ଅସୀମ କରାଟେ ଏକାଡେମିର ସଫଳତା, ଅଭିଲାଷାଙ୍କୁ ସ୍ୱର୍ଣ୍ଣ

ଟିଟିଲାଗଡ ସ୍ଥିତ ସେଣ୍ଟ ଆନ୍ସ ପବ୍ଲିକ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଥିବା ସୀଆଈଏସସୀଇ ଜୋନାଲ୍ ସ୍ତରୀୟ କରାଟେ ପ୍ରତିଯୋଗିତାରେ ବଲାଙ୍ଗିର ଜିଲ୍ଲା କରାଟେ ଅର୍ଗାନାଇଜେସନର ପ୍ରତିଯୋଗୀମାନେ ଚମତ୍କାର ପ୍ରଦର୍ଶନ କରି ଅଞ୍ଚଳ ପାଇଁ ଗୌରବ ଆଣିଦେଇଛନ୍ତି। ଏହି ପ୍ରତିଯୋଗିତାରେ ବଲାଙ୍ଗିର ଜିଲ୍ଲା କରାଟେ ଅର୍ଗାନାଇଜେସନର ଉଦୀୟମାନ କରାଟେ ଖେଳାଳି ଅଭିଲାଷା ଚୌଧୁରୀ ୩୪ – ୩୮ ଋ କେଜି ବାଳିକା କୁମିତେ ବିଭାଗରେ ଶ୍ରେଷ୍ଠ ପ୍ରଦର୍ଶନ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ସେହିପରି ୪୨ – ୪୬ କେଜି କୁମିତେ ବିଭାଗରେ ସାନଭୀ ପ୍ରଧାନ ବ୍ରୋଞ୍ଜ ପଦକ ଜିତିବାରେ ସଫଳ ହୋଇଛନ୍ତି। ଏହି ଅବସରରେ ଜାତୀୟ କରାଟେ ପ୍ରଶିକ୍ଷକ ତଥା ଜାତୀୟ ସ୍ତରୀୟ ରେଫରୀ ଅସୀମ କୁମାର ଭୋଇ ପ୍ରତିଯୋଗିତାରେ ରେଫେରୀ ଦାୟିତ୍ୱ ତୁଲାଇଥିଲେ। କ୍ରୀଡ଼ା କ୍ଷେତ୍ରରେ ଶ୍ରୀ ଭୋଇଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ସେଣ୍ଟ ଆନ୍ସ ପବ୍ଲିକ ସ୍କୁଲ କର୍ତ୍ତୃପକ୍ଷଙ୍କ ଦ୍ୱାରା ତାଙ୍କୁ ଆନୁଷ୍ଠାନିକ ଭାବେ ସମ୍ମାନିତ କରାଯାଇଥିଲା। ​ଖେଳାଳିମାନଙ୍କର ଏହି ସଫଳତା ଏବଂ ଅସୀମ ଭୋଇଙ୍କ ସମ୍ମାନ ପ୍ରାପ୍ତି ପାଇଁ ବିଦ୍ୟାଳୟ କର୍ତ୍ତୃପକ୍ଷ, ଅସୀମ କରାଟେ ଏକାଡେମିର ସଦସ୍ୟ ଏବଂ ସ୍ଥାନୀୟ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ସମସ୍ତେ ବିଜେତା ଖେଳାଳିମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page