ଭୁବନେଶ୍ୱର ତା 21/08/26 ଯୁବ ସଂଗଠକ, କର୍ପୋରେଟ ପ୍ରତିଭା, ହାସ୍ୟ ଅଭିନେତା ତଥା ସମାଜସେବୀ ସ୍ବର୍ଗତ ମୃତ୍ୟୁଞ୍ଜୟ ପରିଡାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଅବସରରେ “ସ୍ମୃତି ଅର୍ଘ୍ୟ “ସହିତ ସ୍ମୃତିଚାରଣ ସଭା “ମୃତ୍ୟୁଞ୍ଜୟ ସ୍ମୃତି କମିଟି ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି l ବ୍ରହ୍ମେସ୍ୱର ପ୍ରାଥମିକ ବିଦ୍ୟାଳୟ ଓ ହରିହର ବିଦ୍ୟାପୀଠ ବିଦ୍ୟାଳୟ ବିଦ୍ୟାର୍ଥୀ ମିଳିତ ପରିଷଦ ପକ୍ଷରୁ ସ୍ମୃତି ରେଖା ପରିଡାଙ୍କ ପୌରହିତ୍ୟ ଆବାହକ, ସାମ୍ବାଦିକ ଅରବିନ୍ଦ ତ୍ରିପାଠୀଙ୍କ ସଂଯୋଜନା ଓ ହିରଣ୍ୟମୟୀ ସ୍ୱାଇଁଙ୍କ ଶହ ସଂଯୋଜନାରେ ବଡ଼ଗଡ଼ ସ୍ଥିତ ନୀଳକଣ୍ଠେସ୍ୱର ମନ୍ଦିର ପରିସରରେ ପୁଷ୍ପମାଲ୍ୟ ଅର୍ପଣ,ଦୁଇ ମିନିଟ ନୀରବ ପ୍ରାର୍ଥନା ଶହ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା l

ଦୁଇ ବିଦ୍ୟାଳୟ ର ପ୍ରାକ୍ତନ ଶିକ୍ଷକ ଡ଼ଃ ଯୋଗିନାଥ ସାହୁ ଓ ସୁଶାନ୍ତ କୁମାର ସାମଲ ଉପସ୍ଥିତ ରହିବା ମୃତ୍ୟୁଞ୍ଜୟର ବିଭିନ୍ନ ଉତ୍ତମ ଗୁଣ, ପୁଜ୍ୟପୂଜା, ଅଭିନୟ ପ୍ରତିଭା, କ୍ରୀଡା,ସଂଗଠକ ଓ ସମାଜସେବୀ ଭାବେ କାର୍ଯ୍ୟଧାରାକୁ ସ୍ମରଣ କରିବାସହ ଅସମୟରେ ଏକ ପ୍ରତିଭାକୁ ହରାଇବାର ଦୁଃଖ ଅବର୍ଣ୍ଣନୀୟ ବୋଲି ସ୍ମୃତିଚାରଣ ପୂର୍ବକ ମତବ୍ୟକ୍ତ କରିଥିଲେ l ବାଲ୍ୟ ସମୟର ଅଭୁଲା ସ୍ମୃତିକୁ ଅରବିନ୍ଦ ସ୍ମରଣ କରିବା ସହ ପୁଜ୍ୟପୂଜା, ମାନବୀୟ ମୂଲ୍ୟ ବୋଧ ଉପରେ ଆଜିର ଯୁବ ସମାଜ କାର୍ଯ୍ୟ କରିବାକୁ ମତ ରଖିଥିଲେ lବିଦ୍ୟାର୍ଥୀ ମନୋରଞ୍ଜନ ସାମନ୍ତରାୟ,ସୁଧୀର ରାୟ, ସୁଧୀର ଦାସ,ଅଶୋକ କୁମାର ମଲ୍ଲିକ,ବନ୍ଦିତା ପଟନାୟକ,ସୁକାନ୍ତ,ସବିତା ଜେନା, ବିକ୍ରମ କେଶରୀ ମହାନ୍ତି ଭାଗ୍ୟଲତା ପାତ୍ର,ପ୍ରମୁଖ ଉପସ୍ଥିତ ରହି ସ୍ମୃତି ଚାରଣ କରିଥିଲେ ବେଳେ ନିରୁପମା ରାଉତରାୟ, ପ୍ରିୟବ୍ରତ ବାରିକ, ପ୍ରମୁଖ ପରିଚାଳନା କରିଥିଲେ