ବାଲିଅନ୍ତା,୧୨|୮(ଗୋବର୍ଦ୍ଧନ ଦାସ):ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ଲୋକପ୍ରିୟ ଜନନେତା, ବର୍ଷିଆନ ରାଜନେତା ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟଙ୍କ ୮୩ ତମ ଜନ୍ମଜୟନ୍ତୀ ଅବସରରେ ମେଧାବୃତ୍ତି ସମ୍ମାନ କାର୍ଯ୍ୟକ୍ରମ ସାମନ୍ତରାପୁର ସ୍ଥିତ ଭୂଆସୁଣୀ ମନ୍ଦିର ପ୍ରାଙ୍ଗଣରେ ପାଳିତ ହୋଇଯାଇଛି l ଏଥିରେ ଅତିଥିଭାବେ ଏକାମ୍ର ବିଧାୟକ ବାବୁ ସିଂ, ଶିଳ୍ପପତି ତିରୁପତି ପାଣିଗ୍ରାହୀ, ଆଞ୍ଚଳିକ ବିକାଶ ପରିଷଦର ସଭାପତି ବୃନ୍ଦାବନ ସାହୁ, ସମ୍ପାଦକ ଅରୁଣ କୁମାର ପୁରୋହିତ, ସୁମନ୍ତ ସୁବୁଦ୍ଧି, ଶିକ୍ଷାବିତ ଲକ୍ଷ୍ମୀଧର ପ୍ରଧାନ, ପ୍ରଶାନ୍ତ ଚମ୍ପତି, ଚିନ୍ମୟନନ୍ଦ ବଡ଼ଜେନା ପ୍ରମୁଖ ଯୋଗଦେଇ ଏହି ସମ୍ମାନ ବିଦ୍ୟାର୍ଥୀ ମାନଙ୍କୁ ଆଗକୁ ନେବାପାଇଁ ପ୍ରେରଣା ଯୋଗାଇବ ବୋଲି ମତପ୍ରକାଶ କରିଥିଲେ l ଏହି ପରିପ୍ରେକ୍ଷୀରେ ବିଦ୍ୟାର୍ଥୀ ଏବଂ ସୁରପ୍ରେମୀ ମାନଙ୍କ ଗ୍ରହଣରେ ଶ୍ରୀ ରାଉତରାୟ ନିଜର ଜନ୍ମଦିନ ପାଳନ କରିଥିଲେ l

ଶ୍ରୀ ରାଉତରାୟଙ୍କୁ ସୁରପ୍ରେମୀ ମାନେ ପୁଷ୍ପଗୁଚ୍ଛ, ଉପଢୌକନ ଦେଇ ଜନ୍ମଦିନର ଅଭିନନ୍ଦନ ଜଣାଇଥିଲେ l ଏଥିସହ ସୁସ୍ଥ ଓ ଦୀର୍ଘ ନିରାମୟ ଜୀବନ ନିର୍ବାହ କରିବା ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥିଲେ l ଶେଷରେ ବିଦ୍ୟାଳୟରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଲକ୍ଷ୍ମୀପ୍ରିୟା ପ୍ରହରାଜ, ସାଇ ସ୍ମୃତି ଦାଶ , ମନୋଜ ରାୟ, ପ୍ରୀତି ପ୍ରଜ୍ଞା ପ୍ରଧାନ, ଅଭିଲେଶ ଜେନା, ଅଲିଭା ପ୍ରିୟଦର୍ଶିନୀ ସାହୁ, ହିରଣ୍ମୟୀ ସ୍ୱାଇଁ, ସୁରେନ୍ଦ୍ର ବେହେରା, ବିଷ୍ଣୁ ପ୍ରସାଦ ଓଝା ପ୍ରମୁଖ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା l