ଚେୟାରମ୍ୟାନ ସ୍ଵର୍ଗତ ପରଶୁରାମ ହରିଚ଼ ନ୍ଦନଙ୍କ ୪୯ ତମ ଶ୍ରାଦ୍ଧୋତ୍ସବ ଓଡିଶା ସାହିତ୍ୟ ଏକାଡେମୀ ଏବଂ ପରଶୁରାମ ହରିଚନ୍ଦନ ସ୍ମୃତି କମିଟିର ମିଳିତ ଆନୁକୂଲ୍ୟରେ
Politics
ଜନଗଣନା କାର୍ଯ୍ୟକ୍ରମ ପାଇଁ ନିଯୁକ୍ତି ପତ୍ର ପ୍ରଦାନ
ବିଏମସିର ବେଆଇନ ୟୁଜରଫି ବିରୁଦ୍ଧରେ ବିଚାର ବିମର୍ଶ ସଭା
Entertainment
ଯଶୁଆପୁରରେ ବିଶ୍ୱ ଋତୁଶ୍ରାବ ଦିବସ ପାଳିତ
ପିସିସି ସଭାପତିଙ୍କୁ ସମ୍ବର୍ଦ୍ଧନା
ମହାନଦୀ ବଞ୍ଚାଓ ଆନ୍ଦୋଳନ