ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷା ମଞ୍ଜୁଷା ମିଶ୍ର ସମ୍ମାନିତ

ଭୂବନେଶ୍ୱର / ନୁଆଦିଲ୍ଲୀ – ଭିଜନ ଇଣ୍ଟରନ୍ୟାସନାଲ ଫାଉଣ୍ଡେସନ ପକ୍ଷରୁ କନଷ୍ଟିଚ୍ୟୁସନ କ୍ଲବ, ଡେପୁଟି ସ୍ପିକର ହଲ୍, ନୂଆ ଦିଲ୍ଲୀଠାରେ ଆୟୋଜିତ ମହିଳା ସଶକ୍ତିକରଣ ପାଇଁ ସମର୍ପିତ “ଓମେନ ଏମ୍ପାୱରମେଣ୍ଟ ଆୱାର୍ଡ ୨୦୨୬” ସମାରୋହର ଆୟୋଜନ କରାଯାଇଥିଲା ଏବଂ ସର୍ବଭାରତୀୟ ସ୍ତରରେ ଚୟନିତ ପ୍ରାୟ ୩୦ ଜଣ ମହିଳାଙ୍କୁ ପୁରସ୍କୃତ କରାଯାଇଥିଲା। ଫାଉଣ୍ଡେସନର ସଂସ୍ଥାପକ ଅଧ୍ୟକ୍ଷ ବିଜୟ ଗୁପ୍ତା ,ମୁଖ୍ୟ ଅତିଥି ଶ୍ରୀ ଧର୍ମ ରତ୍ନ ଶ୍ରୀମଦ ଜଗଦଗୁରୁ ସ୍ୱାମୀ ସନ୍ଦିପନୀ ମହାରାଜ ଏବଂ ବିଶିଷ୍ଟ ଅତିଥି ଶ୍ରୀମତୀ ପୂଜା କପିଲ ମିଶ୍ର ଜାତୀୟ ଅଧ୍ୟକ୍ଷା, ଭାଜପା ମହିଳା ମୋର୍ଚ୍ଚା ଏବଂ ଅର୍ଥଶାସ୍ତ୍ରୀ ଡକ୍ଟର ଶରଦ କୋହଲି ଏବଂ ଅନ୍ୟ ବିଶିଷ୍ଟ ଅତିଥି ଶ୍ରୀ ଧୁମନ ସିଂହଙ୍କୁ ସ୍ୱାଗତ ଓ ସମ୍ମାନ କରିଥିଲେ।
ସମାରୋହରେ ଦେଶର ବିଭିନ୍ନ ରାଜ୍ୟରୁ ଦୂର-ଦୂରାନ୍ତରରୁ ଆସିଥିବା ମହିଳାମାନଙ୍କୁ ମହିଳା ସଶକ୍ତିକରଣ ସମ୍ମାନ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ଏବଂ ସେମାନଙ୍କୁ ପ୍ରମାଣପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା। ପୁରସ୍କାର ବିଜେତାମାନଙ୍କ ମଧ୍ୟରେ ଓଡ଼ିଶାରୁ ପ୍ରଶିକ୍ଷିତ ସ୍ନାତକ ଶିକ୍ଷୟିତ୍ରୀ ତଥା ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକର ଭେଲୋରା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷା ମଞ୍ଜୁଷା ମିଶ୍ରଙ୍କୁ ପ୍ରଶଂସା ପତ୍ର ଏବଂ ସ୍ମାରକ ପ୍ରଦାନ କରାଯାଇଥିଲା l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page