ଖୋର୍ଦ୍ଧା,୨୪।୧୦: ଗାୟକରତ୍ନ ସ୍ବର୍ଗତ ଲୋକନାଥ କରଙ୍କର ଶେଷତମ ପାଳିଆ ଶତାୟୁ ପୁରୁଷ ସ୍ବର୍ଗତ ଚକ୍ରଧର ମୁଦୁଲିଙ୍କ ର ବିୟୋଗ ଜନିତ ଦ୍ୱାଦଶାହ ଶ୍ରଦ୍ଧାଞ୍ଜଳୀ ସଭା ତାଙ୍କର କହ୍ନେଇପୁର ସ୍ଥିତ ବାସ ଭବନ ସମ୍ମୁଖରେ ନାଚୁଣୀର ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ଜାଗୃତିକା ପକ୍ଷରୁ ଅନୁଷ୍ଠିତ ହୋଇ ଯାଇଛି। ବିଶିଷ୍ଟ ସାହିତ୍ୟିକ ତଥା ଜାଗୃତିକାର ବରିଷ୍ଠ ଉପଦେଷ୍ଠା ଗାୟକ ଦକ୍ଷିଣ କେଶରୀ ରାମଚନ୍ଦ୍ର କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶ୍ରଦ୍ଧାଇ୍ଚଳୀ ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ଜାଗୃତିକାର ସଭାପତି ପ୍ରଫେସର ଗଙ୍ଗାଧର ପ୍ରଧାନ,ଯୁବ ଜ୍ୟୋତି ହାଇସ୍କୁଲର ପ୍ରଧାନ ଶିକ୍ଷକ ଆଶିଷ କୁମାର ପତି, ପାରିଓରଡ ହାଇସ୍କୁଲ ପ୍ରଧାନ ଶିକ୍ଷକ ଦୁର୍ଯ୍ୟୋଧନ ପ୍ରଧାନ, ଶିକ୍ଷକ ଶିବପ୍ରସାଦ ତ୍ରିପାଠୀ, ପଣ୍ଡିତ ଭବାନୀ ଶଙ୍କର ମହାପାତ୍ର, ସଂଗୀତଜ୍ଞ ଅଜିତ କୁମାର ମିଶ୍ର, ପ୍ରାକ୍ତନ ମଣ୍ଡଳ ଉନ୍ନୟନ ଅଧିକାରୀ କାଳୁ ଚରଣ ସାମନ୍ତରାୟ,ଅଇଁଠା ମୁଦୁଲି, ଜାଗୃତିକାର ସମ୍ପାଦକ ବିରଞ୍ଚି ନାରାୟଣ ପ୍ରସାଦ ନାୟକ ପ୍ରମୁଖ ଯୋଗଦେଇ ସ୍ବର୍ଗତ ଚକ୍ରଧର ମୁଦୁଲିଙ୍କ ଆଧ୍ୟାତ୍ମିକ, ପାରିବାରିକ, ସାମାଜିକ ଏବଂ ସାଂସ୍କୃତିକ ଜୀବନ ଉପରେ ଆଲୋକ ପାତ କରି ତାଙ୍କର କର୍ମମୟ ଜୀବନର ଭୁୟସୀ ପ୍ରଶଂସା କରିଥିଲେ। ପ୍ରାରମ୍ଭରେ ଅତିଥି ମାନଙ୍କ ଦ୍ୱାରା ସ୍ବର୍ଗତ ମୁଦୁଲିଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ ପୂର୍ବକ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।ରାମଚନ୍ଦ୍ର ହରିଚନ୍ଦନ ପବିତ୍ର ଭାଗବତ ଗୀତାର କର୍ମଯୋଗ ଆବୃତ୍ତି କରିଥିଲେ।ନାଟ୍ୟକାର ଭିକାରୀ ଚରଣ ପ୍ରଧାନ ପ୍ରାରମ୍ଭିକ ଅଭିଭାଷଣ ଦେବା ସହ ଧନ୍ୟବାଦ ଅର୍ପଣ କରିଥିଲେ। ପରିବାର ବର୍ଗ ପକ୍ଷରୁ ସାମଗ୍ରିକ ଭାବେ କାର୍ଯ୍ୟକ୍ରମର ସୁ ଆୟୋଜନ କରାଯାଇଥିଲା ।
ଦିଲ୍ଲୀପ କୁମାର ଶତପଥୀ
ଜିଲ୍ଲା ପ୍ରତିନିଧି, ଖୋର୍ଦ୍ଧା